ଅକ୍ଟୋବର ୬ ଯାଏ ଜେଲ୍‌ରେ ରହିବେ ରିୟା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମାମଲାରେ ଜଡିତ ରହି ଡ୍ରଗ୍‌ସ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ରିୟା ଚକ୍ରବର୍ତ୍ତୀ ଅକ୍ଟୋବର ୬ ତାରିଖ ଯାଏ ଜେଲ୍‌‌ରେ ରହିବେ । କୋର୍ଟ ଏହି ଅବଧି ବଢାଇଥିବା ଆଜି ଘୋଷଣା କରିଛନ୍ତି ।
ସୂଚନା ଥାଉ କି, ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା ସିବିଆଇ ହାତକୁ ଯିବା ପରେ ବଲିଉଡର ଡ୍ରଗ୍ସ ଲିଙ୍କ ଘଟଣା ପଦାକୁ ଆସିଥିଲା । ଏନସିିବି ଏହି ମାମଲାର ଯାଞ୍ଚ କରି ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା । ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଏବଂ ଅନ୍ୟ କେତେକ ଡ୍ରଗ୍ ପେଡଲରଙ୍କୁ ଏନସିବି ଗିରଫ କରିଥିଲା । ରିୟା ଏବଂ ତାଙ୍କ ଭାଇ ସୌଭିକଙ୍କ ଜେଲ ଅବଧି ଆଜି ଶେଷ ହେଉଥିଲା । ଉଭୟେ ବମ୍ବେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । ଏହାର ଶୁଣାଣି ସେପ୍ଟେମ୍ବର ୨୩ରେ ହେବ ବୋଲି ତାଙ୍କର ଓକିଲ ସତୀଶ ମାନସିନ୍ଦେ କହିଛନ୍ତି ।
ଏଠି କହିରଖିବୁ, ସୁଶାନ୍ତଙ୍କ ମୃତ୍ୟୁ ସହ ଜଡ଼ିତ ଡ୍ରଗ୍‌ସ ମାମଲାର ଯାଞ୍ଚ ଏନସିବି କରୁଛି । ଏନସିବି ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ଏକ ଡର୍ଜନରୁ ଅଧିକ ଲୋକଙ୍କୁ ଗିରଫ କରି ସାରିଲାଣି । ଏଥିମଧ୍ୟରେ ରିୟା ସ ତାଙ୍କ ଭାଇ ମଧ୍ୟ ଅଛନ୍ତି ।
ଋିୟାଙ୍କ ଜେଲ୍ କଷ୍ଟଡିର ଅବଧି ବଢିଲା

ଆହୁରି ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧.୫କୋଟି ଦେଲେ ପ୍ରଭାସ

ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଜେରାବେଳେ ସାମ୍ନାକୁ ଆସିଲା ଜଣେ ଅଭିନେତାଙ୍କ ନାଁ

ବାପାଙ୍କ ଥିଏଟରରେ ଶ୍ରମିକ ହୋଇ କାମ କରୁଥିଲେ ଶମି କପୁର, ମାସକୁ ମିଳୁଥିଲା ଏତିକି ଟଙ୍କା

ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

ଫ୍ୟାନ୍ସଙ୍କୁ ନେହାଙ୍କ ସର୍‌ପ୍ରାଇଜ୍‌, ଶେଆର କଲେ ରୋକା ସେରିମୋନି ଭିଡିଓ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

You might also like