କାହିଁକି ମା’ଙ୍କଠାରୁ ଦୂରେଇ ଯାଇଥିଲେ ରାନୁ ମଣ୍ଡଳଙ୍କ ଝିଅ ?

ନୂଆଦିଲ୍ଲୀ: କୋଲକାତାର ରନାଘାଟ୍‌ ରେଲୱେ ଷ୍ଟେସନ୍‌ରେ ଗୀତ ଗାଇ ରାତାରାତି ସେଲେବ୍ରିଟି ହୋଇଯାଇଥିବା ରାନୁ ମଣ୍ଡଳଙ୍କର ଜଣେ ଝିଅ ଅଛନ୍ତି। ତାଙ୍କ ନାଁ ଏଲିଜାବେଥ୍‌ ସାଥୀ ରୟ,  ଯାହାଙ୍କୁ ସୋଶାଲ୍ ମିଡିଆରେ ଭାରି ନିନ୍ଦା କରାଯାଉଛି। ସେ କାହିଁକି ତାଙ୍କ ମା’ଙ୍କର ଯତ୍ନ ନେଉ ନଥିଲେ ଓ ଏମିତି ରେଳ ଷ୍ଟେସନ୍‌ରେ ଭିକ ମାଗିବାକୁ ଛାଡ଼ି ଦେଇଥିଲେ ବୋଲି ପ୍ରଶ୍ନ କରି ଲୋକେ ତାଙ୍କୁ ବହୁତ ସମାଲୋଚନା କରୁଛନ୍ତି। ତେବେ ଏନେଇ ସେ ମୁହଁ ଖୋଲିଛନ୍ତି।

ନ୍ୟୁଜ୍ ଏଜେନ୍ସୀ ଆଇଏଏନ୍‌ଏସ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ଏଲିଜାବେଥ୍‌ କହିଛନ୍ତି, “ଲୋକେ ମୋତେ ଦୋଷୀ ବୋଲି କହୁଛନ୍ତି। ଏପରିକି ମୋ ବିରୋଧରେ ସୋଶାଲ୍‌ ମିଡିଆରେ ଏଣୁତେଣୁ ଲେଖୁଛନ୍ତି। ଜଣେ ସିଙ୍ଗଲ୍‌ ମଦର୍‌ ଭାବରେ ମୁଁ ଗୋଟିଏ ଗ୍ରୋସୋରୀ ଦୋକାନ ଚଳାଉଛି। ମୋ ସହିତ ରହିବା ପାଇଁ ମା’ଙ୍କୁ ମୁଁ ବହୁତ ଥର କହିଛି, କିନ୍ତୁ ସେ ମନା କରି ଦେଇଛନ୍ତି।”

ସେ କହିଛନ୍ତି,“ମୋତେ ଜଣାନଥିଲା ଯେ, ମା’ ରେଳ ଷ୍ଟେସନ୍‌ରେ ଗୀତ ଗାଇ ପେଟ ପୋଷୁଥିଲେ। ନିୟମିତ ଭାବରେ ମୁଁ ତାଙ୍କ ପାଖକୁ ଯାଉନଥିଲି। ମୋ ସ୍ୱାମୀ ମୋତେ ଛାଡ଼ପତ୍ର ଦେବା ପରେ ଛୋଟ ପୁଅର ଦେଖାଶୁଣା ମୁଁ ଏକାକୀ କରୁଛି। ମୁଁ ତ ନିଜେ ବଞ୍ଚିବା ପାଇଁ ସଂଘର୍ଷ କରୁଛି। ତଥାପି ଯେତିକି ପାରିଛି, ମୁଁ ମୋ ମା’ଙ୍କର ଯତ୍ନ ନେଇଛି।”

ଏଲିଜାବେଥ୍‌ ଆହୁରି କହିଛନ୍ତି, “ମୋ ମା’ଙ୍କ ଦ୍ୱିତୀୟ ସ୍ୱାମୀ ଜୀବିତ ଅଛନ୍ତି। ସେମାନଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି। ସେମାନେ ମୁମ୍ବାଇରେ ରହୁଛନ୍ତି। ସେମାନେ କାହିଁକି ମା’ଙ୍କର ଯତ୍ନ ନେଉ ନାହାନ୍ତି? ମା’ଙ୍କର ଏ ଅବସ୍ଥା ପାଇଁ କାହିଁକି ସେମାନଙ୍କୁ ଦୋଷ ଦିଆଯାଉନାହିଁ? ମୁଁ ଚାହୁଁଛି ସେମାନେ ସାମ୍ନାକୁ ଆସନ୍ତୁ ଓ ମା’ଙ୍କ ଯତ୍ନ ନିଅନ୍ତୁ। ମୋ ବାପାଙ୍କର କିଛି ବର୍ଷ ପୂର୍ବେ ଦେହାନ୍ତ ହୋଇସାରିଛି।”

ସେ କହିଛନ୍ତି, ‘ବିବାହ ପରେ ମୁଁ କୋଲକାତାରୁ ମୁମ୍ୱାଇ ପଳାଇଥିଲି ଓ ମା’ଙ୍କ ସହିତ ଅଧିକ ସମ୍ପର୍କ ରଖିପାରି ନଥିଲି। ଏହା ସତ୍ତ୍ୱେ ମୁଁ ଯଥାସମ୍ଭବ ମା’ଙ୍କର ଯତ୍ନ ନେଇଛି। ଏବେବି ମୋ ସହିତ ରହିବା ପାଇଁ ମୁଁ ମା’ଙ୍କୁ ଅନୁରୋଧ କରିବି, କିନ୍ତୁ ତାଙ୍କୁ ବାଧ୍ୟ କରିପାରିବି ନାହିଁ। ଈଶ୍ୱର ଦେଇଥିବା କଣ୍ଠ ପାଇଁ ତାଙ୍କୁ ଆଜି ପରିଚୟ ମିଳିପାରିଛି। ଏଥିପାଇଁ ତାଙ୍କ ଝିଅ ହିସାବରେ ମୋତେ ଗର୍ବ ଲାଗୁଛି।”

ସୂଚନାଯୋଗ୍ୟ, ହିମେଶ ରେଶମିଆଁଙ୍କ ‘ହାପି ହାର୍ଡି ଆଣ୍ଡ୍‌ ହୀର୍‌’ ଫିଲ୍ମରେ ରାନୁ ତିନିଟି ଗୀତ ଗାଇ ସାରିଲେଣି। ସୋନୁ ନିଗମଙ୍କ ଭଳି ଗାୟକ ବି ତାଙ୍କ ସହିତ ଗୀତ ଗାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଅନେକ ଲାଇଭ୍‌ ଶୋ’ ପାଇଁ ବି ରାନୁଙ୍କ ପାଖକୁ ଅଫର୍‌ ଆସୁଛି।

ଆହୁରି ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧.୫କୋଟି ଦେଲେ ପ୍ରଭାସ

ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଜେରାବେଳେ ସାମ୍ନାକୁ ଆସିଲା ଜଣେ ଅଭିନେତାଙ୍କ ନାଁ

ବାପାଙ୍କ ଥିଏଟରରେ ଶ୍ରମିକ ହୋଇ କାମ କରୁଥିଲେ ଶମି କପୁର, ମାସକୁ ମିଳୁଥିଲା ଏତିକି ଟଙ୍କା

ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

ଫ୍ୟାନ୍ସଙ୍କୁ ନେହାଙ୍କ ସର୍‌ପ୍ରାଇଜ୍‌, ଶେଆର କଲେ ରୋକା ସେରିମୋନି ଭିଡିଓ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

You might also like