ଛୋଟ ପରଦାକୁ ଫେରିଲେ ରେଖା! ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରେଖା ଦେଖିବାକୁ ଯେତେ ସୁନ୍ଦର, ତାଠୁ ଅଧିକ ଚମତ୍କାର ତାଙ୍କର ଅଭିନୟ। ରେଖାଙ୍କ ଗ୍ଲାମରସ୍‌ ଆନ୍ଦାଜ୍‌ ଦେଖିଲେ ଲାଗେ ଯେମିତି ବୟସ ତାଙ୍କ ପାଖେ ହାର୍‌ ମାନିଯାଇଛି। ବଡ ପରଦାରେ ଅନେକ ହିଟ୍‌ ଫିଲ୍ମ ଦେଇ ଲୋକଙ୍କୁ ମନୋରଞ୍ଜନ କରିଥିବା ରେଖାଙ୍କ ଝଲକ୍‌ ଏବେ ଛୋଟ ପରଦାରେ ଦେଖିବାକୁ ମିଳିଛି। ଷ୍ଟାର୍‌ ପ୍ଲସ୍‌ରେ ତାଙ୍କର ଏକ ପ୍ରମୋ ରିଲିଜ୍‌ ହୋଇଛି। ଯେଉଁଥିରେ ରେଖା ସୁନେଲି ରଙ୍ଗର ଶାଢୀ, କାନରେ ବଡ ଝୁମ୍‌କା ଲଗାଇ ଧାରାବାହିକ ‘ଗୁମ୍‌ ହୈ କିସିକେ ପ୍ୟାର୍‌ ମେଁରେ ବିଷୟରେ କହୁଥିବା ନଜର ଆସିଛନ୍ତି।

ରେଖା ଏହି ପ୍ରମୋରେ ‘ଗୁମ୍‌ ହୈ କିସି କେ ପ୍ୟାର୍‌ ମେଁ’ ଗାଉଛନ୍ତି। ଏଥିସହ ଏହି ଧାରାବାହିକରେ ଅଭିନୟ କରୁଥିବା କଳାକାରଙ୍କ ଚରିତ୍ର କଣ ରହିବ ସେ ବିଷୟରେ ସଂକ୍ଷେପରେ ଜଣାଇଛନ୍ତି। ତେବେ ରେଖାଙ୍କୁ ଛୋଟ ପରଦାରେ ଦେଖି ଉତ୍ସାହିତ ଥିବା ଦର୍ଶକ ରେଖା ସିରିଏଲ୍‌ରେ ମଧ୍ୟ ନଜର ଆସିବେ ବୋଲି ଦ୍ୱନ୍ଦ୍ୱରେ ରହୁଥିବା ବେଳେ ଜଣାଇଦେଉଛୁ ଯେ, ରେଖା କେବଳ ପ୍ରମୋ ଶୁଟ୍‌ କରିଛନ୍ତି। ଆଗକୁ ସେ ଏହି ଧାରାବାହିକ ଅଂଶ ରହିବେ ନାହିଁ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ୧୮୦ରୁ ଉର୍ଦ୍ଧ୍ୱ ଫିଲ୍ମରେ କାମ କରିଛନ୍ତି ରେଖା। ଏଲାନ୍‌, ଦୋସ୍ତ ଔର ଦୁସ୍‌ମନ୍‌, ଜମିନ୍‌ ଆସମାନ୍‌, ସଜା, ଗୋରା ଔର କାଲା, ଏକ୍‌ ବିଚାରା, ଦୋ ୟାର୍‌, ମେହେମାନ୍‌, ଖୁନ୍‌ ଖୁନ୍‌ ଆଦି ଫିଲ୍ମରେ କାମ କରିଛନ୍ତି ରେଖା।

 

 

 

ଆହୁରି ପଢ଼ନ୍ତୁ

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧.୫କୋଟି ଦେଲେ ପ୍ରଭାସ

ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଜେରାବେଳେ ସାମ୍ନାକୁ ଆସିଲା ଜଣେ ଅଭିନେତାଙ୍କ ନାଁ

ବାପାଙ୍କ ଥିଏଟରରେ ଶ୍ରମିକ ହୋଇ କାମ କରୁଥିଲେ ଶମି କପୁର, ମାସକୁ ମିଳୁଥିଲା ଏତିକି ଟଙ୍କା

ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

ଫ୍ୟାନ୍ସଙ୍କୁ ନେହାଙ୍କ ସର୍‌ପ୍ରାଇଜ୍‌, ଶେଆର କଲେ ରୋକା ସେରିମୋନି ଭିଡିଓ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

You might also like