ବଲିଉଡ୍କୁ ପୁଣି ଝଟ୍କା: ଆଉ ନାହାନ୍ତି ଲୋକପ୍ରିୟ ଗୀତିକାର ଯୋଗେସ୍ ଗୌର
ମୁମ୍ବାଇ: ପରଲୋକରେ ବଲିଉଡ୍ରେ ଲୋକପ୍ରିୟ ଗୀତିକାର ଯୋଗେଶ ଗୌର। ଶୁକ୍ରବାର ୭୭ ବର୍ଷରେ ତାଙ୍କର ପରଲୋକ ହୋଇଛି। ଆନନ୍ଦ ଫିଲ୍ମର କହିଁ ଦୂର ଜବ୍ ଦିନ୍ ଢଲଯାଏ ଓ ଜିନ୍ଦଗୀ କୈଶୀ ହେ ପହେଲୀ ହାଏ ଭଳି ଲୋକପ୍ରିୟ ଗୀତ ଲେଖିଥିବା ୟୋଗେଶ ବଲିଉଡ୍କୁ ଅଲ୍ବିଦା କହି ସବୁଦିନ ପାଇଁ ଚାଲିଯାଇଛନ୍ତି ଆରପାରିକୁ।
୭୦ ଦଶକର ଫିଲ୍ମରେ ତାଙ୍କ ଗୀତ ରାଜ୍ କରୁଥିଲା। ଏହି ସମୟରେ ସେ ଅନେକ ହିଟ୍ ଗୀତ ବଲିଉଡ୍କୁ ଦେଇଛନ୍ତି। ତାଙ୍କର ଅନେକ ଲୋକପ୍ରିୟ ଗୀତ ଆଜିବି ସଂଗୀତ ପ୍ରେମୀ ଗୁଣୁଗୁଣାଉଥିବାର ଦେଖାଯାଏ।
ଯୋଗେଶଙ୍କ ବିୟୋଗରେ ବଲିଉଡ୍ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀ ପାଇଁ ଅପୂରଣୀୟ କ୍ଷତି ହୋଇଛି। ସ୍ୱର କୋକିଳ ଲତା ମଙ୍ଗେସ୍କର, ଗୀତିକାର ଭରୁଣ ଗ୍ରୋଭରଙ୍କ ଭଳି ବହୁ ବଡ଼ ବଡ଼ ବଲିଉଡ୍ ଷ୍ଟାର୍ ତାଙ୍କ ବିୟୋରେ ଦୁଃଖ ପ୍ରକାଶ କରିଛନ୍ତି।
ଲକ୍ଷ୍ନୌରେ ଜନ୍ମଗ୍ରହଣ କରିଥିବା ଯୋଗେଶ ଗୌରଙ୍କର କର୍ମକ୍ଷେତ୍ର ଥିଲା ମୁମ୍ବାଇ। କାମ ଖୋଜିବା ପାଇଁ ଜଣେ ସମ୍ପର୍କୀୟଙ୍କ ସହଯୋଗରେ ସେ ମାତ୍ର ୧୬ ବର୍ଷରେ ଲକ୍ଷ୍ନୌରୁ ମୁମ୍ବାଇ ଚାଲିଆସିଥିଲେ। କାଳକ୍ରମେ ସେ ହୋଇଯାଇଥିଲା ଗୀତିକାର।
ସେ ଅନେକ ଳୋକପ୍ରିୟ ଫିଲ୍ମରେ ବହୁ ଫେମସ୍ ଗୀତ ଲେଖିଛନ୍ତି।
ହୃଷିକେଶ ମୁଖାର୍ଜୀଙ୍କ ଫିଲ୍ମ ଆନନ୍ଦରେ- କହିଁ ଦୂର ଜବ୍ ଦିନ୍ ଢଲଯାଏ ଓ ଜିନ୍ଦଗୀ କୈଶୀ ହେ ପହେଲି ହାଏ, ମଞ୍ଜିଲ୍ ଫିଲ୍ମରେ- ରିମ୍ଝିମ୍ଗୀରେ ସାୱନ୍, ମିଲି ପିଲ୍ମରେ- ବଡ଼ି ସୁନିସୁନି ସି ହୈ, ବାତୋଁ ବାତୋଁ ମୈଁ ଫିଲ୍ମରେ- ନା ବୋଲେ ତୁମ୍ ନା ମୈନେ କୁଛ୍ କାହା ଭଳି ଅନେକ ଲୋକପ୍ରିୟ ଗୀତ ସେ ଲେଖିଛନ୍ତି।
୨୦୨୦ ବଲିଉଡ୍ ପାଇଁ ଏକ କଳା ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଚଳିତ ବର୍ଷ ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅଲ୍ବିଦା କହି ଚାଲିଯାଉଛନ୍ତି ଅନେକ ଅନେକ ବଡ଼ ବଡ଼ କଳାକାର। ପ୍ରଥମେ ଇର୍ଫାନ, ପରେ ଋଶି କାପୁର ଦେହାନ୍ତ ସିନେ ପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଥିବା ବେଳେ ଟେଲି ଅଭିନେତା ସଚିନ କୁମାର ଓ ସାଇ ଗୁଣ୍ଡେରା ଓ ମୋହିତ ବାଘେଲ୍ଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ଦୁଃଖ ସାଗରରେ ବୁଡ଼ାଇ ଦେଇଥିଲା। ଆଉ ଏବେ ଯୋଗେଶ୍ ଗୌର ବି ବଲିଉଡ୍କୁ ଅଲ୍ବିଦା କହିଦେଲେ।
ସୌଜନ୍ୟ- ୟୁଟ୍ୟୁବ୍