କନ୍ନଡ଼ ଅଭିନେତା ଅମ୍ବରିଶଙ୍କ ପରଲୋକ

ବେଙ୍ଗାଲୁରୁ: କନ୍ନଡ଼ ଅଭିନେତା ତଥା ରାଜନେତା ଏମ୍‌ ଏଚ୍‌ ଅମ୍ବରିଶଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଅମ୍ବରିଶଙ୍କ ମୃତ୍ୟୁ ପରେ ଦକ୍ଷିଣ ଭାରତୀୟ କଳାକାର ଓ ତାଙ୍କ ଫ୍ୟାନ୍ସମାନେ ଭାଙ୍ଗି ପଡ଼ିଛନ୍ତି। ସୁପରଷ୍ଟାର ରଜନୀକାନ୍ତଙ୍କଠୁ ଆରମ୍ଭ କରି ବିଭିନ୍ନ ଅଭିନେତା ତଥା ରାଜନେତା ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଅମ୍ବରିଶଙ୍କ ଶେଷ ଦର୍ଶନ ପାଇଁ ବନ୍ଧୁ ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ୱାମୀ, ରଜନୀକାନ୍ତଙ୍କ ସମେତ ପ୍ରମୁଖ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚିଛନ୍ତି।

ଅମ୍ବରିଶ ଖାଲି ଜଣେ ଆକ୍ସନ ହିରୋ ନଥିଲେ, ଭଲ ରାଜନେତା ମଧ୍ୟ ଥିଲେ। ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମଧ୍ୟ ଥିଲେ।

ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ସମାଧାନ ପାଇଁ ସେ ସଂଘର୍ଷ କରିଥିଲେ।

୨୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ଅମ୍ବରିଶ ରିବେଲ୍‌ ଷ୍ଟାର ଭାବେ ପରିଚିତ। ୧୯୭୨ ମସିହାରେ ସେ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପି ଥିଲେ। ତାଙ୍କ ପ୍ରଥମ ଫିଲ୍ମ ନାଁ ଥିଲା ‘Nagarahavu’। ତାଙ୍କର ଶେଷ ଫିଲ୍ମ ଥିଲା ‘Ambi Ning Vayassaytho’, ଯାହାକି ୨୦୧୮ ମସିହାରେ ରିଲିଜ୍‌ ହୋଇଥିଲା।

You might also like