ଖରାଦିନେ ଆଇସକ୍ରିମ୍ ଖାଇବାକୁ ମନାକଲେ ରତନ ରାଜପୁତ

ମୁମ୍ୱାଇ: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶ ଏବେ ଲକ୍‌ଡାଉନ୍‌। ଲକ୍‌ଡାଉନ୍‌ ସମୟରେ ବଲିଉଡର ଟିଭି ଅଭିନେତ୍ରୀ ରତନ ରାଜପୁତ ନିଜ ଗାଁରେ ଫସିରହିଛନ୍ତି। ଗାଁରେ ରହିଥିବା ଯୋଗୁ ଦେଖିବା ପାଇଁ ରତନଙ୍କ ପାଖରେ ଟିଭି ନାହିଁ। ଏଭଳି ପରିସ୍ଥିତିରେ ସେ ଗାଁରେ ରହି ନିଜ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବିଭିନ୍ନ ଉପାୟ ଅବଲମ୍ୱନ କରିବା ସହିତ ଫ୍ୟାନମାନଙ୍କୁ ମଧ୍ୟ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପରାମର୍ଶ ଦେଉଛନ୍ତି।

ରତନ କରୋନା ଭାଇରସକୁ ନେଇ ଫ୍ୟାନମାନଙ୍କୁ ସଚେତନ କରିବା ପାଇଁ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଭିଡିଓକୁ ସେୟାର କରିଥାନ୍ତି। ବର୍ତ୍ତମାନ ସେ ସୋସିଆଲ ମିଡିଆରେ ଏକ ନୂଆ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ ବାମ୍ପୁଆଣୀ(ଗରମ ପାଣିରେ ମୁହଁ ଘୋଡାଇବା) ନେଉଥିବାର ଦେଖିବାକୁ ମିଳିଛି। ଏହା ସହିତ ରତନ ଜନସାଧାରଣଙ୍କୁ କହିଛନ୍ତି ଯେ ଗ୍ରୀଷ୍ମ ଋତୁରେ ସମସ୍ତଙ୍କୁ ଆଇସକ୍ରିମ୍ ଖାଇବାକୁ ଇଛା ହୋଇଥାଏ। କିନ୍ତୁ ଆଇସକ୍ରିମ୍ ଖାଆନ୍ତୁ ନାହିଁ। ଏହି ସମୟରେ ସମସ୍ତେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ।
ରତନ ଭିଡିଓ ସେୟାର କରି କହିଛନ୍ତି, ‘ଲକଡାଉନ୍ ଷ୍ଟୋରୀ। ଥଣ୍ଡା ଖାଦ୍ୟ, ପାନୀୟ ଏବଂ ମିଠା ଠାରୁ ଦୂରରେ ରୁହନ୍ତୁ। ଏହାଦ୍ୱାରା ଆପଣଙ୍କୁ ଥଣ୍ଡା ଏବଂ କାଶ ହୋଇଥାଏ।  କୌଣସି ଫ୍ଲୁ କିମ୍ବା ଏହାର ଲକ୍ଷଣରୁ ରକ୍ଷା ପାଇବା ପାଇଁ ପାଣିରେ ପୁଦିନା ପକାଇ ଦିନକୁ ଦୁଇଥର ଗରମ ପାଣିର ବାମ୍ପ ନିଅନ୍ତୁ।  ପାଣିରେ ହଳଦୀ ଓ ଲୁଣକୁ ମିଶାଇ ଦିନକୁ ଦୁଇଥର ଗଗଲିଁ କରନ୍ତୁ।

You might also like