ବିହାର ପୁଲିସକୁ ଅଙ୍କିତା କହିଲେ, ସୁଶାନ୍ତଙ୍କୁ ନିର୍ଯାତନା ଦେଉଥିଲେ ରିୟା

ମୁମ୍ବାଇ: ରିୟାଙ୍କ ସହିତ ଖୁସି ନଥିଲେ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ରିୟା ସବୁବେଳେ ତାଙ୍କୁ ନାନା ହଇରାଣ କରୁଥିଲେ। ତେଣୁ ସୁଶାନ୍ତ ରିୟାଙ୍କ ସହିତ ବ୍ରେକ୍‌ଅପ୍ କରିବାକୁ ଚାହୁଁଥିଲେ। ଆଜି ବିହାର ପୁଲିସ୍‌ର ପ୍ରଶ୍ନରେ ଏପରି ଉତ୍ତର ଦେଇଛନ୍ତି ସୁଶାନ୍ତଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ।

ଏନେଇ ଅଙ୍କିତା କହିଛନ୍ତି, ସେ ଯେତେବେଳେ ମଣିକର୍ଣ୍ଣିକା ଫିଲ୍ମରେ ଅଭିନୟ କରୁଥିଲେ, ସେତେବେଳେ ସୁଶାନ୍ତ ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ମେସେଜ୍ କରିଥିଲେ। ଏହି ସମୟରେ ଦୁହେଁ ଦୀର୍ଘ ସମୟ ଧରି କଥା ହୋଇଥିଲେ। ବୋଲି ଅଙ୍କିତା ପୁଲିସକୁ  କହିଛନ୍ତି। ତେବେ ଏ ବିଷୟରେ ଅଧିକ ଖବର ଜଣାପଡ଼ିନାହିଁ।

ଅନ୍ୟପଟେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ନିଜ ବାସଭବନରୁ ଫେରାର୍ ହୋଇଯାଇଥିବା ନେଇ ଖବର ପ୍ରକାଶ ପାଇଛି। ସୁଶାନ୍ତଙ୍କ ବାପା ରିୟାଙ୍କ ନାଁରେ ଥାନାରେ ମାମଲା କରିବା ପରେ ବିହାର ପୁଲିସ ରିୟାଙ୍କୁ ଖୋଜି ଖୋଜି ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଥିଲା। ହେଲା ରିୟା ସେଠାରୁ ଗାଏବ ହୋଇଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଜୁନ ୧୪ ତାରିଖରେ ଆତ୍ମହତ୍ୟା କରିଥିଲେ ବଲିଉଡ୍‌ ସୁପର ଷ୍ଟାର ସୁଶାନ୍ତ ସିଂହ ରାଜପୁତ। ସେବେଠାରୁ ତାଙ୍କ ଆତ୍ମହତ୍ୟାର ତଦନ୍ତ ଚଳାଇଛି ମୁମ୍ବାଇ ପୁଲିସ। ଏହି ମାମଲାରେ ରିୟାଙ୍କ ସହିତ, ଫିଲ୍ମ ମେକର ସଞ୍ଜୟ ଲୀଲା ଭନ୍‌ସାଲୀ, ସୁଶାନ୍ତଙ୍କ ପରିବାର ସଦସ୍ୟ, ଆଦିତ୍ୟ ଚୋପ୍ରା ଓ ଶେଖର କପୁରଙ୍କ ସମେତ ୪୦ ଜଣଙ୍କୁ ଜେରା କରିସାଲିଣି ପୁଲିସ।

You might also like