ଜାମିନ ଆବେଦନରେ ଚାଞ୍ଚଲ୍ୟକର ବୟାନ ଦେଲେ ରିୟା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ରେ ଗିରଫ ହୋଇ ମୁମ୍ବାଇ Byculla ଜେଲ୍‌ରେ ଥିବା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ତାଙ୍କ ଜାମିନ ଆବେଦନରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି।

ଜାମିନ ପାଇଁ କୋର୍ଟରେ ରିୟା ଆବେଦନ କରିଥିବା ପିଟିସନ୍‌ରେ ଦର୍ଶାଇଛନ୍ତି, Narcotics Control Bureau (NCB) ର ଜେରା ବେଳେ ଦୋଷ ସ୍ୱୀକାର କରିବା ଭଳି ବୟାନ ଦେବା ପାଇଁ ତାଙ୍କୁ ବାଧ୍ୟ କରାଯାଇଥିଲା।

sessions କୋର୍ଟରେ ଦାୟର ହୋଇଥିବା ଜାମିନ ଆବେଦନରେ ରିୟା ଦାବି କରି କହିଛନ୍ତି, ସେ କୌଣସି ଅପରାଧ କରି ନାହାନ୍ତି। ତାଙ୍କୁ ଏହି ମାମଲାରେ ଫସାଇ ଦିଆଯାଉଛି।

ରିୟାଙ୍କ ପକ୍ଷରୁ ତାଙ୍କ ଓକିଲ କରିଥିବା ଜାମିନ ଆବେଦନରେ ଆହୁରି ମଧ୍ୟ କୁହାଯାଇଛି, ହେପାଜତ(NCB ପକ୍ଷରୁ) ସମୟରେ ଆବେଦନକାରିଣୀ‌(ରିୟା)ଙ୍କୁ ଦୋଷ ସ୍ୱୀକାର କରିବା ଭଳି ବୟାନ ଦେବା ପାଇଁ ବାଧ୍ୟ କରାଯାଇଥିଲା। ଏପରିକି ତାଙ୍କୁ ଜେରା ବେଳେ କୌଣସି ମହିଳା ଅଧିକାରୀ ଉପସ୍ଥିତ ନଥିଲେ। ବିନା କୌଣସି କାରଣରେ ତାଙ୍କୁ ଗିରଫ କରାଯାଇଛି।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ, ରିୟା କରିଥିବା ଜାମିନ ଆବେଦନର ଶୁଣାଣି ଆଜି ଅଛି। NCB ଲଗାତାର ତିନିଦିନ ଧରି ରିୟାଙ୍କୁ ଜେରା କରିବା ପରେ ମଙ୍ଗଳବାର ଗିରଫ କରିଥିଲା।

ପଢ଼ନ୍ତୁ: Byculla ଜେଲ୍‌ରେ କଟିଲା ରିୟାଙ୍କ ପ୍ରଥମ ରାତି, ଡିନର୍‌ରେ ଦିଆଗଲା ଏସବୁ ଖାଦ୍ୟ

ଆହୁରି ପଢ଼ନ୍ତୁ

କାହିଁକି ଭଉଣୀ ଆଶାଙ୍କ ସହ ସମ୍ପର୍କ କାଟି ଦେଇଥିଲେ ଲତା ମଙ୍ଗେସକର ?

NCB ଆଗରେ କାନ୍ଦିଲେ ଦୀପିକା

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

ପଞ୍ଚଭୂତରେ ଲୀନ ହେଲେ ସ୍ୱର ସମ୍ରାଟ୍ ଏସ୍‌ପି ବାଲାସୁବ୍ରମଣ୍ୟମ

ସଫେଇ ଦେଲେ କରନ ଜୋହର: ‘କେବେ ଡ୍ରଗ୍ସ ନେଇନାହାନ୍ତି କିମ୍ବା କାହାକୁ ପ୍ରୋତ୍ସାହିତ କରିନାହାନ୍ତି’

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ରିୟାଙ୍କ ସହ ଡ୍ରଗ୍ସ ଚାଟ୍ କଥା ସ୍ୱୀକାର କଲେ ରକୁଲ୍!

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ନୂଆ ଖୁଲାସା କଲେ ସୁଶାନ୍ତଙ୍କ ବାପାଙ୍କ ଓକିଲ

ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍.ପି. ବାଲା ସୁବ୍ରମଣ୍ୟମଙ୍କ ପରଲୋକ

You might also like