ନାନାଙ୍କ ପରେ ଆଉଜଣେ ଅଭିନେତାଙ୍କ ବିରୋଧରେ ଆସିଲା ଯୌନ ନିର୍ଯାତନା ଅଭିଯୋଗ

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତା ନାନା ପାଟେକର୍‌ଙ୍କ ପରେ ଏବେ ଆଉଜଣେ ଅଭିନେତାଙ୍କ ବିରୋଧରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ। ତାହା ପୁଣି ବଲିଉଡ୍‌ରେ ସଂସ୍କାରୀ ବ୍ୟକ୍ତି ଭାବେ ଜଣାଶୁଣା ଜଣେ ଅଭିନେତାଙ୍କ ବିରୋଧରେ।

ଏହି ଅଭିନେତା ଜଣକ ହେଲେ ବହୁ ପରିଚିତ ‘ଆଲୋକ ନାଥ’। ଆଲୋକଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି, ଲେଖିକା ତଥା ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶିକା ଭିନୀତା ନନ୍ଦା।

ଘଟଣାଟି ୨୦ ବର୍ଷ ତଳର ବୋଲି ନନ୍ଦା କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ସେତେବେଳେ ତାଙ୍କୁ ଥରେ ମଦ୍ୟପାନ କରାଇ ଦୁଷ୍କର୍ମ କରାଯାଇଥିଲା। ଏ ସଂପର୍କରେ ନନ୍ଦା ସୋଶାଲ୍ ମିଡିଆରେ ପୋଷ୍ଟ କରିଛନ୍ତି।

ଆଲୋକ ନାଥ କେବଳ ଭିନ୍ତା ନନ୍ଦା ନୁହଁନ୍ତି, ୯୦ଦଶକର ଟିଭି ଧାରାବାହିକ ‘ତାରା’ର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ‘ନଭ୍‌ନୀତ ନିଶାନ’ଙ୍କ ସହ ମଧ୍ୟ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

ଘଟଣା ସଂପର୍କରେ ଜଣାପଡ଼ିବା ପରେ ଏହାକୁ ବଲିଉଡ ଓ ଟିଭି ଦୁନିଆ ସହ ଜଡ଼ିତ ବ୍ୟକ୍ତିମାନେ ନିନ୍ଦା କରିଛନ୍ତି।

 

You might also like