ଡ୍ରଗ୍ସକୁ ନେଇ ରିୟାଙ୍କ ଖୁଲାସା: ସାମ୍ନାକୁ ଆସିଲା ଏହି ବଲିଉଡ୍‌ ସେଲିବ୍ରେଟିଙ୍କ ନାଁ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଶୌଭିକ ଓ ଅନ୍ୟ ୪ ଅଭିଯୁକ୍ତଙ୍କୁ Narcotics Control Bureau (NCB) ଗିରଫ କରିଛି। ଏସବୁ ଭିତରେ ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି।

ସାରା ଅଲ୍ଲୀ ଖାନ୍‌, ରାକୁଲ୍‌ପ୍ରୀତ୍‌ ସିଂ ଓ ସିମୋନ୍‌ ଖୋମ୍ବୋଟାଙ୍କ ଭଳି ବଲିଉଡ୍‌ର ବଡ଼ ବଡ଼ କଳାକାରମାନେ ଡ୍ରଗ୍ସ ନେଇଥିଲେ ବୋଲି ରିୟା କହିଛନ୍ତି।

Times Now ର ସୂଚନା ଅନୁସାରେ, ଡ୍ରଗ୍ସ ଲିଙ୍କ୍‌କୁ ନେଇ NCBର ଜେରା ସମୟରେ ରିୟା, ସାରା ସାରା ଅଲ୍ଲୀ ଖାନ୍‌, ରାକୁଲ୍‌ପ୍ରୀତ୍‌ ସିଂ ଓ ଡିଜାଇନର୍‌ ସିମୋନ୍‌ ଖୋମ୍ବୋଟାଙ୍କ ନାଁ ନେଇଛନ୍ତି। ପ୍ରଥମେ ରିୟା ଡ୍ରଗ୍ସ ନେଉନଥିଲେ ବୋଲି ମନା କରିଥିଲେ, ହେଲେ ପରେ ଡ୍ରଗ୍ସ ନେବା କଥା ସେ ନିଜେ ସ୍ୱୀକାର କରିଥିଲେ।

NCB ସୂତ୍ରରୁ ଉଦ୍ଧୃତ କରାଯାଇ Times Nowରେ ପ୍ରକାଶ ପାଇଥିବା ରିପୋର୍ଟରେ ଦାବି କରାଯାଇଛି ଯେ, ଡ୍ରଗ୍ସ ବ୍ୟବହାର ଓ କାରବାର କରୁଥିବା ବଲିଉଡ୍‌ର ୨୫ଜଣଙ୍କ ତାଲିକା ପ୍ରସ୍ତୁତ କରିଛି NCB।

ଅନ୍ୟପକ୍ଷରେ, ମୁମ୍ବାଇର ଏକ sessions କୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ରିୟା ଓ ଶୌଭିକଙ୍କ ବ୍ୟତୀତ ସାମୁଏଲ୍‌ ମିରଣ୍ଡା, ଦୀପେଶ ସାୱନ୍ତ, ଜୈଦ ଓ ବସିତ୍‌ଙ୍କ ମଧ୍ୟ ଜାମିନ୍‌ ଆବେଦନ ଖାରଜ କରିଛନ୍ତି କୋର୍ଟ।

ପଢ଼ନ୍ତୁ: ରିୟାଙ୍କୁ ଝଟ୍‌କା: ଖାରଜ ହେଲା ଜାମିନ୍‌ ଆବେଦନ

ଆହୁରି ପଢ଼ନ୍ତୁ

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ରାଜେଶ୍‌ଙ୍କ ସହ କାମ କରି ବେଶ୍‌ ଖୁସି ଭୂମିକା

ଦଶହରାରେ କର୍ମଚାରୀଙ୍କୁ କାର ଗିଫ୍ଟ ଦେଲେ ଏଇ ବଲିଉଡ୍‌ ଅଭିନେତ୍ରୀ

‘ପ୍ରି-ୱେଡିଂ ଫେଷ୍ଟିଭିଟିଜ୍’ ଫଟୋ ଶେଆର କଲେ ଅଭିନେତ୍ରୀ କାଜଲ

ବିରାଟଙ୍କୁ ଚିୟର କରିବାକୁ ଲାଲ୍‌ ଡ୍ରେସ୍‌ରେ ଷ୍ଟାଡିୟମ୍‌ ପହଞ୍ଚିଲେ ଅନୁଷ୍କା

ନୋରାଙ୍କୁ ପ୍ରେମ ନିବେଦନ କଲେ ଟେରିନ୍ସ!

ଡ୍ରଗ୍ସ କିଣୁଥିବା ବେଳେ ଟିଭି ଅଭିନେତ୍ରୀଙ୍କୁ ଗିରଫ କଲା ଏନ୍‌ସିବି

ନିଆରା ଢଙ୍ଗରେ ଦୁର୍ଗା ପୂଜା ଶୁଭେଚ୍ଛା ଜଣାଇଲେ ଓଲିଉଡ୍‌ ଅଭିନେତ୍ରୀ

ଲାଇଫ୍‌ ପାର୍ଟନର ରୋହନ‌ପ୍ରୀତ୍‌ଙ୍କ ସହ ନେହା, ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ

ହିମାଂଶଙ୍କ ଠାରୁ ଦୂରେଇ ଯିବାପରେ ଭାଙ୍ଗି ପଡିଥିଲେ ନେହା, ୬ବର୍ଷ ସାନ ରୋହନଙ୍କୁ କଲେ ବିବାହ

ବିବାହ କଲେ ରୋହନ୍‌-ନେହା

ଦୂର୍ଗା ମଣ୍ଡପରେ ସୋନୁଙ୍କ ମୂର୍ତ୍ତି

You might also like