ମିଳିଲାନି ଜାମିନ୍‌, ବିଚାର ବିଭାଗୀୟ ହାଜତକୁ ଗଲେ ରିୟା

ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ରେ ଗିରଫ ହୋଇଥିବା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କୁ ୧୪ ଦିନ ପାଇଁ ଅର୍ଥାତ୍‌ ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଗିରଫ ପରେ ଗତକାଲି Narcotics Control Bureau(NCB) ଲକ୍ଅପ୍‌ରେ ରାତି କାଟିବା ପରେ ଆଜି ତାଙ୍କୁ ମୁମ୍ବାଇର Byculla ଜେଲ୍‌କୁ ପଠାଯିବ। ମହାରାଷ୍ଟ୍ର ଜେଲ୍ ମାନୁଆଲ୍ ନିୟମ ଅନୁସାରେ, ରାତିରେ କଏଦୀଙ୍କୁ ଜେଲ୍‌କୁ ନିଆଯାଏ ନାହିଁ। ଫଳରେ ଗତକାଲି NCB ଲକ୍‌ଅପ୍‌ରେ ରାତି କାଟିଥିଲେ ରିୟା।

ଗତକାଲି ରିୟାଙ୍କୁ ଗିରଫ କରିଥିଲା NCB। ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ବିଚାର ବିଭାଗୀୟ ହାଜତକୁ ଯିବା ପୂର୍ବରୁ ରିୟାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ କୋଭିଡ୍ ଟେଷ୍ଟ ମଧ୍ୟ କରାଯାଇଥିଲା। ତେବେ ତାଙ୍କର କରୋନା ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍ ଆସିଥିବା ସୂଚନା ମିଳିଛି।

ଲଗାତର ୩ ଦିନ ଧରି ପଚରାଉଚରା ପରେ NDPS ଆକ୍ଟ ଅନୁଯାୟୀ, ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ରିୟାଙ୍କୁ ଗିରଫ କରିଥିଲା। ରିୟାଙ୍କ ନିକଟରୁ ସମସ୍ତ ପ୍ରକାର ସନ୍ତୋଷଜନକ ଉତ୍ତର ପାଇଥିବାରୁ NCB ତାଙ୍କୁ ଆଉ ରିମାଣ୍ଡରେ ନେବ ନାହିଁ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରିୟା ଓ ତାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀଙ୍କୁ ସାମ୍ନାସାମ୍ନି ବସା ଯାଇ ଜେରା କରାଯାଇଥିଲା। ଏହି ସମୟରେ ରିୟା ଭାବବିହ୍ୱଳ ହୋଇ ପଡ଼ିଥିଲେ ବୋଲି ଜଣାପଡ଼ିଛି।

ଗତ ସପ୍ତାହରେ ଶୌଭିକଙ୍କୁ ଗିରଫ କରାଯାଇ ରିମାଣ୍ଡରେ ନିଆଯାଇଥିଲା। ଆଜି ତାଙ୍କର ରିମାଣ୍ଡ ଅବଧି ସରୁଛି।

ଅନ୍ୟପକ୍ଷରେ, NCB ଆଗରେ ସୁଶାନ୍ତଙ୍କୁ ଡ୍ରଗ୍ସ ଦେବା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି ରିୟା। ରିୟା କହିଥିଲେ, ଯାହାବି କିଛି କରିଛି କେବଳ ସୁଶାନ୍ତଙ୍କ ପାଇଁ। କିନ୍ତୁ ସିଧାସଳଖ ଡ୍ରଗ୍ସ ମାଫିଆଙ୍କ ସହ କୌଣସି ସମ୍ପର୍କ ନ ଥିଲା ବୋଲି ରିୟା କହିଛନ୍ତି।

ଲକ୍‌ଡାଉନ୍‌ ଯୋଗୁ ଶୌଭିକଙ୍କ ମାଧ୍ୟମରେ ରିୟା ନିଶା ଦ୍ରବ୍ୟ ମଗାଉଥିବା କଥା ସାମ୍ନାକୁ ଆସିଛି।ଏହାସହ ଡ୍ରଗ୍ସ ସିଣ୍ଡିକେଟ୍‌ରେ କେଉଁ କେଉଁ ସେଲେବ୍ରିଟି ସାମିଲ ଅଛନ୍ତି, ସେନେଇ ଏକ ୨୫ ଜଣିଆ ଲମ୍ବା ତାଲିକା ଦେଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

୬ ବର୍ଷ ତଳେ ସଲ୍‌ମାନ୍‌ ପଚାରିଥିଲେ କ’ଣ ଜିଣ୍ଟାଙ୍କ ଟିମ୍‌ ଜିତିଲା ? ଏବେ ମିଳିଲା ଏମିତି ଉତ୍ତର

ଚାଲିଗଲେ କୁମ୍‌କୁମ୍‌ ଭାଗ୍ୟର ‘ଇନ୍ଦୁ ଦାଦି’

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ସାଉଥ୍‌ ଆଫ୍ରିକା ଯାଏ ଲମ୍ବିଛି ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌, ଅଭିନେତାଙ୍କ ଗର୍ଲଫ୍ରେଣ୍ଡ୍‌ଙ୍କ ଭାଇକୁ ଗିରଫ କଲା NCB

୬ ବର୍ଷ ବୟସରେ ଢାବାରେ ବାସନ ମାଜୁଥିଲେ ଓମ୍‌ ପୁରୀ, ଇଂରାଜୀ କହିପାରୁନଥିବାରୁ ନିରାଶ ଥିଲେ

ମିଥୁନଙ୍କ ପୁଅଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା, କହିଲେ-ବଳପୂର୍ବକ…

You might also like