ରାମାୟଣରେ ଅଭିନୟ କରୁଥିବା ସୁଗ୍ରୀବଙ୍କ ଦେହାନ୍ତ

ନୂଆଦିଲ୍ଲୀ: ରାମାୟଣରେ ସୁଗ୍ରୀବ ଭୂମିକାରେ ଅଭିନୟ କରିଥିବା ଶ୍ୟାମ କଲାନୀଙ୍କ ଦେହାନ୍ତ ହୋଇଛି। ଏପ୍ରିଲ୍ ୬ତାରିଖରେ ତାଙ୍କର ପଞ୍ଚକୁଲା ନିକଟ କାଲକାରେ ମୃତ୍ୟୁ ଘଟିଥିଲା। ତାଙ୍କ ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ।

ରାମାୟଣ ସିରିଏଲରେ ଲକ୍ଷ୍ମଣ ହୋଇଥିବା ସୁନୀଲ ଲହରି ଶ୍ୟାମ କଲାନୀଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସୁନୀଲ ଲହରି ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି, ‘ଆମର ସହକର୍ମୀ ଶ୍ୟାମ କଲାନୀଙ୍କ ଆକସ୍ମିକ ଦେହାନ୍ତ ଖବର ଶୁଣି ଅତ୍ୟନ୍ତ ଦୁଃଖିତ’ ସେ ରାମାୟଣରେ ବାଳି ଏବଂ ସୁଗ୍ରିଭ ଭୂମିକାରେ ଅଭିନୟ କରିଥିଲେ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଏବଂ ପରିବାରକୁ ସାହାସ ପ୍ରଦାନ କରନ୍ତୁ।

କରୋନା ଭାଇରସକୁ ନେଇ ସାରା ଦେଶ ଏବେ ଲକଡାଉନ୍। ଏହି ଲକ୍‌ଡାନ୍‌କୁ ନେଇ ପୂର୍ବରୁ ହୋଇଥିବା ପୌରାଣିକ ଧାରାବାହିକ ରାମାୟଣକୁ ପୁନଃ ପ୍ରସାରଣ କରାଯାଉଛି। ଫଳରେ ରାମାୟଣର  ଟିଆରପି ଅନ୍ୟସବୁ ଧାରାବାହିକ ଠୁ ଅଧିକ ରହିଛି। ଏହି ପୌରାଣିକ ଧାରାବାହିକ ରାମାୟଣର ନିର୍ଦ୍ଦେଶକ ହେଉଛନ୍ତି ରାମାନନ୍ଦ ସାଗର।

 

You might also like