ରେଲୱେ ଷ୍ଟେସନ୍‌ର ‘ଲତା’ଙ୍କୁ ବଲିଉଡ୍ ପ୍ଲାଟ୍‌ଫର୍ମ , ଇଣ୍ଟରନେଟ୍‌ରେ ଭାଇରାଲ୍‌ ରାନୁଙ୍କ ଗୀତ

ମୁମ୍ୱାଇ : ପ୍ରତିଭା ଥିଲେ ସୋଶାଲ ମିଡିଆ ଯୁଗରେ କେତେବେଳେ ଯେ ଭାଗ୍ୟ ବଦଳିଯିବ କହି ହେବନି। ଯାହାର ଉଦାହରଣ ହେଉଛନ୍ତି କୋଲକତାର ରାନୁ ମଣ୍ଡଳ। ରେଳଷ୍ଟେସନ୍‌ରେ ଗୀତ ଗାଉ ଗାଉ ସିଧା ବଲିଉଡ୍‌ରେ ପହଞ୍ଚି ଯାଇଛନ୍ତି ରାନୁ। ସତେ ଯେମିତି ରାନୁଙ୍କ ସୁରିଲା କଣ୍ଠର ମୋହରେ ପଡ଼ିଯାଇଛି ବଲିଉଡ୍‌।

ଅପକମିଂ ମୁଭି ‘ହାପି ହାର୍ଡି ଆଣ୍ଡ ହିର୍‌’ରେ ତାଙ୍କୁ ସୁଯୋଗ ଦେଇଛନ୍ତି ସଂଗୀତ ନିର୍ଦ୍ଦେଶକ ହିମେଶ ରେଶମିୟା । ରାନୁ ଗାଇଥିବା ‘ତେରେ ମେରେ କାହାନୀ’ ଗୀତର ଝଲକ ବି ଇଣ୍ଟରନେଟ୍‌ରେ ଲୋକପ୍ରିୟ ହେବାରେ ଲାଗିଛି।  ଅନ୍ୟ ପ୍ରତିଷ୍ଠିତ ସଂଗୀତ ନିର୍ଦ୍ଦେଶକମାନେ ବି ତାଙ୍କ ସହ କାମ କରିବାକୁ ଆଗ୍ରହ ଦେଖାଇଛନ୍ତି।

ଦିନେ ମୁଣ୍ଡରେ ଥିଲା ନୁଖୁରା କେଶ । ଚେହେରାରେ ନ ଥିଲା ଚମକ ।  ବାରି ହେଉଥିଲା ବୟସର ଛାପ ଏବଂ ଦାରିଦ୍ର୍ୟ । ହେଲେ ଏବେ କିନ୍ତୁ ରାନୁଙ୍କର ଚେହେରା ସହ ବଦଳିଯାଇଛି ଭାଗ୍ୟ ଓ ଭବିଷ୍ୟତ। ଦେଶର କୋଣ ଅନୁକୋଣରେ ଚମକୁଛି ତାଙ୍କ କଣ୍ଠର ସ୍ୱର। ମତୁଆଲା କରୁଛି କୋଟି କୋଟି ଇଣ୍ଟରନେଟ୍ ୟୁଜର୍ସଙ୍କୁ । ଭାଇରାଲ୍ ହେବାରେ ଲାଗିଛି ଏହି ଷ୍ଟୁଡିଓ ଭର୍ସନ ଭିଡ଼ିଓ। ପ୍ରସିଦ୍ଧ ସିଙ୍ଗର ହିମେଶ ରେଶମିୟାଙ୍କ ସହ ନଜରରେ ଆସୁଛନ୍ତି ପଶ୍ଚିମବଙ୍ଗର ରାନୁ ମଣ୍ଡଳ।

ରାନୁ ରାତାରାତି ପାଲଟିଯାଇଛନ୍ତି ଷ୍ଟାର। ହିମେଶ ରେଶମିୟାଙ୍କ ସହ ଗାଇଥିବା ଏହାର ସମ୍ପୂର୍ଣ୍ଣ ଗୀତ ଅବଶ୍ୟ ମାର୍କେଟକୁ ଆସିନି। କିନ୍ତୁ ତା ଆଗରୁ ରାନୁଙ୍କ ହାତରେ ଏକାଧିକ ରିୟଲିଟି ସୋ, ଷ୍ଟେଜ୍ ସୋ ସହ ଫିଲ୍ମ ଗୀତର ଲମ୍ବା ଅଫର୍। ଯାହାକୁ ନେଇ ବେଶ୍ ଖୁସି ଅଛନ୍ତି ରାନୁ ମଣ୍ଡଳ।

