ରଣବୀର ଓ ଦୀପିକାଙ୍କୁ ନେଇ ଭଂଶାଲୀଙ୍କ ନୂଆ ପ୍ରୋଜେକ୍ଟ !

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ରଣବୀର ସିଂହ ଓ ଦୀପିକା ପାଦୁକୋନ ଏକ  ହିଟ୍‌ ଯୋଡ଼ି । ଦୁହିଁଙ୍କୁ ନେଇ ତିଆରି ହୋଇଥିବା ସବୁ ଫିଲ୍ମ ସୁପର୍‌ ହିଟ୍‌ ହୋଇଛି। ସଞ୍ଜଲ ଲୀଲା ଭଂଶାଲୀ ପୁଣି ଏହି ହିଟ୍ ଯୋଡ଼ିକୁ ନେଇ ଏକ ଫିଲ୍ମ କରୁଛନ୍ତି। ୨୦୧୮ରେ ଏ ଦୁହେଁ ଭଂଶାଲୀଙ୍କ ‘ପଦ୍ମାବତ୍‌’ରେ କାମ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଭଂଶାଲୀଙ୍କ ନୂଆ ପ୍ରୋଜେକ୍ଟରେ ଏହି ଯୋଡ଼ିଙ୍କୁ ଦର୍ଶକ ଏକାଠି ରୋମାନ୍ସ କରିବା ଦେଖିବାକୁ ପାଇବେ।

ନିକଟରେ ଭଂଶାଲୀଙ୍କ ଅଫିସ୍ ବାହାରେ ରଣବୀରଙ୍କୁ ଦେଖିବାକୁ ମିଳିଥିଲା। ଭଂଶାଲୀ ତାଙ୍କୁ ଦେଖା କରିବା ପାଇଁ ଡକାଇଥିଲେ। ଅନୁମାନ କରାଯାଉଥିଲା, ରଣବୀର ନିଶ୍ଚିତ ଭଂଶାଲୀଙ୍କ ଆଗାମୀ ଫିଲ୍ମରେ କାମ କରିବେ। ଏହା ପୂର୍ବରୁ ଭଂଶାଲୀ ଦୀପିକାଙ୍କୁ ମଧ୍ୟ  କୁଆଡେ ଦେଖା କରିବାକୁ ଡକାଇଥିଲେ। ଆଉ ସେ ମଧ୍ୟ ଗଣମାଧ୍ୟମ ଫଟୋଗ୍ରାଫରଙ୍କଠୁ ଲୁଚି ପାରି ନ ଥିଲେ। ଏଣୁ ଚର୍ଚ୍ଚା ହେଉଛି, ଏ ଦୁଇ ଜଣଙ୍କୁ ନେଇ ଭଂଶାଲୀ କିଛି ବଡ଼ ପ୍ରୋଜେକ୍ଟ ଯୋଜନା କରୁଥିବା।

ଆହୁରି ପଢ଼ନ୍ତୁ

ଡାକ୍ତରଖାନାରେ ଭର୍ତ୍ତି ହେଲେ ‘ଆଶିକୀ’ ହିରୋ ରାହୁଲ ରାୟ

ଅଭିନେତ୍ରୀ ଦିବ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଭର୍ତ୍ତି

କଙ୍ଗନାଙ୍କ ମୁମ୍ବାଇ ଅଫିସ ଭଙ୍ଗାରୁଜା ଘଟଣା; ବିଏମ୍‌ସିକୁ ଭର୍ତ୍ସନା କଲେ ହାଇକୋର୍ଟ

ବିବାଦରେ ଫଶିଲେ ବିଗ୍‌ ବି

ପୁଅ ଜାନ୍‌ଙ୍କ ବୟାନକୁ ନେଇ ରାଗିଗଲେ କୁମାର ସାନୁ !

ଓସ୍କାର ଆୱାର୍ଡ ଦୌଡ଼ରେ ସାମିଲ୍‌ ହେଲା ଜଲିକଟ୍ଟୁ

ପଡୋଶୀ ଫିଙ୍ଗି ଦେଇଥିବା ଖାଦ୍ୟ ଖାଇ ବଞ୍ଚିବାକୁ ପଡୁଥିଲା…ଏମିତି ଅଭାବରେ କଟିଥିଲା ରାକ୍ଷୀ ସାୱନ୍ତଙ୍କ ପିଲାଦିନ

ନାଲି ଲେହଙ୍ଗା ପିନ୍ଧି ରିସେପ୍‌ସନ ଫଟୋ ଶେୟାର କଲେ ସନା ଖାନ୍‌

କଙ୍ଗନାକୁ ଅନ୍ତରୀଣ ସୁରକ୍ଷା ଦେଲେ ବମ୍ବେ ହାଇକୋର୍ଟ

କାଳ ୨୦୨୦; ଆଉ ଜଣେ ଅଭିନେତାଙ୍କୁ ଛଡ଼ାଇ ନେଲା

ୱେବ୍‌ସିରିଜ୍‌ରେ ମନ୍ଦିର ମଧ୍ୟରେ ଚୁମ୍ବନ ଦୃଶ୍ୟ ଦେଖାଇ ଅଡୁଆରେ ନେଟ୍‌ଫ୍ଲିକ୍ସ

କେବିସିର ତୃତୀୟ କୋଟିପତି ହେଲେ ଅନୁପା ଦାସ

You might also like