ରିୟାଙ୍କ ସହ ଡ୍ରଗ୍ସ ଚାଟ୍ କଥା ସ୍ୱୀକାର କଲେ ରକୁଲ୍!

ମୁମ୍ବାଇ: ବଲିଉଡ୍ ଡ୍ରଗ୍ସ ଲିଙ୍କ ମାମଲାରେ ଆଜି ଏନସିବି ଟିମ୍ ଅଭିନେତ୍ରୀ ରକୁଲ୍ ପ୍ରୀତ ସିଂଙ୍କୁ ପଚରାଉଚୁରା କରିଛି। ତାଙ୍କୁ ପ୍ରାୟ ୪ ଘଣ୍ଟା ଧରି ଘନଘନ ଜେରା କରିଛି ଏନସିବି। ରକୁଲଙ୍କ ଘରୁ ଜବତ ନିଶା ସାମଗ୍ରୀ ରିୟା ମଗାଇଥିବା କଥା ରକୁଲ୍ ନିଜେ ସ୍ୱୀକାର କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। କିନ୍ତୁ ସେ ଡ୍ରଗ୍ସ ସେବନ କରିଥିବା କଥାକୁ ଖଣ୍ଡନ କରିଛନ୍ତି।

ରକୁଲ୍ ଆଜି ସକାଳ ସାଢ଼େ ୧୦ଟା ବେଳେ ଏନସିବି ଗେଷ୍ଟ ହାଉସରେ ପହଞ୍ଚିଥିଲେ। ଏନସିବି ବଲିଉଡରେ ଡ୍ରଗ୍ସ ଲିଙ୍କ୍ ମାମଲାରେ ରକୁଲଙ୍କୁ ସମନ୍ କରିଥିଲା। ଡ୍ରଗ୍ସ ଲିଙ୍କ୍ ମାମଲାରେ ଏନସିବି ପୂର୍ବରୁ ରିୟା ଓ ଡଜନେରୁ ଅଧିକ ଲୋକଙ୍କୁ ଗିରଫ କରିସାରିଛି।

ଅନ୍ୟପକ୍ଷରେ ଦୀପିକା ପାଦୁକୋନଙ୍କ ମ୍ୟାନେଜର୍ କରିସ୍ମା ପ୍ରକାଶଙ୍କୁ ତଦନ୍ତକାରୀ ଅଧିକାରୀ ଦୀପିକାଙ୍କ ସହ ‘ମାଲ୍ ହେ କ୍ୟା’ ଚାଟ୍ ଉପରେ ଗୁଡ଼େଇତୁଡ଼େଇ ପ୍ରଶ୍ନ କରିଛନ୍ତି। କ୍ୱାନ୍ କମ୍ପାନୀ, କରିସ୍ମା, ଦୀପିକା ଓ ଡ୍ରଗ୍ସ ଏହି ୪ଟି ଦିଗକୁ ଅନୁସନ୍ଧାନ କରି ଆସନ୍ତାକାଲି ଆଉ କିଛି ବଡ଼ ସୁରାକ୍ ଏନସିବି ହାତରେ ଲାଗି ପାରେ। କାରଣ କାଲି ହାଜର ହେବେ ବଲିଉଡର ୩ ସୁନ୍ଦରୀ-ଦୀପିକା, ଶ୍ରଦ୍ଧା କପୁର୍ ଓ ସାରା ଅଲ୍ଲୀ ଖାନ୍।

ତେବେ ଦୀପିକାଙ୍କ ଜେରା ବେଳେ ଏନସିବି ଅଫିସରେ ଉପସ୍ଥିତ ରହିବାକୁ ଅନୁମତି ମାଗିଛନ୍ତି ସ୍ୱାମୀ ରଣବୀର ସିଂ। ଦୀପିକାଙ୍କ ଆଙ୍ଗଜାଇଟି ସମସ୍ୟା ଥିବା ଦର୍ଶାଇ ସେ ଏନସିବି ଠାରୁ ଅନୁମତି ଲୋଡ଼ିଛନ୍ତି। ତେବେ ଏନ୍‌ସିବି ପକ୍ଷରୁ ଏନେଇ କୌଣସି ଉତ୍ତର ରଖାଯାଇନାହିଁ।

ଆହୁରି ପଢ଼ନ୍ତୁ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

୬ ବର୍ଷ ତଳେ ସଲ୍‌ମାନ୍‌ ପଚାରିଥିଲେ କ’ଣ ଜିଣ୍ଟାଙ୍କ ଟିମ୍‌ ଜିତିଲା ? ଏବେ ମିଳିଲା ଏମିତି ଉତ୍ତର

ଚାଲିଗଲେ କୁମ୍‌କୁମ୍‌ ଭାଗ୍ୟର ‘ଇନ୍ଦୁ ଦାଦି’

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ସାଉଥ୍‌ ଆଫ୍ରିକା ଯାଏ ଲମ୍ବିଛି ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌, ଅଭିନେତାଙ୍କ ଗର୍ଲଫ୍ରେଣ୍ଡ୍‌ଙ୍କ ଭାଇକୁ ଗିରଫ କଲା NCB

୬ ବର୍ଷ ବୟସରେ ଢାବାରେ ବାସନ ମାଜୁଥିଲେ ଓମ୍‌ ପୁରୀ, ଇଂରାଜୀ କହିପାରୁନଥିବାରୁ ନିରାଶ ଥିଲେ

ମିଥୁନଙ୍କ ପୁଅଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା, କହିଲେ-ବଳପୂର୍ବକ…

You might also like