ଶେଷରେ ମୁହଁ ଖୋଲିଲେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମୁହଁ ଖୋଲିଛନ୍ତି ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ। ଦୀର୍ଘଦିନ ଧରି ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ନେଇ ରିଆ କହିଛନ୍ତି, ତାଙ୍କ ନ୍ୟାୟିକ ବ୍ୟବସ୍ଥା ଓ ଭଗବାନଙ୍କ ଉପରେ ପୂରା ଭରସା ରହିଛି। ସୁଶାନ୍ତଙ୍କ ପିତା କେକେ ସିଂହ ରିଆଙ୍କ ବିରୋଧରେ କିଛି ସାଙ୍ଘାତିକ ଅଭିଯୋଗ ଆଣି ପାଟଣା ପୋଲିସରେ ଏଫଆଇଆର୍ ଦାଖଲ କରିଥିଲେ।

କିନ୍ତୁ ଏହାକୁ ନେଇ ରିଆ ଆଜି ଏକ ଭିଡିସ ଜରିଆରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “ଭଗବାନ ଓ ନ୍ୟାୟିକ ବ୍ୟବସ୍ଥା ଉପରେ ମୋର ପୂରା ଭରସା ରହିଛି। ମୋତେ ନିଶ୍ଚୟ ନ୍ୟାୟ ମିଳିବ। ମୋ ସମ୍ବନ୍ଧରେ ଅନେକ ବଡ଼ ବଡ଼ କଥା କୁହାଯାଉଛି। ଏହା ଉପରେ ବର୍ତ୍ତମାନ କୌଣସି ମନ୍ତବ୍ୟ ଦେବା ପାଇଁ ମୋ ଓକିଲ୍ ମନା କରିଛନ୍ତି।”

ସୂଚନାଯୋଗ୍ୟ, ରିଆ ସୁପ୍ରିମ୍ କୋର୍ଟରେ ଯାଚିକା ଦାଖର କରି ମାମଲାକୁ ମୁମ୍ବାଇ ପୋଲିସକୁ ଟ୍ରାନ୍ସଫର କରିବାକୁ ଦାବି କରିଛନ୍ତି। ରିଆ କହିଛନ୍ତି, ସୁଶାନ୍ତଙ୍କ ଆତ୍ମହତ୍ୟା ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ତେବେ ରିଆ ମାନିଛନ୍ତି ଯେ ବର୍ଷେ ହେବ ସେ ସୁଶାନ୍ତଙ୍କ ସହ ‘ଲିଭ୍ ଇନ୍ ରିଲେସନଶିପ’ରେ ଥିଲେ।

ରିଆ ନିଜ ଯାଚିକାରେ ଲେଖିଥିଲେ, ସେ ଜୁନ୍ ୮ ତାରିଖରେ ସୁଶାନ୍ତଙ୍କ ଫ୍ଲାଟ୍ ଛାଡ଼ି ନିଜ ଘରକୁ ଚାଲିଯାଇଥିଲେ। ସୁଶାନ୍ତ ଡ୍ରିପ୍ରେସନରେ ଥିଲେ ଏବଂ ଆଣ୍ଟି ଡ୍ରିପେସନ୍ ମେଡିସିନ୍ ନେଉଥିଲେ। ତା’ଛଡ଼ା ରିଆ ଆହୁରି କହିଛନ୍ତି, ସିଆରପିସି ଧାରା ୧୭୭ ମୁତାବକ ଅପରାଧିକ ମାମଲାର ତଦନ୍ତ ଏବଂ ଶୁଣାଣି କେବଳ ସେହିଠାରେ ହୋଇପାରିବ, ଯେଉଁଠାରେ ଏହି ଅପରାଧ ଘଟିଛି। ଏହାସହ ସେ ମାମଲାକୁ ମୁମ୍ବାଇ ଟ୍ରାନ୍ସଫର୍ କରିବାକୁ ମଧ୍ୟ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

୬ ବର୍ଷ ତଳେ ସଲ୍‌ମାନ୍‌ ପଚାରିଥିଲେ କ’ଣ ଜିଣ୍ଟାଙ୍କ ଟିମ୍‌ ଜିତିଲା ? ଏବେ ମିଳିଲା ଏମିତି ଉତ୍ତର

ଚାଲିଗଲେ କୁମ୍‌କୁମ୍‌ ଭାଗ୍ୟର ‘ଇନ୍ଦୁ ଦାଦି’

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ସାଉଥ୍‌ ଆଫ୍ରିକା ଯାଏ ଲମ୍ବିଛି ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌, ଅଭିନେତାଙ୍କ ଗର୍ଲଫ୍ରେଣ୍ଡ୍‌ଙ୍କ ଭାଇକୁ ଗିରଫ କଲା NCB

୬ ବର୍ଷ ବୟସରେ ଢାବାରେ ବାସନ ମାଜୁଥିଲେ ଓମ୍‌ ପୁରୀ, ଇଂରାଜୀ କହିପାରୁନଥିବାରୁ ନିରାଶ ଥିଲେ

ମିଥୁନଙ୍କ ପୁଅଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା, କହିଲେ-ବଳପୂର୍ବକ…

ବିବାହ କରିବେ ତାରା!

ସୈଫ୍‌ଙ୍କୁ ବିବାହ କରିବାକୁ ବାପା-ମାଆଙ୍କୁ ଧମକ ଦେଇଥିଲେ କରିନା

ଅଭିନେତା ସୌମିତ୍ର ଚାଟାର୍ଜୀଙ୍କର ଆସିଲା କରୋନା ଟେଷ୍ଟ ରିପୋର୍ଟ

ଦୀପିକା ପାଦୁକୋନଙ୍କ ନାମରେ ମନରେଗା ଜବ କାର୍ଡ !

You might also like