ନା ଅଛି ବେଡ୍‌ ନା ତକିଆ…ଜେଲ୍‌ରେ ଏବେ ଏମିତି କଟୁଛି ରିୟାଙ୍କ ଦିନ

ମୁମ୍ବାଇ: ନା ଅଛି ଆଲିସାନ୍ ଗଦି…ନା ଏସି…ଏପରିକି ମନ ପସନ୍ଦର ଟିଭି ଚ୍ୟାନେଲ୍ ଦେଖିବାର ସୁବିଧା ମଧ୍ୟ ନାହିଁ। ମୁମ୍ବାଇ Byculla ଜେଲ୍‌ରେ ଏବେ ଏମିତି କଟୁଛି ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଦିନ। ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ରେ ଗିରଫ ହୋଇଥିବା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ସେପ୍ଟେମ୍ବର ୨୨ ଯାଏ ଜେଲ୍‌ରେ ରହିବେ।

୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତରେ ଥିବା ରିୟାଙ୍କୁ Byculla ଜେଲ୍‌ର ସର୍କଲ ନମ୍ବର ୧ର ସ୍ୱତନ୍ତ୍ର କଠୋରୀରେ ରଖାଯାଇଛି। ଶୋଇବା ପାଇଁ କେବଳ ଏକ ଶପ ଓ ପିଇବା ପାଇଁ ଏକ ମାଟି ହାଣ୍ଡି ରଖାଯାଇଛି। ହେଲେ ନା ବେଡ୍‌ କି ତକିଆ ନା ଫ୍ୟାନ୍ ଦିଆଯାଇ ନାହିଁ।  ଅନ୍ୟ କଏଦୀଙ୍କ ଭଳି ସେ ମଧ୍ୟ ଚଟାଣରେ ଶୋଉଛନ୍ତି। ଫାଇଭ୍ ଷ୍ଟାର୍‌ରେ କଣ୍ଟିନେଣ୍ଟାଲ୍ ଖାଦ୍ୟ ଖାଉଥିବା ହିରୋଇନ୍‌ଙ୍କୁ ଏବେ ଜେଲ୍ କ୍ୟାଣ୍ଟିନ୍‌ରେ ଖାଇବାକୁ ପଡ଼ୁଛି। Byculla ଜେଲ୍‌ରେ ଦିନକୁ ଦୁଇ ଥର ଖାଇବା ଓ ଥରେ ଜଳଖିଆ ମିଳିଥାଏ। ସକାଳେ ଜଳଖିଆ, ମଧ୍ୟାହ୍ନରେ ଭାତ, ଡାଲି, ତରକାରି ଏବଂ ରାତିରେ ରୁଟି ଓ ଗୋଟିଏ ପ୍ରକାର ତରକାରି ମିଳିଥାଏ।

ସେପ୍ଟେମ୍ବର ୮ରେ  ଡ୍ରଗ୍ସ ଲିଙ୍କ୍ ମାମଲାରେ Narcotics Control Bureau (NCB) ରିୟାଙ୍କୁ ଗିରଫ କରିଥିଲା। ସେପ୍ଟେମ୍ବର ୯ରେ NCB ଲକ୍‌ଅପ୍‌ରୁ ରିୟାଙ୍କୁ Byculla ଜେଲ୍ ନିଆଯାଇଥିଲା।ରିୟାଙ୍କ ଗତିବିଧି ଲକ୍ଷ କରିବାକୁ ୨ଜଣ ପୋଲିସ୍ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି।

ରିୟାଙ୍କୁ ରଖାଯାଇଥିବା ଏହି ସେଲ୍‌ ନିକଟରେ ନିଜ ଝିଅ ଶିନା ବୋରା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ସେଲ୍‌ ରହିଛି। ଏହି ମାମଲାରେ ୨୦୧୬ ମସିହାରୁ ସେ ସଜା କାଟୁଛନ୍ତି।

ପଢ଼ନ୍ତୁ: Byculla ଜେଲ୍‌ରେ କଟିଲା ରିୟାଙ୍କ ପ୍ରଥମ ରାତି, ଡିନର୍‌ରେ ଦିଆଗଲା ଏସବୁ ଖାଦ୍ୟ

ଆହୁରି ପଢ଼ନ୍ତୁ

ଜଣାଶୁଣା ଗାୟକ ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

‘କେଦାରନାଥ’ ଫିଲ୍ମ କାହାଣୀ ଶୁଣି କାନ୍ଦି ପକାଇଥିଲେ ସୁଶାନ୍ତ

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ୍‌ ମ୍ୟାନେଜର କହିଲେ, ଶ୍ରଦ୍ଧାଙ୍କ ପାଇଁ ଅନ୍‌ଲାଇନ୍‌ରେ ଅର୍ଡର କରୁଥିଲେ…

ଆଉ ଜଣେ ବଲିଉଡ୍ ଅଭିନେତାଙ୍କ ଦେହାନ୍ତ

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଏନ୍‌ସିବିର ସମନ୍

ଫିଲ୍ମ ନିର୍ମାତା ମଧୁ ମନତେନାଙ୍କୁ ଏନସିବିର ଜେରା

ଗିରଫ ହେଲେ ଅଭିନେତ୍ରୀ ପୁନମ୍‌ ପାଣ୍ଡେଙ୍କ ସ୍ୱାମୀ, ୨ ସପ୍ତାହ ତଳେ ହୋଇଥିଲା ବିବାହ

ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ନିଜ ନାଁ ଆସିବା ପରେ ମୁହଁ ଖୋଲିଲେ ଦିଆ

ଡ୍ରଗ୍ସ ଲିଙ୍କ ମାମଲାରେ ମୁହଁ ଖୋଲିଲେ ଅଭିନେତ୍ରୀ ରବିନା; କହିଲେ ‘ସଫା କରିବାର ଏହା ଠିକ୍‌ ସମୟ’

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ଅକ୍ଟୋବର ୬ ଯାଏ ଜେଲ୍‌ରେ ରହିବେ ରିୟା

You might also like