ରିୟାଙ୍କ ସମ୍ପର୍କରେ ଆଉ ଏକ ରାଜ୍‌ର ଖୁଲାସା କଲେ ସୁଶାନ୍ତଙ୍କ ସାଙ୍ଗ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁର ତଦନ୍ତ ଭାର ସିବିଆଇ ହାତକୁ ଆସିଛି।  ପ୍ରମାଣ ସଂଗ୍ରହ ପାଇଁ ସିବିଆଇ ଲଗାତାର ପଚରାଉଚରା କରିଚାଲିଛି। ଜେରାରୁ ଅନେକ କିଛି ତଥ୍ୟ ମଧ୍ୟ ସାମ୍ନାକୁ ଆସିଲାଣି। ତେବେ ଏହି ତଦନ୍ତ ମଝିରେ ସୁଶାନ୍ତ ଏବଂ ରିଆଙ୍କ ସମ୍ପର୍କକୁ ନେଇ ଏକ ଚମକାଇ ଦେବା ଭଳି ଖବର ସାମ୍ନାକୁ ଆସିଛି। ସୁଶାନ୍ତଙ୍କର ଜଣେ ସାଙ୍ଗ ଏହି ତଥ୍ୟର ଖୁଲାସା କରିଛନ୍ତି।

ସୁଶାନ୍ତଙ୍କର ଏହି ବନ୍ଧୁଜଣକ ରିଆ ଓ ସୁଶାନ୍ତଙ୍କ ସହ ପାର୍ଟିରେ ସାମିଲ ହେଉଥିଲେ ଏବଂ ସୁଶାନ୍ତଙ୍କ ଫ୍ଲାଟ୍‌ରେ ଅନେକ ସମୟରେ ରହୁଥିଲେ। Times Nowରୁ ମିଳିଥିବା ତଥ୍ୟ ଅନୁଯାୟୀ,  ସେ ରିୟା ଏବଂ ସୁଶାନ୍ତଙ୍କର ବହୁତ ନିକଟତର ଥିଲେ। ସେ କହିଛନ୍ତି, ରିୟା ସୁଶାନ୍ତଙ୍କ କ୍ୟାରିୟର ଏବଂ ଫାଇନାନ୍ସକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣରେ ରଖିଥିଲେ। ସେ ଖାଲି ସୁଶାନ୍ତଙ୍କ ଟଙ୍କା ଉପରେ ନିୟନ୍ତ୍ରଣ କରିଥିଲେ ତାହା ନୁହେଁ, ନିଜ ଶପିଂ ପାଇଁ ମଧ୍ୟ ଯଥେଷ୍ଟ ଖର୍ଚ୍ଚ କରୁଥିଲେ।

ରିୟା ହିଁ ସୁଶାନ୍ତଙ୍କ ମନ ଭିତରେ ଭୂତପ୍ରେତ ଭୟ  ଭର୍ତ୍ତି କରାଇଥିଲେ ବୋଲି ବନ୍ଧୁଜଣକ କହିଛନ୍ତି। ସେ ଯେତେବେଳେ ଏହାକୁ ରୋକିବାକୁ ପ୍ରୟାସ କରିଥିଲେ ସେତେବେଳେ ତାଙ୍କୁ ଘରୁ ବାହାର କରି ଦିଆଗଲା। ଏହାପରେ ସୁଶାନ୍ତଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ଯାଇଥିଲା।  ରିୟାଙ୍କ ବାପା ଇନ୍ଦ୍ରଜିତ୍‌ ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ପାଇଁ ଔଷଧ ଆଣୁଥିଲେ ଯେଉଁଥିରେ କିଛି ଗଡବଡ଼ ଥିବା ପରି ଲାଗୁଥିଲା। ତେବେ ସେମାନଙ୍କ ସମ୍ପର୍କ ଅଜୀବ ଥିଲା ବୋଲି କହିଛନ୍ତି ସୁଶାନ୍ତଙ୍କ ଏହି ସାଙ୍ଗଜଣକ।

ଏଠି କହିରଖିବୁ, ସିବିଆଇ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଯେଉଁ ଏଫଆଇଆର ଦେଇଛି ଏଥିରେ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଅଭିଯୁକ୍ତ ବୋଲି ଅଭିଯୋଗ ଆଣିଛି। ଏଥି ସହିତ ତାଙ୍କର ପୂର୍ବତନ ବିଜିନେସ ମ୍ୟାନେଜର ଶ୍ରୁତି ମୋଦି ଏବଂ ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡଙ୍କୁ ମଧ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଛି। କୁହାଯାଉଛି, ପ୍ରାଥମିକ ତଦନ୍ତ ସରିବା ପରେ ଖୁବ୍‌ ଶୀଘ୍ର ସିବିଆଇ ଏହି ୬ ଅଭିଯୁକ୍ତଙ୍କୁ ଦୀର୍ଘକାଳୀନ ଜେରା କରିବ।

You might also like