୩ ମାସ ପରେ ବେଲ୍‌ ପାଇଲେ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ୍

ମୁମ୍ବାଇ: ଗିରଫର ୩ ମାସ ପରେ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ମିଳିଲା ବେଲ୍। ବୁଧବାର ମୁମ୍ବାଇର ଏନ୍‌ଡିପିଏସ୍‌ କୋର୍ଟ ସୌଭିକ୍‌ଙ୍କୁ ଜାମିନ ଦେଇଛନ୍ତି। ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାର ନେଇ ସୌଭିକ୍‌ଙ୍କୁ ଗରିଫ କରିଥିଲା ଏନ୍‌ସିବି(ନାର୍କୋଟିକ୍ସି କଣ୍ଟ୍ରୋଲ୍ ବ୍ୟୁରୋ)।

ସେପ୍ଟେମ୍ବର ୪ ତାରିଖରେ ଏନ୍‌ସିବି ସୌଭିକ୍‌ଙ୍କ ଘରେ ରେଡ୍‌ କରିଥିଲା। ପରେ ସୁଶାନ୍ତ ସିଂହ ରାଜପୁତଙ୍କ ହାଉସ୍‌ ମ୍ୟାନେଜର୍‌ ସାମୁଏଲ୍‌ ମିରାଣ୍ଡା ଓ ସୌଭିକ୍‌ଙ୍କୁ ଗରିଫ କରିଥିଲା ଏନ୍‌ସିବି। ଉଭୟଙ୍କ ବିରୋଧରେ ଏନ୍‌ଡିପିଏସ୍‌ର 8c,28,29 ଆକ୍ଟ ଲଗାଯାଇଛି।

ସୁଶାନ୍ତଙ୍କ ମୃତ୍ୟୁ ପରେ ଇଡି ରିୟାଙ୍କ ମୋବାଇଲ୍ ସିଜ୍ କରିଥିଲା। ରିୟା ହ୍ୱାଟ୍‌ସଆପ୍ ଚାଟରୁ ଡ୍ରଗ୍ସ କାରବାର ସମ୍ପର୍କରେ ସୂଚନା ମିଳିବା ପରେ ତଦନ୍ତ ଆରମ୍ଭ କରିଥିଲା ଏନ୍‌ସିବି।

ଅଗଷ୍ଟ ୨୬ ତାରିଖରେ ଏନ୍‌ସିବି ଏନ୍‌ଡିପିଏସ୍‌ ଆକ୍ଟର ବିଭିନ୍ନ ଧାରାରେ ରିୟାଙ୍କୁ ଗିରଫ କରିଥିଲା। ଏହାପରେ ଅକ୍ଟୋବର ମାସରେ ରିୟାଙ୍କୁ ବେଲ୍ ମିଳିଥିଲା। ଏହାପର ଠାରୁ ଡ୍ରଗ୍ସ କାରବାରରେ ଗୋଟିଏ ପରେ ଗୋଟିଏ ତଦନ୍ତ ହେଉଛି। ଅନ୍ୟ ବଲିଉଡ୍ କଳାକାରଙ୍କର ଏଥିରେ ସମ୍ପୃକ୍ତି ଥିବା ଖବର ପ୍ରକାଶ ପାଉଛି। ନିକଟରେ କମେଡି ଷ୍ଟାର୍‌ ଭାରତୀ ସିଂହ ଓ ତାଙ୍କ ପତ୍ନୀ ହର୍ଷ ଲିମ୍ବାଚିଆ ଗିରଫ ହୋଇଥିଲେ।

 

You might also like