ବଲିଉଡ୍‌କୁ କମ୍‌ବ୍ୟାକ୍‌ କରିବେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ବଲିଉଡ୍‌କୁ ପୁଣି ଫେରିବେ ରିୟା। ବଲିଉଡ୍‌ ଦୁନିଆର ଚର୍ଚ୍ଚିତ ନାୟିକା ରିୟା ଚକ୍ରବର୍ତ୍ତୀ ବଲିଉଡ୍‌କୁ କମ୍‌ବ୍ୟାକ୍ କରିବେ। ଏକଥା କହିଛନ୍ତି ଲୋକପ୍ରିୟ ଲେଖକ-ନିର୍ଦ୍ଦେଶକ ରୁମି ଜାଫ୍‌ରେ। ସେ ଗଣମାଧ୍ୟକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି ଯେ ‘ଆସନ୍ତା ବର୍ଷ ଖୁବ୍ ଶୀଘ୍ର ତାଙ୍କ ପ୍ରୋଜେକ୍ଟ ଆରମ୍ଭ କରିବେ। ଏ ନେଇ ମୁଁ ତାଙ୍କୁ ଭେଟିଥିଲି। ସେ ଆଗରୁ ପ୍ରତ୍ୟାହାର କରିନେଇଥିଲେ ଓ ଛାଡ଼ିଦେଇଥିଲେ। ସେ ମୋ ସହିତ ଅଧିକ ଆଲୋଚନା କରିନଥିଲେ। ସେ ଯେଉଁ ବାଟ ଦେଇଯାଇଛନ୍ତି, ଆମେ ତାଙ୍କୁ ନିନ୍ଦା କରିପାରିବା ନାହିଁ। ସବୁ କିଛି ସ୍ଥିର ହୋଇଯାଉ। ଏ ବିଷୟରେ ରିୟା ଅଧିକ ସୂଚନା ଦେବେ ବୋଲି ରୁମି କହିଛନ୍ତି।’

ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ଗତ ଜୁନ ୧୪ରେ ମୁମ୍ବାଇ ସ୍ଥିତ ବାସଭବନରେ ସୁଶାନ୍ତଙ୍କ ମୃତଦେହ ମିଳିଥିଲା। ଏହାପରେ ରିୟାଙ୍କ ଆଡ଼କୁ ଅଙ୍ଗୁଳି ଉଠିଥିଲା। ତେବେ ଏହି ମାମଲାର ତଦନ୍ତ ମୁମ୍ବାଇ ପୋଲିସ୍ କରୁଥିବା ବେଳେ  ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇକୁ ଦେଇଥିଲେ।

ପରେ ରିଆଙ୍କ ଡ୍ରଗ୍ସ ଲିଙ୍କ ଥିବା ଜଣାପଡ଼ିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ନିଜ ହେପାଜତକୁ ନେଇଥିଲା। ପରେ ଡ୍ରଗ୍ସ ତଥା ନିଶା କାରବାର ଓ ସୁଶାନ୍ତଙ୍କୁ ନିଶା ଦେବା ଅଭିଯୋଗରେ ଗତ ସେପ୍ଟେମ୍ବର ୮ରେ NCB ଦ୍ୱାରା ଗିରଫ ହୋଇଥିଲେ ରିୟା। ଗତ ମାସରେ ରିୟାଙ୍କୁ ଜାମିନ ମିଳିବା ପରେ ସେ ବାଇକୁଲା ଜେଲ୍‌ରୁ ମୁକୁଳିଥିଲେ।

