Byculla ଜେଲ୍‌ରେ କଟିଲା ରିୟାଙ୍କ ପ୍ରଥମ ରାତି, ଡିନର୍‌ରେ ଦିଆଗଲା ଏସବୁ ଖାଦ୍ୟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ରେ ଗିରଫ ହୋଇଥିବା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କୁ ୧୪ ଦିନ ପାଇଁ ଅର୍ଥାତ୍‌ ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ମୁମ୍ବାଇ Byculla ଜେଲ୍‌ର ଏକ ଅଲଗା ସେଲ୍‌ରେ ରିୟାଙ୍କୁ ରଖାଯାଇଛି। ସୁରକ୍ଷା ଦୃଷ୍ଟିରୁ ବର୍ତ୍ତମାନ ପାଇଁ ରିୟା ଏହି ସେଲ୍‌ରେ କିଛି ଦିନ ରହିବେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଜେଲ୍‌ର ଗ୍ରାଉଣ୍ଡ ଫ୍ଲୋର୍‌ରେ ଥିବା ଜେନେରାଲ୍‌ ବାରାକ୍‌ ନିକଟରେ ଏକ ଅଲଗା ସେଲ୍‌ରେ ତାଙ୍କୁ ରଖାଯାଇଛି।

ରିୟାଙ୍କୁ ରଖାଯାଇଥିବା ଏହି ସେଲ୍‌ ନିକଟରେ ନିଜ ଝିଅ ଶିନା ବୋରା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ସେଲ୍‌ ରହିଛି। ଏହି ମାମଲାରେ ୨୦୧୬ ମସିହାରୁ ସେ ସଜା କାଟୁଛନ୍ତି। 

ଗତକାଲି ସନ୍ଧ୍ୟା ୬ଟାରେ ରିୟାଙ୍କୁ ଡିନର୍‌ ଖାଇବାକୁ ଦିଆଯାଇଥିଲା। ଏଥିରେ ୨ଟା ରୁଟି, ଭାତ, ଡାଲି ଓ କଖାରୁ ତରକାରୀ ଥିଲା।

ଡ୍ରଗ୍ସ ଲିଙ୍କ୍‌ରେ ଗିରଫ ହୋଇଥିବା ରିୟା sessions କୋର୍ଟରେ ଜାମିନ୍ ଆବେଦନ କରିବେ।  ତାଙ୍କ ସହ ଭାଇ ଶୌଭିକ୍‌ ମଧ୍ୟ ଜାମିନ୍ ‌ଆବେଦନ କରିବେ। ଶୌଭିକଙ୍କୁ Narcotics Control Bureau (NCB) ନେଇଥିବା ରିମାଣ୍ଡ ଅବଧି ସରିବା ପରେ ଶୌଭିକ ଓ ଅନ୍ୟ ୪ଜଣଙ୍କୁ ୧୪ ଦିନ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ତେବେ ଆଜି ଜାମିନ୍ ଆବେଦନ ବେଳେ କୋର୍ଟରେ ରିୟାଙ୍କ ଓକିଲ କ’ଣ ଯୁକ୍ତି ରଖିବେ ଏହା ଉପରେ ସମସ୍ତଙ୍କ ନଜର ରହିଛି। କାରଣ NCB ନିଜ ରିପୋର୍ଟରେ କେବଳ ରିୟା ଡ୍ରଗ୍ସ ଆଣିବା ଓ ଅନ୍ୟକୁ ଦେଉଥିବା ଦର୍ଶାଇଛି।

ସୂଚନାଥାଉ କି, ମଙ୍ଗଳବାର ଗିରଫ ହେବାପରେ Narcotics Control Bureau(NCB) ଲକ୍ଅପ୍‌ରେ ରାତି କାଟିଥିଲେ ରିୟା। ଗତକାଲି ତାଙ୍କୁ ମୁମ୍ବାଇର Byculla ଜେଲ୍‌କୁ ପଠାଯାଇଥିଲା। ମହାରାଷ୍ଟ୍ର ଜେଲ୍ ମାନୁଆଲ୍ ନିୟମ ଅନୁସାରେ, ରାତିରେ କଏଦୀଙ୍କୁ ଜେଲ୍‌କୁ ନିଆଯାଏ ନାହିଁ। ଫଳରେ NCB ଲକ୍‌ଅପ୍‌ରେ ରାତି କାଟିଥିଲେ ରିୟା।

ଆହୁରି ପଢ଼ନ୍ତୁ

ଜଣାଶୁଣା ଗାୟକ ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

‘କେଦାରନାଥ’ ଫିଲ୍ମ କାହାଣୀ ଶୁଣି କାନ୍ଦି ପକାଇଥିଲେ ସୁଶାନ୍ତ

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ୍‌ ମ୍ୟାନେଜର କହିଲେ, ଶ୍ରଦ୍ଧାଙ୍କ ପାଇଁ ଅନ୍‌ଲାଇନ୍‌ରେ ଅର୍ଡର କରୁଥିଲେ…

ଆଉ ଜଣେ ବଲିଉଡ୍ ଅଭିନେତାଙ୍କ ଦେହାନ୍ତ

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଏନ୍‌ସିବିର ସମନ୍

ଫିଲ୍ମ ନିର୍ମାତା ମଧୁ ମନତେନାଙ୍କୁ ଏନସିବିର ଜେରା

ଗିରଫ ହେଲେ ଅଭିନେତ୍ରୀ ପୁନମ୍‌ ପାଣ୍ଡେଙ୍କ ସ୍ୱାମୀ, ୨ ସପ୍ତାହ ତଳେ ହୋଇଥିଲା ବିବାହ

ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ନିଜ ନାଁ ଆସିବା ପରେ ମୁହଁ ଖୋଲିଲେ ଦିଆ

ଡ୍ରଗ୍ସ ଲିଙ୍କ ମାମଲାରେ ମୁହଁ ଖୋଲିଲେ ଅଭିନେତ୍ରୀ ରବିନା; କହିଲେ ‘ସଫା କରିବାର ଏହା ଠିକ୍‌ ସମୟ’

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ଅକ୍ଟୋବର ୬ ଯାଏ ଜେଲ୍‌ରେ ରହିବେ ରିୟା

You might also like