‘ଗିରଫ ପାଇଁ ରିୟା ପ୍ରସ୍ତୁତ’

ମୁମ୍ବାଇ: ଗିରଫ ପାଇଁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପ୍ରସ୍ତୁତ ଅଛନ୍ତି ବୋଲି ରିୟାଙ୍କ ଓକିଲ ସତୀଶ ମନ୍‌ସିନ୍ଧେ ଆଜି ଏହା କହିଛନ୍ତି।

ଏକ ବୟାନ ଜାରି କରି ରିୟାଙ୍କ ଉଦ୍ଦେଶ୍ୟରେ ସତୀଶ ମନ୍‌ସିନ୍ଧେ କହିଛନ୍ତି, ‘ଯଦି କାହାକୁ ଭଲ ପାଇବା ଅପରାଧ, ତା’ହେଲେ ଏହାର ପରିଣାମକୁ ସାମ୍ନା କରିବାକୁ ସେ(ରିୟା) ମଧ୍ୟ ପ୍ରସ୍ତୁତ। ଏପରିକି ସେ ଗିରଫ ହେବାପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି’।

ରିୟାଙ୍କ ଓକିଲ ଆହୁରି ମଧ୍ୟ କହିଛନ୍ତି, ‘ଏହି ସମସ୍ତ ମାମଲାକୁ ନେଇ ସେ(ରିୟା) କୌଣସି କୋର୍ଟରେ ଆଗୁଆ ଜାମିନ୍‌ ପାଇଁ ଆବେଦନ କରି ନାହାନ୍ତି। ମାମଲାର ତଦନ୍ତ ବେଳେ ରିୟା CBI, ED ଓ Narcotics Control Bureau (NCB)କୁ ସହଯୋଗ କରିଛନ୍ତି।’

ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ NCB ଆଜି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟାଙ୍କୁ ଜେରା କରୁଛି। ଏହାପୂର୍ବରୁ NCB ତାଙ୍କୁ ସମନ କରିଥିଲା।

ଗତ ଦୁଇଦିନ ଭିତରେ ଡ୍ରଗ୍ସ ଲିଙ୍କ ମାମଲାରେ NCB ରିୟାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ହାଉସ୍‌ ମ୍ୟାନେଜର ସାମୁଏଲ୍‌ ମିରଣ୍ଡା ଓ ସୁଶାନ୍ତଙ୍କ ପର୍ସନାଲ୍‌ ଷ୍ଟାଫ୍‌ ଦୀପେଶ ସାୱନ୍ତଙ୍କୁ ଗିରଫ କରିଛି।

ଜୁନ୍‌ ୧୪ରେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍‌ରେ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା।

ପଢ଼ନ୍ତୁ: ଡ୍ରଗ୍ସ ଲିଙ୍କ୍‌କୁ ନେଇ ରିୟାଙ୍କ ଘରେ ରେଡ୍‌, ଖୋଲିଲା ବଡ଼ ରାଜ୍‌

ଆହୁରି ପଢ଼ନ୍ତୁ

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ନୂଆ ଖୁଲାସା କଲେ ସୁଶାନ୍ତଙ୍କ ବାପାଙ୍କ ଓକିଲ

ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍.ପି. ବାଲା ସୁବ୍ରମଣ୍ୟମଙ୍କ ପରଲୋକ

ଜଣାଶୁଣା ଗାୟକ ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

‘କେଦାରନାଥ’ ଫିଲ୍ମ କାହାଣୀ ଶୁଣି କାନ୍ଦି ପକାଇଥିଲେ ସୁଶାନ୍ତ

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ୍‌ ମ୍ୟାନେଜର କହିଲେ, ଶ୍ରଦ୍ଧାଙ୍କ ପାଇଁ ଅନ୍‌ଲାଇନ୍‌ରେ ଅର୍ଡର କରୁଥିଲେ…

ଆଉ ଜଣେ ବଲିଉଡ୍ ଅଭିନେତାଙ୍କ ଦେହାନ୍ତ

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଏନ୍‌ସିବିର ସମନ୍

ଫିଲ୍ମ ନିର୍ମାତା ମଧୁ ମନତେନାଙ୍କୁ ଏନସିବିର ଜେରା

ଗିରଫ ହେଲେ ଅଭିନେତ୍ରୀ ପୁନମ୍‌ ପାଣ୍ଡେଙ୍କ ସ୍ୱାମୀ, ୨ ସପ୍ତାହ ତଳେ ହୋଇଥିଲା ବିବାହ

ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ନିଜ ନାଁ ଆସିବା ପରେ ମୁହଁ ଖୋଲିଲେ ଦିଆ

ଡ୍ରଗ୍ସ ଲିଙ୍କ ମାମଲାରେ ମୁହଁ ଖୋଲିଲେ ଅଭିନେତ୍ରୀ ରବିନା; କହିଲେ ‘ସଫା କରିବାର ଏହା ଠିକ୍‌ ସମୟ’

You might also like