ସୁଶାନ୍ତଙ୍କ ଘର ଛାଡି ରିୟା କାହିଁକି ଚାଲି ଆସିଲେ ? ରିୟାଙ୍କ ଓକିଲ କଲେ ବଡ଼ ଖୁଲାସା

ମୁମ୍ବାଇ:ବଲିଉଡ ଅଭିନେତା ସୁଶାନ୍ତ ସଂହ ରାଜପୁତ୍‌ ମୃତ୍ୟୁ ଘଟଣା ଉପରୁ ଏବେ ବି ରହସ୍ୟ ଉଠିନି। ଇତିମଧ୍ୟରେ ସିବିଆଇ ତଦନ୍ତ ସାରି ଫେରିଥିବାବେଳେ ମୁମ୍ବାଇ ପୋଲିସ ଦିନକୁ ଦିନ ପ୍ରତିଶୋଧ ପରାୟଣ ହୋଇପଡ଼ୁଛି। ତେବେ ସୁଶାନ୍ତଙ୍କ ମୃତ୍ୟୁର ମୁଖ୍ୟ ଅଭିଯୁକ୍ତ ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ଏକ ବଡ ଖୁଲାସା ସାମ୍ନାକୁ ଆସିଛି। ରିୟାଙ୍କ ଓକିଲ ଏହି ରହସ୍ୟର ଉନ୍ମୋଚନ କରିଛନ୍ତି। ସୁଶାନ୍ତଙ୍କ ଫ୍ଲାଟ୍‌ରେ ରହୁଥିବା ରିୟା କାହିଁକି ଜୁନ୍‌ ୮ରେ ତାଙ୍କ ଘର ଛାଡ଼ି ଆସିଲେ ସେ ବିଷୟରେ ତଥ୍ୟ ରଖିଛନ୍ତି ରିୟାଙ୍କ ଓକିଲ ରିୟାଙ୍କ ଓକିଲା ସତୀଶ ମାନଶିନ୍ଦେ ।

ରିୟା ସୁଶାନ୍ତଙ୍କ ଦୁଇ ଭଉଣୀ ନୀତୁ ଏବଂ ପ୍ରିୟଙ୍କାଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି, ଡାକ୍ତରଙ୍କ ପରାମର୍ଶ ବିନା ସେମାନେ ସୁଶାନ୍ତଙ୍କୁ ଔଷଧ ଆଣି ଦେଇଥିଲେ ଯାହଦ୍ୱାରା ସୁଶାନ୍ତଙ୍କ ମାନସିକ ସ୍ଥିତି ଖରାପ ହୋଇ ଯାଇଥିଲା। ଏହି ଅଭିଯୋଗ ପାଇବା ପରେ ମୁମ୍ବାଇ ପୋଲିସ ଏକ ଆଫିଡେଭିଟ ଫାଇଲ କରିଥିଲା।

ମୁମ୍ବାଇରେ ପ୍ରକାଶିତ ତଥ୍ୟ ଅନୁସାରେ, ରିୟାଙ୍କ ଓକିଲ ସତୀଶ ମାନଶିନ୍ଦେ କହିଛନ୍ତି, ସୁଶାନ୍ତଙ୍କ ୨ ଭଉଣୀ ତାଙ୍କର ମାନସିକ ସ୍ଥିତି କଥା ଜାଣିଥିଲେ ଏବଂ ଡାକ୍ତରଙ୍କ ବିନା ପରାମର୍ଶରେ ତାଙ୍କୁ ଔଷଧ ଦେଇଥିଲେ। ସେ କହିଛନ୍ତି, ରିୟା କରିଥିବା ଏଫଆଇଆରରେ ଏ ବିଷୟରେ ଉଲ୍ଲେଖ କରିଛନ୍ତି।

ସତୀଶ କହିଛନ୍ତି, ଜୁନ୍‌ ୮ ତାରିଖ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କ ସହ ରିୟାଙ୍କର ଏହି ଔଷଧ ଉପରେ ଆଲୋଚନା ହୋଇଥିଲା। ସୁଶାନ୍ତଙ୍କ ପରିବାର ଲୋକ ଜାଣିଥିଲେ ଯେ, ସୁଶାନ୍ତ ଡ୍ରଗ୍ସ ନେଉଥିଲେ ଏବଂ ତାଙ୍କର ଚିକିତ୍ସା ଚାଲୁଥିଲା। ସୁଶାନ୍ତ ଅତି କମ୍‌ରେ ୫ ଜଣ ଡାକ୍ତରଙ୍କ ପରାମର୍ଶ ଦେଇଥିଲେ ଯେ, ମେଣ୍ଟାଲ ହେଲ୍‌ଥ କାରଣରୁ ସେ ଡ୍ରଗ୍ସଠାରୁ ଦୂରେଇ ରହିବା ଉଚିତ୍‌। ହେଲେ ସୁଶାନ୍ତ ଛାଡ଼ିବାକୁ ମନା କରି ଦେଇଥିଲେ। ଏଥିପାଇଁ ରିୟା ଜୁନ୍ ୮ ତାରିଖ ସୁଶାନ୍ତଙ୍କ ଘର ଛାଡ଼ି ପଳାଇ ଆସିଥିଲେ। ଜୁନ ୧୪ ତାରିଖ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା।

 

ଆହୁରି ପଢ଼ନ୍ତୁ

You might also like