କିସ୍ ଦେଇ ଆଦିତ୍ୟଙ୍କ ଠାରୁ ପ୍ରତିଶୋଧ ନେଇଥିଲେ ରିୟା

ମୁମ୍ବାଇ: ଦୁନିଆରୁ ବିଦାୟ ନେ‍ଇଥିବା ବଲିଉଡର ଚକୋଲେଟ୍ ହୀରୋ ସୁଶାନ୍ତ ସିଂହଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି। ସୁଶାନ୍ତଙ୍କ ପରିବାର ଦ୍ୱାରା ଲଗାଯାଇଥିବା ଚାଞ୍ଚଲ୍ୟକର ଆରୋପ ପରେ ସୁଶାନ୍ତଙ୍କ ବନ୍ଧୁ କହୁଥିବା ସ୍ମିତା ପାରିଖ ପୁଣି ଥରେ ରିୟାଙ୍କ ଉପରେ ଏମିତି କିଛି ବୟାନ ଦେଇଛନ୍ତି ଯାହା ଆପଣଙ୍କୁ ଚକିତ କରିଦେବ। ସ୍ମିତାଙ୍କ କହିବା କଥା, ସୁଶାନ୍ତଙ୍କୁ ଭଲ ପାଇବା ପୂର୍ବରୁ ରିୟା ଆଦିତ୍ୟ ରାୟ କପୁରଙ୍କୁ ଡେଟ୍‌ କରୁଥିଲେ। ଉଭୟ ଦୁ‍ଇ ବର୍ଷ ପର୍ଯ୍ୟନ୍ତ ଡେଟ୍ କରିଛନ୍ତି।

ତେବେ ସ୍ମିତା ପାରିଖଙ୍କ ଟ୍ୱିଟ୍ ପରେ ରିୟା ଚକ୍ରବର୍ତ୍ତି ଅଚାନକ ତାଙ୍କ ପୂର୍ବ ଲଭ୍‌ଲାଇଫ୍‌କୁ ନେଇ ଚର୍ଚ୍ଚାର ପରିସରକୁ ଆସିଯାଇଛନ୍ତି। ଆଦିତ୍ୟ ରାୟ କପୁର ଓ ରିୟା ସେମାନଙ୍କ ପୁରୁଣା ପ୍ରେମକୁ ନେ‍ଇ ନିରବ ରହିଥିବା ବେଳେ ଏବେ ସେ ସବୁ ପର୍ଦାଫାଶ ହୋଇଯାଇଛି। ଦୁହିଁଙ୍କର ପ୍ରେମର ଅନ୍ତ ଭଲ ହୋଇ ନ ଥିଲା ବୋଲି ଜଣାଯାଇଛି।

ରିୟା ଚକ୍ରବର୍ତ୍ତୀ ୨୦୧୨ରେ ତେଲୁଗୁ ସିନେମା “ତୁନିଙ୍ଗା ତୁନିଙ୍ଗା”ରେ ତାଙ୍କ ଅଭିନୟର ଡେବ୍ୟୁ କରିଥିଲେ। ଏହାପରେ ୨୦୧୩ରେ “ମେରେ ଡେଡ୍ କୀ ମାରୁତୀ” ସିନେମା ଦ୍ୱାରା ସେ ବଲିଉଡ୍‌କୁ ପ୍ରବେଶ କରିଥିଲେ। ପର୍ଦାରେ ବୋଲ୍ଡ ସିନ୍ ଦେବାକୁ ରିୟା ମଧ୍ୟ ଦ୍ୱିଧା ପ୍ରକାଶ କରି ନ ଥିଲେ।

ସୂଚନା ମୁତାବକ, ରିୟା ଚକ୍ରବର୍ତ୍ତୀ ତାଙ୍କ ସିନେମା “ସୋନାଲୀ କେବଲ”ରେ ଅଲୀ ଫଜଲଙ୍କୁ କିସ୍ କରିବା ନେଇ ମନା କରି ଦେଇଥିଲେ। କିନ୍ତୁ “ଆଶିକୀ-୨”ରେ ଆଦିତ୍ୟ ଯେତେବେଳେ ଶ୍ରଦ୍ଧା କପୁରଙ୍କୁ କିସ୍ ଦେଲେ ରିୟା ନିଆଁରେ ଜଳିବାକୁ ଲାଗିଲେ। ସେ ଆଦିତ୍ୟଙ୍କ ଠାରୁ ପ୍ରତିଶୋଧ ନେବାକୁ ଚାହିଁଲେ। ତେଣୁ ସେ ଅଲୀଙ୍କ ସହିତ କିସ୍ ସିନ୍ କରି ହଇଚଇ ମଚେଇ ଦେଲେ।

ପ୍ରକାଶ ଥାଉକି, ଆଦିତ୍ୟ ରିୟାଙ୍କୁ ବହୁତ ଭଲ ପାଉଥିଲେ। ସେ ରିୟାଙ୍କୁ ନେଇ ବହୁତ ଆଶାବାଦୀ ଥିଲେ। ସୁଶାନ୍ତଙ୍କ ମୃତ୍ୟୁ ପରେ ଖବର ମଧ୍ୟ ଆସିଥିଲା ଯେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଯାଇଛି। ତେବେ ଏହାକୁ ନେ‍ଇ ସେମାନେ କେବେବି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି।

ବେଙ୍ଗାଲୁରରେ ୧୯୯୨ରେ ଜନ୍ମିତ ରିୟା ୨୦୦୯ରେ ଗ୍ଲାମର ଜଗତରେ ପାଦ ଥୋଇଥିଲେ। ଏମ୍‌ଟିଭି ଇଣ୍ଡିଆଜ୍‌ ଟିଭିଏସ୍ ସ୍କୁଟି ତିନ୍ ଦିୱାରେ ସେ ଫାଷ୍ଟ୍ ରନର୍ ଅପ୍ ହୋଇଥିଲେ। ପରେ ରିୟା  ଏମ୍‌ଟିଭି ଦିଲ୍ଲୀରେ ଭିଜେ ପାଇଁ ଅଡିସନ୍ ଦେଇ ମନୋନୀତ ହୋଇଥିଲେ। ସେ ଏମ୍‌ଟିଭିର ଅନେକ ସୋ’ ହୋଷ୍ଟ୍ କରିଛନ୍ତି। ସେଥି ମଧ୍ୟରେ ‘ପେପ୍‌ସି ଏମ୍‌ଟିଭି ୱାସପ୍’ , ଟିକ୍‌ଟକ୍ କଲେଜ୍ ବିଟ୍, ଏମ୍‌ଟିଭି ଗନ୍ ଇନ୍ ୬୦ ସେକେଣ୍ଡ ଆଦି ରହିଛି।

You might also like