ସୋଶାଲ ମିଡ଼ିଆର ସେନ୍‌ସେସନ ସାଜିବା ପଛରେ ରହିଛି ଏକ ଚମତ୍କାର ଘଟଣା। ପଶ୍ଚିମବଙ୍ଗ ରାଣାଘାଟ ରେଳ ଷ୍ଟେସନରେ ଲତା ମଙ୍ଗେସକରଙ୍କ ଗୀତ ଗାଇ ପେଟ ପୋଷୁଥିଲେ ରାନୁ । ତେବେ ଲତାଙ୍କ ‘ଏକ୍ ପ୍ୟାର କା ନଗମା ହୈ’ ଗୀତ ଗାଉଥିବାବେଳେ ପ୍ରଥମେ ନଜରକୁ ଆସିଲେ ରାନୁ।

ଅତୀନ୍ଦ୍ର ଚକ୍ରବର୍ତ୍ତି ନାମକ ଜଣେ ଇଂଜିନିୟର ରାନୁଙ୍କ ଏକ ଭିଡ଼ିଓ ରେକର୍ଡ କରି ପ୍ରଥମେ ନିଜ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ବାସ୍, ତାପରେ ରାତାରାତି ଭାଇରାଲ୍ ହେବା ସହ କୋଟି କୋଟି ଇଣ୍ଟରନେଟ୍ ୟୁଜର୍ସଙ୍କ ମନ ଜିଣିନେଲେ ପଶ୍ଚିମବଙ୍ଗ ନାଦିଆ ଜିଲ୍ଲାର ରାନୁ ମଣ୍ଡଳ।

ସାରା ଦେଶ ଏବେ ରାନୁଙ୍କ କଣ୍ଠର ପ୍ରଶଂସା କରୁଛି। ସୋଶାଲ ମିଡିଆରେ ଏବେ ସେନ୍‌ସେସନ ସାଜିଛନ୍ତି ରାନୁ ମଣ୍ଡଳ।

ଆହୁରି ପଢ଼ନ୍ତୁ

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

କୋଟିଏ ଟଙ୍କାର ଦାମୀ କାର୍‌ ଜାଳିଦେଲେ ୟୁଟ୍ୟୁବର, ଭିଡିଓ ଭାଇରାଲ

ମୁଦି ତିଆରି କରି ବିଶ୍ୱ ରେକର୍ଡ କଲେ ବ୍ୟବସାୟୀ

ବିନା କୋଚିଂରେ ନିଟ୍‌ରେ ଓଡିଶାର ଦ୍ୱିତୀୟ ଟପ୍ପର ହେଲେ ଅମିତ୍‌

୩ ବର୍ଷ ହେଲା ପଡୋଶୀ ଘରେ କଟୁଛି ଜୀବନ

ନିଜ ଖର୍ଚ୍ଚରେ ଶିକ୍ଷକ ଶିକ୍ଷୟିତ୍ରୀ ତିଆରି କରୁଛନ୍ତି ପାଠ୍ୟ ଉପକରଣ

ପଞ୍ଚକ ଭାଇ ଭଉଣୀଙ୍କ କାହାଣୀ: ଏକାଠି ଜନ୍ମ ହେଇଥିଲେ ଏବେ ଏକାଠି କରୁଛନ୍ତି ବିବାହ

ଜହ୍ନରେ ମିଳିଲା ପାଣିର ସନ୍ଧାନ

ଗଞ୍ଜାମ ଭଞ୍ଜନଗରରେ ଆଉ ଜଣେ ‘ବାବା କା ଢାବା’ର କାହାଣୀ

କୋଟିଏରୁ ଅଧିକ ଟଙ୍କାରେ ସଜ୍ଜିତ ହୋଇଛନ୍ତି ପରମେଶ୍ୱରୀ ଦେବୀ

ବୁଲା କୁକୁରଙ୍କ ପ୍ରେମରେ ବନ୍ଧା ସସ୍ମିତା

ରାସ୍ତା କଡର ମଣିଷଙ୍କୁ ଖିଅର କରୁଛନ୍ତି, ଗାଧୋଇ ଦେଉଛନ୍ତି ଶିକ୍ଷିତ ଯୁବଗୋଷ୍ଠୀ

You might also like