 ସୁଶାନ୍ତଙ୍କର ମାନସିକ ବେମାରୀ ବାଇପୋଲାର ଡିଜ୍ ଅର୍ଡର ଥିଲା। ବିଶେଷକରି ବିମାନ ଯାତ୍ରା ବେଳେ ସୁଶାନ୍ତ ସ୍ୱାଭାବିକ ହୋଇପାରୁନଥିଲେ। ୟୁରୋପ ଟୁର୍ ବେଳେ ସୁଶାନ୍ତଙ୍କ ଏ ସମସ୍ୟା ବିଷୟରେ ଜାଣିବାକୁ ପାଇଥିଲି ବୋଲି ସେ କହିଛନ୍ତି।
ତେବେ ବିମାନରେ ବସିବା ପୂର୍ବରୁ ସୁଶାନ୍ତି ଏଥିପାଇଁ ଔଷଧ ଖାଇଥିଲେ। ପ୍ୟାରିସରେ ପହଞ୍ଚିବା ପରେ ସେଠାରେ ବି ସେ ସ୍ୱାଭାବିକ ଲାଗୁ ନଥିଲେ। ପ୍ୟାରିସ ପରେ ସୁଇଜରଲାଣ୍ଡ ଗଲୁ। ସେଠି ସେ ଠିକ୍‌ଠାକ୍ ଥିଲେ। ୟୁରୋପ ଟ୍ରିପର ସବୁ ଖର୍ଚ୍ଚ ସୁଶାନ୍ତ କରିଥିଲେ ବୋଲି ରିୟା ସ୍ୱୀକାର କରିଛନ୍ତି।

-ଗିରଫ ପୂର୍ବରୁ ଗଣମାଧ୍ୟମକୁ ଦେଇଥିବା ରିୟାଙ୍କ ବୟାନ

 

ସେପଟେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ ‘ମହାରାଷ୍ଟ୍ରର ଲୋକ ଓ ସମଗ୍ର ଦେଶବାସୀ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ କିପରି ହେଲା, ତାହା ଉତ୍କଣ୍ଠାର ସହ ଚାହିଁ ରହିଥିଲେ। ତେବେ ଏହା ହତ୍ୟା ଓ ଆତ୍ମହତ୍ୟା ଏହାକୁ  ପ୍ରକାଶ କରିବା ପାଇଁ ସିବିଆଇକୁ ମୁଁ ନିବେଦନ କରୁଛି’। ତାଙ୍କର ମନ୍ତବ୍ୟକୁ ସ୍ୱାଗତ ଜଣାଇଛନ୍ତି ରିୟାଙ୍କ ଓକିଲ ସତୀଶ ମାନସିନ୍ଧେ। ସେ କହିଛନ୍ତି ଯେ, ‘୨ ମାସ ଧରି ମୁମ୍ବାଇ ପୋଲିସ୍ ଏହାର ତଦନ୍ତ କରୁଥିଲା ଯାହାର ରିପୋର୍ଟ ସେମାନେ ଜନସାଧାରଣଙ୍କ ଆଗରେ ପ୍ରକାଶ କରିଥିଲେ। କିନ୍ତୁ ରିୟାଙ୍କ ନାଁ ମିଛ ମାମଲା ରୁଜୁ କରାଯାଇ ଇଡି, ସିବିଆଇ ଓ ଏନସିବି ତଦନ୍ତ ନାଁ ନିର୍ଯାତନା ଦିଆଯାଉଥିଲା। କୌଣସି ପ୍ରମାଣ ନଥାଇ ଏନସିବି ତାଙ୍କୁ ଗିରଫ କରିଥିଲା। କିନ୍ତୁ ଷେଶରେ ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ଦେଇଥିଲେ।’

ରିୟା ୨୦୦୯ରେ ଟେଲିଭିଜନ୍‌ରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୨ ସେ ତେଲୁଗୁ ଡେବ୍ୟୁ ଫିଲ୍ମ କରିଥିଲେ। ୨୦୧୮ରେ ଜଲେବି ଫିଲ୍ମ ରିୟାଙ୍କୁ ବଡ଼ ମାଇଲେଜ୍ ଦେଇଥିଲା। କିନ୍ତୁ ସୁଶାନ୍ତ ମୃତ୍ୟୁ ମାମଲାରେ ଛନ୍ଦି ହୋଇଯିବା ପରେ ତାଙ୍କ ପିଲ୍ମ କ୍ୟାରିୟର କିଭଳି ରହିବ, ତାହା ସମୟ ହିଁ କହିବ।

You might also like