ଧାରା ୩୭୭: କରଣ ଜୋହରଙ୍କୁ ଏମିତି ରସମଲାଇ କଥା କହିଲେ ରଣବୀର ସିଂ

ମୁମ୍ବାଇ: ଧାରା ୩୭୭ ଉଚ୍ଛେଦ ପ୍ରସଙ୍ଗରେ ଟ୍ୱଙ୍କିଲ ଖାନ୍ନାଙ୍କ  ‘ପାଇଜାମା’ ପୁସ୍ତକ ଉନ୍ମୋଚନ ଉତ୍ସବରେ କରନ୍‌ ଜୋହରଙ୍କୁ ଟ୍ରୋଲ କରିଛନ୍ତି ରଣବୀର ସିଂ ।
ଧାରା ୩୭୭ ଉଚ୍ଛେଦ ହେବା ପରେ ଜଣାଶୁଣା ବଲିଉଡ୍‌ ଫିଲ୍ମ ନିର୍ମାତା କରଣ ଜୋହାର ଟ୍ୱିଟରରେ ନିଜର ଖୁସି ବ୍ୟକ୍ତ କରିଥିଲେ। କରଣ ତାଙ୍କ ଟ୍ୱିଟରରେ ଲେଖିଥିଲେ,“ ଏହା ଏକ ଐତିହାସିକ ନିର୍ଣ୍ଣୟ!!! ଆଜି ଗର୍ବ ଲାଗୁଛି! ସମଲିଙ୍ଗୀ ସଂପର୍କକୁ ମାନ୍ୟତା ମିଳିଥିବାରୁ। ଧାରା ୩୭୭ ମାନବତା ଓ ସମାନତା ଅଧିକାର ପାଇଁ ଏକ ଛାପ। ଦେଶକୁ ଅକ୍ସିଜେନ ଆଉଥରେ ମିଳିଲା।

କରନ୍‌ଙ୍କ ଟ୍ୱିଟ୍‌ ପ୍ରସଙ୍ଗରେ ରଣବୀର ସିଂ ତାଙ୍କୁ କହିଲେ, ‘ଆପଣଙ୍କୁ ଯେତିକି ମିଠେଇ ଦରକାର ମିଳିଗଲା’।

କରନ୍‌ କହିଥିଲେ ମୋତେ ଟାର୍ଗେଟ୍‌ କାହିଁକି? ମଜାରେ ମଜାରେ ରଣବୀର ଉତ୍ତର ଦେଇଥିଲେ ଯେ, ଆମେ ତ ସାଙ୍ଗ ହୋଇ ‘ତଖ୍‌ତ’ ଫିଲ୍ମ କରୁଛନ୍ତି, ମୁଁ ଆପଣଙ୍କ ରସମଲାଇ ହୋଇଯିବି।

 

You might also like
Comments
Loading...