ମୁହଁ ଖୋଲିଲେ ସୁଶାନ୍ତଙ୍କ ଏକ୍ସ-ଆସିଷ୍ଟାଣ୍ଟ୍‌, ଡ୍ରଗ୍ସ ନେଉଥିବା ଘଟଣାକୁ ନେଇ କହିଲେ ଏମିତି…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ଡ୍ରଗ୍ସ ନେଉଥିବା କଥାକୁ ଖଣ୍ଡନ କରିଛନ୍ତି ସୁଶାନ୍ତଙ୍କ ପୂର୍ବତନ ବ୍ୟକ୍ତିଗତ ସହାୟକ(Personal Assistant) ସବିର ଅହମଦ। ଯେତେଦିନ ଯାଏ ସେ ସୁଶାନ୍ତଙ୍କ ସହ ଥିଲେ ଓ ତାଙ୍କ ସହ କାମ କରୁଥିଲେ, ସୁଶାନ୍ତ କେବେ ବି ଡ୍ରଗ୍ସ ନେଉନଥିଲେ ବୋଲି ସବିର କହିଛନ୍ତି।

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସକୁ ନେଇ ଏକ ନୂଆମୋଡ଼ ଆସିବା ପରେ Narcotics Control Bureau (NCB) ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସବିର ଏଭଳି ଦାବି କରିଛନ୍ତି।

ସବିର ନ୍ୟୁଜ୍‌ ଏଜେନ୍ସି IANSକୁ ସୂଚନା ଦେଇ କହିଛନ୍ତି, ‘ମୁଁ ସୁଶାନ୍ତ ସାର୍‌ଙ୍କ ସହ କାମ କରୁଥିଲି ଓ କିଛିଦିନ ପାଇଁ ମଝିରେ ବ୍ରେକ୍‌ ନେଇଥିଲି। ତାଙ୍କ ସହ ମୁଁ ୨୦୧୮ ଡିସେମ୍ବରରୁ ୨୦୧୯ ପାଖାପାଖି ଜାନୁଆରୀ କିମ୍ବା ଫେବୃଆରୀ ଯାଏ କାମ କରିଥିଲି। ତେବେ ଫେବୃଆରୀରେ ମୁଁ ଛୁଟି ନେଇଥିଲି’।

ସବିର ଆହୁରି କହିଛନ୍ତି, ମୁଁ ତାଙ୍କର(ସୁଶାନ୍ତ) ଫିଲ୍ମ ‘ସୋନ୍‌ଚିଡ଼ିଆ’ର ପ୍ରମୋସନ୍‌ ଓ ‘ଦିଲ୍‌ ବେଚାରା’ର ଶୁଟିଂ ସମୟରେ ପର୍ସନାଲ୍‌ ଆସିଷ୍ଟାଣ୍ଟ୍‌ ଥିଲି। ଫଟୋଶୁଟ୍‌, ଫିଲ୍ମ ପ୍ରମୋସନ୍‌ ଓ ଶୁଟିଂ ଇତ୍ୟାଦିରେ ତାଙ୍କୁ ସାହାଯ୍ୟ କରୁଥିଲି। ଏହି ସମୟରେ ମୁଁ ସାର୍‌ଙ୍କ ‌(ସୁଶାନ୍ତ) ସହ ତାଙ୍କ ଆପାର୍ଟମେଣ୍ଟ୍‌ର ୧୬ ମହଲାରେ ରହୁଥିଲି।

‘ଯଦି ସେହି ସମୟରେ ସାର୍‌(ସୁଶାନ୍ତ) ଡ୍ରଗ୍ସ ସେବନ କରୁଥାନ୍ତେ, ତା’ହେଲେ ନିଶ୍ଚିତ ଭାବରେ ଏହି କଥା ମୁଁ ଜାଣିପାରିଥାନ୍ତି। କାରଣ ମୁଁ ତାଙ୍କ ସହ ସବୁବେଳେ ରହୁଥିଲି। ହେଲେ ମୋତେ ବାହାର କରି ଦିଆଯିବା ପରେ କ’ଣ ସବୁ ଘଟିଥିଲା, ତାହା ମୁଁ ଜାଣି ନାହିଁ’ ବୋଲି ସବିର କହିଛନ୍ତି।

