ସେଲେବ୍ରିଟିଙ୍କ ଘରେ ଲୁଚିଛନ୍ତି କି ରିୟା ?

ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ୩ ଦିନ ତଳେ ସାନ୍ତାକ୍ରୁଜ୍‌ ସ୍ଥିତ ଘରୁ ପରିବାର ସହ ଅନ୍ୟ ଏକ ସ୍ଥାନକୁ ସିଫ୍ଟ କରିଥିବା ଜଣାପଡ଼ିଛି।

ରିୟା ଏବେ ତାଙ୍କ ପରିବାର ସହ ମୁମ୍ବାଇ ସ୍ଥିତ ଜଣେ ସେଲେବ୍ରିଟିଙ୍କ ଘରେ ଥିବା କୁହାଯାଉଛି। ସୁଶାନ୍ତ ସିଂ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମୁମ୍ବାଇ ଆସିଥିବା ବିହାର ପୋଲିସ୍‌ର ଏକ ସ୍ପେଶାଲ୍‌ ଟିମ୍‌ ରିୟାଙ୍କ ବର୍ତ୍ତମାନ ଠିକଣା ସମ୍ପର୍କରେ ଟ୍ରାକ୍‌ କରି ଏହା ଜାଣିବାକୁ ପାଇଛି।

୩ ଦିନ ତଳେ ରିୟା ପରିବାର ସହ ଅଧ ରାତିରେ ଏକ ବ୍ଲ୍ୟୁ ରଙ୍ଗର କାର୍‌ରେ ବଡ଼ suitcase ଧରି ନିଜ ଘରୁ ଅନ୍ୟ ଏକ ସ୍ଥାନକୁ ସିପ୍ଟ ହୋଇଥିଲେ ବୋଲି ଜଣାପଡ଼ିଛି।

ରିୟାଙ୍କ ଉପରେ ଲାଗିଥିବା ଅଭିଯୋଗର ଯୋଉ ଦିନ ଆମକୁ ସମସ୍ତ ପ୍ରମାଣ ମିଳିବ, ସେହିଦିନ ଯେଉଁଠି ଥାଆନ୍ତୁ ନା କାହିଁକି ବିହାର ପୋଲିସ୍‌ ତାଙ୍କୁ ଧରିବ ବୋଲି ବିହାର ପୋଲିସ୍ ଡିଜି କହିଛନ୍ତି।

ବିହାର ପୋଲିସ୍ ଡିଜି ଆହୁରି କହିଛନ୍ତି, ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଜୀବନକୁ ବାଜି ଲଗାଇଦେବୁ। ସତ ସାମ୍ନାକୁ ଆସିବ।

ପଢ଼ନ୍ତୁ: ସାମ୍ନାକୁ ଆସିଲା ସୁଶାନ୍ତଙ୍କ ବ୍ୟାଙ୍କ ବିବରଣୀ; ଶପିଂ‌, ମେକ୍‌ଅପ୍ ‌ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ ରିୟା !

ଆହୁରି ପଢ଼ନ୍ତୁ

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ରାଜେଶ୍‌ଙ୍କ ସହ କାମ କରି ବେଶ୍‌ ଖୁସି ଭୂମିକା

ଦଶହରାରେ କର୍ମଚାରୀଙ୍କୁ କାର ଗିଫ୍ଟ ଦେଲେ ଏଇ ବଲିଉଡ୍‌ ଅଭିନେତ୍ରୀ

‘ପ୍ରି-ୱେଡିଂ ଫେଷ୍ଟିଭିଟିଜ୍’ ଫଟୋ ଶେଆର କଲେ ଅଭିନେତ୍ରୀ କାଜଲ

ବିରାଟଙ୍କୁ ଚିୟର କରିବାକୁ ଲାଲ୍‌ ଡ୍ରେସ୍‌ରେ ଷ୍ଟାଡିୟମ୍‌ ପହଞ୍ଚିଲେ ଅନୁଷ୍କା

ନୋରାଙ୍କୁ ପ୍ରେମ ନିବେଦନ କଲେ ଟେରିନ୍ସ!

ଡ୍ରଗ୍ସ କିଣୁଥିବା ବେଳେ ଟିଭି ଅଭିନେତ୍ରୀଙ୍କୁ ଗିରଫ କଲା ଏନ୍‌ସିବି

ନିଆରା ଢଙ୍ଗରେ ଦୁର୍ଗା ପୂଜା ଶୁଭେଚ୍ଛା ଜଣାଇଲେ ଓଲିଉଡ୍‌ ଅଭିନେତ୍ରୀ

ଲାଇଫ୍‌ ପାର୍ଟନର ରୋହନ‌ପ୍ରୀତ୍‌ଙ୍କ ସହ ନେହା, ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ

ହିମାଂଶଙ୍କ ଠାରୁ ଦୂରେଇ ଯିବାପରେ ଭାଙ୍ଗି ପଡିଥିଲେ ନେହା, ୬ବର୍ଷ ସାନ ରୋହନଙ୍କୁ କଲେ ବିବାହ

ବିବାହ କଲେ ରୋହନ୍‌-ନେହା

ଦୂର୍ଗା ମଣ୍ଡପରେ ସୋନୁଙ୍କ ମୂର୍ତ୍ତି

You might also like