ସୁୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କ ବିରୋଧରେ ମାମଲା ଦାଏର କଲେ ରିୟା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ମାରାଥନ ଜେରା କରାଯାଉଛି। ଅନ୍ୟପକ୍ଷେ ରିୟା ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି।

ରିୟାଙ୍କ ଓକିଲଙ୍କ କହିବା ଅନୁଯାୟୀ, ପ୍ରିୟଙ୍କା ସିଂହ, ରାମ ମନୋହର ଲୋହିଆ ଡାକ୍ତରଖାନାର ଡାକ୍ତର ତରୁଣ କୁମାର ଏବଂ ଅନ୍ୟମାନଙ୍କ ବିରୋଧରେ ମୁମ୍ବାଇ ପୋଲିସରେ ଅଭିଯୋଗ କରାଯାଇଛି। ଜାଲିଆତି, ଏନଡିପିସି ଆକ୍ଟ ଏବଂ ଟେଲି ମେଡ଼ିସିନ୍‌ ପ୍ରାକ୍ଟିସ୍‌ ଗାଇଡଲାଇନ୍ସ ୨୦୨୦ର ଉଲ୍ଲଘଂନ ନେଇ ଅଭିଯୋଗ ହୋଇଛି।

ରିୟାଙ୍କ ଓକିଲ ସତିଶ ମାନଶିନ୍ଦେ କହିଛନ୍ତି, ୨୦୨୦ ଜୁନ୍‌ ୮ ତାରିଖ ଦିନ ସୁଶାନ୍ତ ସିଂହ ରାଜପୁତଙ୍କୁ OPD ରୋଗୀ ପରି ଏନଡିପିଏସ୍‌ ଆକ୍ଟରେ ଆଇଟମ୍‌ ୩୬ ଏବଂ ୩୭ ତାଲିକାଭୁକ୍ତ ଔଷଧ ପ୍ରେସକ୍ରାଇବ୍‌ କରାଯାଇଥିଲା। ଯାହା ଟେଲି ମେଡିସିନ୍‌ ପ୍ରାକ୍ଟିସ୍‌ ଗାଇଡଲାଇନ୍‌ର ଉଲ୍ଲଘଂନ ଅଟେ।

ସୂଚନାଥାଉ କି, ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ରିୟା ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB) ଯାଞ୍ଚର ସମ୍ମୁଖୀନ ହେଉଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ଲୋକେ ରିୟାଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି କହିବା ସହ ଟଙ୍କା ହେରଫେର, ମାନସିକ ନିର୍ଯାତନା ଏବଂ ସୁଇସାଇଡ୍‌ ପାଇଁ ପ୍ରେତ୍ସାହନ ଦେବା ପରି ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ଉପରେ ସିବିଆଇ ଏବଂ ଇଡି ଯାଞ୍ଚ କରୁଛି। ଏବେ ଡ୍ରଗ୍ସ କାରବାର କଥା ସାମ୍ନାକୁ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମଧ୍ୟ ଯାଞ୍ଚ କରୁଛି। NCB ପକ୍ଷରୁ ଏହି ମାମଲାରେ ଅନେକଙ୍କୁ ଗିରଫ ମଧ୍ୟ କରାଗଲାଣି। ଏମାନଙ୍କ ମଧ୍ୟରେ ରିୟାଙ୍କ ଭାଇ ସୌଭିକ ଏବଂ ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରଣ୍ଡା ଅଛନ୍ତି।

 

ଆହୁରି ପଢ଼ନ୍ତୁ

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସଲମାନ୍‌, କରଣଙ୍କୁ ସମନ୍‌

ଫିଲ୍ମ ‘ABCD’ ଫେମ୍‌ ଆକ୍ଟର କିଶୋର ଅମନ୍ ଗିରଫ, ଡଗ୍ସ ଜବତ

ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଅଭିନେତ୍ରୀ କହିଲେ-ମୋ ସୁରକ୍ଷା ଏବେ ବିପଦରେ…

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ? ଉଠିଲା ଏହି ୧୦ ପ୍ରଶ୍ନ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

ଓଡ଼ିଆ ଅଭିନେତା ଶ୍ରୀତମ ଦାସଙ୍କୁ କରୋନା

ବ୍ୟଥିତ ମନରେ ମୁମ୍ବାଇ ଛାଡ଼ିଲେ କଙ୍ଗନା ରଣାୱତ

ସୁଶାନ୍ତଙ୍କ ଫାର୍ମହାଉସ୍‌ରେ ହେଉଥିଲା କି ଡ୍ରଗ୍ସ ପାର୍ଟି ? ମିଳିଲା ଏସବୁ ଜିନିଷ

କଙ୍ଗନାଙ୍କ ଘରର ଅବୈଧ ନିର୍ମାଣର ତାଲିକା ଦେଲା ବିଏମ୍‌ସି

ରାଜ୍ୟପାଳଙ୍କୁ ନ୍ୟାୟ ମାଗିଲେ କଙ୍ଗନା

ଆଉନାହାନ୍ତି ଅଜିତ୍ ଦାସ

You might also like