ତାଙ୍କୁ କାହିଁକି ବାହାର କରି ଦିଆଯାଇଥିଲା ବୋଲି ପ୍ରଶ୍ନର ଉତ୍ତରରେ ସବିର କହିଛନ୍ତି, ‘ମୁଁ ୨୦୧୯ ଫେବୃଆରୀରେ ଛୁଟିରେ ଘରକୁ ଆସିଥିଲି। ଜୁନ୍‌/ଜୁଲାଇ ଆଡ଼କୁ ମୁଁ ମୁମ୍ବାଇ ଫେରିଥିଲି। ସେହି ସମୟରେ ମୁଁ ସୁଶାନ୍ତ ସାର୍‌ଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲି, ହେଲେ ସିଧାସଳଖ ତାଙ୍କ ସହ ମୋର ଯୋଗାଯୋଗ ହୋଇପାରିନଥିଲା। ତାଙ୍କ ଘରେ କାମ କରୁଥିବା ଜଣେ ଷ୍ଟାଫ୍‌ ମୋତେ କହିଥିଲେ, ରିୟା ଏବେ ସବୁକିଛି ବୁଝାବୁଝି କରୁଛନ୍ତି। ସେ(ରିୟା) ସାର୍‌ଙ୍କ ପୁରୁଣା କର୍ମଚାରୀଙ୍କୁ ରଖିବାକୁ ଆଗ୍ରହୀ ନଥିବା ମୁଁ ଜାଣିବାକୁ ପାଇଥିଲି। ଏହାପରେ ମୁଁ କେବେବି ସାର୍‌ଙ୍କ‌(ସୁଶାନ୍ତ) ସହ ଯୋଗାଯୋଗ କରିନଥିଲି।’

ସୁଶାନ୍ତଙ୍କ ନିତିଦିନିଆ ଜୀବନ କ’ଣ ଥିଲା, ଏହାକୁ ନେଇ ସବିର କହିଛନ୍ତି, ‘ପ୍ରତିଦିନ ପାଖାପାଖି ଭୋର ୪ଟା ସମୟରେ ସେ ଉଠୁଥିଲେ। ଏହାପରେ ସେ ଟେଲିସ୍କୋପ୍‌ରେ ଜହ୍ନ ଦେଖୁଥିଲେ। ଏହାପରେ କିଛି ସମୟ ପାଇଁ ଯୋଗ କରିବା ପରେ ଭକ୍ତି ଗୀତ ସବୁ ଶୁଣୁଥିଲେ। ସେ ଭଗବାନ ଶିବଙ୍କର ଭକ୍ତ ଥିଲେ। ଏସବୁ ପରେ ସେ ଲେଖାଲେଖି ଓ ପଢ଼ାପଢ଼ି କରୁଥିଲେ। ସେ ବହୁତ ପଢ଼ାପଢ଼ି କରୁଥିଲେ। ଏଭଳି ଭାବରେ ତାଙ୍କ ଦିନ ଆରମ୍ଭ ହେଉଥିଲା। ସେ ବହୁତ ଖୁସି ମିଜାଜ୍‌ ଓ ସକାରାତ୍ମକ ଚିନ୍ତାଧାରର ବ୍ୟକ୍ତି ଥିଲେ।

ସୂଚନାଥାଉ କି, ସିବିଆଇ ଏବେ ସୁଶାନ୍ତ ସିଂ ମୃତ୍ୟୁ ମାମଲାର ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

ପଞ୍ଚଭୂତରେ ଲୀନ ହେଲେ ସ୍ୱର ସମ୍ରାଟ୍ ଏସ୍‌ପି ବାଲାସୁବ୍ରମଣ୍ୟମ

ସଫେଇ ଦେଲେ କରନ ଜୋହର: ‘କେବେ ଡ୍ରଗ୍ସ ନେଇନାହାନ୍ତି କିମ୍ବା କାହାକୁ ପ୍ରୋତ୍ସାହିତ କରିନାହାନ୍ତି’

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ରିୟାଙ୍କ ସହ ଡ୍ରଗ୍ସ ଚାଟ୍ କଥା ସ୍ୱୀକାର କଲେ ରକୁଲ୍!

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ନୂଆ ଖୁଲାସା କଲେ ସୁଶାନ୍ତଙ୍କ ବାପାଙ୍କ ଓକିଲ

ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍.ପି. ବାଲା ସୁବ୍ରମଣ୍ୟମଙ୍କ ପରଲୋକ

ଜଣାଶୁଣା ଗାୟକ ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

‘କେଦାରନାଥ’ ଫିଲ୍ମ କାହାଣୀ ଶୁଣି କାନ୍ଦି ପକାଇଥିଲେ ସୁଶାନ୍ତ

You might also like