ମୁମ୍ବାଇ: ଡ୍ୟାନ୍ସର ରାକ୍ଷୀ ସାୱନ୍ତ ଆଜିକାଲି ସୋଶାଲ ମିଡିଆରେ ଚର୍ଚ୍ଚାରେ। ଆଜି ସେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି। ରାକ୍ଷୀ ସାୱନ୍ତଙ୍କର ଅନେକ ଫ୍ୟାନ୍ସ ଅଛନ୍ତି। ତାଙ୍କ ପାଖରେ ଆଜି ସବୁକିଛି ଅଛି। ଅର୍ଥ, ପରିଚୟ ସମ୍ମାନ...। ହେଲେ ତାଙ୍କ ବାଲ୍ୟକାଳ ଯେ ଏପରି ଦୁଃଖ ଆଉ ଯନ୍ତ୍ରଣା ମଧ୍ୟରେ କଟିଥିଲା ଏକଥା ବହୁତ କମ୍‌ ଲୋକ ଜାଣନ୍ତି।

ରାଜୀବ ଖଣ୍ଡେଲବାଲଙ୍କ ଶୋ ଜଜ୍‌ବାତ୍‌ରେ ରାଖୀ ନିଜ ପିଲାଦିନ ସମ୍ପର୍କରେ ଅନେକ ଦୁଃଖଦ ଅନୁଭୂତି ଶେୟାର କରିଥିଲେ।

ରାକ୍ଷୀଙ୍କ ପ୍ରକୃତ ନାମ ନୀରୁ ଭେଡା। ନିଜ ପିଲାଦିନର ସ୍ମୃତି ବଖାଣି ରାକ୍ଷୀ କହିଛନ୍ତି, ‘ ହୃଦୟ କେବେ ସତକୁ ଭୁଲି ପାରେନି। ମୁଁ ବହୁତ ଗରିବି ଦେଖିଛି। ଏତେ ଗରିବ ଥିଲି ଯେ, ମୁଁ ଯେତେବେଳେ ମା’ ପେଟରେ ଥିଲି ମୋ ମା’ ଇଟା, ପଥର ଉପରେ ଖାଦ୍ୟ ପ୍ରସ୍ତୁତ କରୁଥିଲେ। ମୁଁ ଅତ୍ୟନ୍ତ ଗରିବ ପରିବାରରୁ ଆସିଛି।’

‘ ମା’ କୁହନ୍ତି, ତୁମେ ଯେତେବେଳେ ଛୋଟ ଥିଲ, ସେତେବେଳେ ଛୋଟ ଥିଲ, ଆମ ପାଖରେ ଖାଇବାକୁ ନ ଥିଲା। ପଡୋଶୀ ଲୋକେ ଯେଉଁ ଖାଦ୍ୟ ଫିଙ୍ଗି ଦେଉଥିଲେ, ତୁମେ ସେସବୁ ଉଠାଇ ଖାଉଥିଲା। ମୋ ମା’ ଡାକ୍ତରଖାନାରେ ଆୟା ଥିଲେ। ମୋ ଅତୀତ ବିଷୟରେ କହିବାକୁ ଭଲ ଲାଗେନି। ’

ସେ ନିଜ ସ୍ୱପ୍ନ ବିଷୟରେ କହିଛନ୍ତି, ପିଲାବେଳୁ ମୋର ଅଭିନୟ, ନୃତ୍ୟରେ ରୁଚି ଥିଲା। ହେଲେ ମୋ ପରିବାର ଏହାକୁ ପସନ୍ଦ କରୁ ନ ଥିଲେ। ଏଥିପାଇଁ ମା’ ମୋତେ ବହୁତ ପିଟୁଥିଲେ। କାରଣ ଖାଇଲ କି ନାହିଁ କେହି ଦେଖିବେନି, କିନ୍ତୁ ଝିଅ ନାଚିବାକୁ କେହି ପସନ୍ଦ କରିବେନି।’

‘ମୋ ଜୀବନରେ ଏତେ ମାଡ ଖାଇଛି ବର୍ଣ୍ଣନା କରିପାରିବି ନାହିଁ। ମୋ ଦେହରେ ଏବେ ବି ରହିଛି ଦାଗ। ଏପରି ପରିସ୍ଥିତିରେ ମୁଁ ଆଗକୁ ବଢିଛି। ମୋ ବାପା ମୁମ୍ବାଇ ପୋଲିସରେ କନ୍‌ଷ୍ଟେବଲ ଥିଲେ। ମୋ ନିଜ ଚେଷ୍ଟାରେ ଏହି ଜାଗାରେ ମୁଁ ପହଞ୍ଚି ପାରିଛି।

ସେ ଆହୁରି କହିଛନ୍ତି- ‘ମୋର କେହି ଗଡ ଫାଦର ନାହାନ୍ତି। ତେଣୁ ମୁଁ ଇଣ୍ଡଷ୍ଟ୍ରିକୁ କେମିତି ଆସିଥାନ୍ତି ? ମୁଁ କଣ କରିଥାନ୍ତି ? ପାଠ ବିଶେଷ ପଢିନି। ମୋର ପରିବାରର ଗୋଟିଏ ଲକ୍ଷ୍ୟ ଥିଲା, ଝିଅ ବଡ ହୋଇଗଲେ ବାହା କରାଇ ଦେବେ। ହେଲେ ମୋର ବାହା ହେବାକୁ ଇଚ୍ଛା ନ ଥିଲା। ତେଣୁ ଘରୁ ଲୁଚି ପଳାଇ ଆସିଥିଲି। ମୋ ବାପା ମୋ ସହ ସମ୍ପର୍କ ତୁଟାଇ ଦେଇଥିଲେ।’

ଇଣ୍ଡଷ୍ଟ୍ରିକୁ ଆସିବା ନେଇ ରାକ୍ଷୀ କହିଛନ୍ତି, ‘ମୁଁ ଯେତେବେଳେ ଇଣ୍ଡଷ୍ଟ୍ରିକୁ ଆସିଲି, ମୋତେ କିଛି ଜଣା ନ ଥିଲା। କେବଳ ଏତିକି ଜଣାଥିଲା କାମ କରିବି। ଅଡିଶନ ପାଇଁ ଯାଉଥିଲି। କିନ୍ତୁ ମୋତେ ଆକ୍ଟିଂ ଆସୁ ନ ଥିଲା।’

‘ହିରୋଇନ ହେବାର ଆଶା ରଖିଥିଲି। ପ୍ରଡ୍ୟୁସରଙ୍କ ପାଖକୁ ଫଟୋ ନେଇ ଯାଉଥିଲି। ସେମାନେ ଭିତରୁ ରୁମ୍‌ ଲକ୍ କରି ଦେଉଥିଲେ। ମୁଁ କେମିତି ଜୀବନ ବଞ୍ଚାଇ ଆସୁଥିଲି, ମୁଁ ଜାଣେ। ନୀରୁରୁ ରାକ୍ଷୀ ସାବନ୍ତ..ଏ ଯେଉଁ ଲମ୍ବା ରାସ୍ତା ସେଠି କେବଳ କଣ୍ଟା ଆଉ କଣ୍ଟା..।’

 

Other Stories