ସଦ୍ଗୁରୁ ଜାଗି ବାସୁଦେବଙ୍କ ସହ ନାଚିଲେ ରଣବୀର ସିଂ
ବେଙ୍ଗାଲୁରୁ: ଭାଇରାଲ ହେବାରେ ଲାଗିଛି ରଣବୀର ସିଂଙ୍କ ଏକ ଭିଡିଓ। ଏହି ଭିଡିଓରେ ସଦ୍ଗୁରୁ ଜାଗି ବାସୁଦେବଙ୍କ ସହିତ ରଣବୀର ସିଂ ଡ୍ୟାନ୍ସ କରୁଥିବାର ଦେଖାଯାଇଛି। ବେଙ୍ଗାଲୁରୁ ସ୍ଥିତ ଆଇଆଇଏମ୍ରେ ଏହି ଭିଡିଓ ସୁଟ୍ କରାଯାଇଥିବା ଜଣାପଡ଼ିଛି।
ଏହି ଭିଡିଓକୁ ରଣବୀର ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ରଣବୀର ଭିଡିଓର କ୍ୟାପ୍ସନ ରଖିଛନ୍ତି ହାପି ଡ୍ୟାନ୍ସ । କାର୍ଯ୍ୟକ୍ରମରେ ଯେତେବେଳେ ରଣବୀରଙ୍କୁ ସଦଗୁରୁଙ୍କ ସହ ଡ୍ୟାନ୍ସ କରିବାକୁ କୁହାଗଲା, ସେ ତୁରନ୍ତ ରାଜି ହୋଇଯାଇଥିଲେ। ଅନ୍ୟପଟେ ସଦଗୁରୁ କିନ୍ତୁ ପ୍ରଥମେ ଏଥିରେ ଅରାଜି ହୋଇ କହିଥିଲେ ‘ଡ୍ୟାନ୍ସ କରିବା ମୋ କାମ ନୁହେଁ’। ତେବେ ପରବର୍ତ୍ତୀ ସମୟରେ ସେ ଏଥିରେ ସମ୍ମତି ପ୍ରକାଶ କରି ରଣବୀରଙ୍କ ସହ ଡ୍ୟାନ୍ସ କରିଥିଲେ।
Happy Dance !!! @SadhguruJV ? pic.twitter.com/dOrjo6YhEr
— Ranveer Singh (@RanveerOfficial) July 21, 2018
ଅନ୍ୟ ଏକ ମଜାଦାର ଘଟଣା ମଧ୍ୟ ସେଠାରେ ଦେଖିବାକୁ ମିଳଥିଲା। ରଣବୀରଙ୍କୁ ଜଣେ ଲୋକ କହିଲେ କି ସେ ସଦଗୁରୁଙ୍କ ସହ କିଛି ମିନିଟ ଡ୍ୟାନ୍ସ କରନ୍ତୁ। ଏହା ଶୁଣି ରଣବୀର ମଜାଳିଆ ଅନ୍ଦାଜ୍ରେ କହିଥିଲେ, ‘କିଛି ମିନିଟ୍…. ତୁମେ ଜାଣିଛ ମୁଁ କିଛି ମିନିଟ୍ ଡ୍ୟାନ୍ସ କରିବା ପାଇଁ କେତେ ଟଙ୍କା ନିଏ’। ରଣବୀରଙ୍କ ଏହି କଥା ଶୁଣିବାପରେ ସମସ୍ତେ ହସିଥିଲେ।