୫୮ ବର୍ଷ ବୟସରେ ଅଭିନେତା ରାଜୀବ କପୁରଙ୍କ ପରଲୋକ
ମୁମ୍ବାଇ: ପରଲୋକରେ ବଲିଉଡର ବରିଷ୍ଠ ଅଭିନେତା ରାଜୀବ କପୁର। ୫୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରାଜୀବ। ଗତ କିଛି ଦିନ ଧରି ଅସୁସ୍ଥ ଥିଲେ ଅଭିନେତା। ବଲିଉଡ଼୍ ସିନେମାର କିମ୍ବଦନ୍ତୀ ପୁରୁଷ ରାଜ କପୁରଙ୍କ ସାନ ପୁଅ ତଥା ଲୋକପ୍ରିୟ ଅଭିନେତା ଋଷି କପୁର ଓ ରଣଧୀର କପୁରଙ୍କ ସାନ ଭାଇ ରାଜୀବ କପୁରଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଛି। ରାଜୀବଙ୍କ ମୃତ୍ୟୁ ନେଇ ବଲିଉଡରେ ଶୋକର ଛାୟା ଖେଳିଯାଇଛି।
ଆଜି ସକାଳ ସମୟରେ ରାଜୀବଙ୍କର ଆଜି ହୃଦ୍ଘାତ ହୋଇଥିଲା। ତେବେ ତୁରନ୍ତ ତାଙ୍କୁ ଘର ନିକଟସ୍ଥ Inlaks Hospital ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ରାଜୀବଙ୍କ ଭାଉଜ ତଥା ଅଭିନେତ୍ରୀ ନୀତୁ କପୁର ସୋସିଆଲ ମିଡିଆରେ ମଧ୍ୟ ଏ ନେଇ ସୂଚନା ଦେଇଛନ୍ତି। ନୀତି କପୁର ରାଜୀବ କପୁରଙ୍କ ଏକ ଚିତ୍ର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ଲେଖିଛନ୍ତି, ରେଷ୍ଟ ଇନ୍ ପିସ୍।
ପୁରୁଖା ବଲିଉଡ ଅଭିନେତା ରାଜୀବ କପୁରଙ୍କ ପରଲୋକ ହୋଇଛି। ୫୮ ବର୍ଷ ବୟସରେ ମୁମ୍ବାଇରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି।#RajivKapoorPassesAway pic.twitter.com/9Z9SFkZAQm
— ଓଟିଭି (@otvkhabar) February 9, 2021
ରାଜ କପୁରଙ୍କ ନିର୍ଦ୍ଦେଶିତ ‘ରାମ ତୈରୀ ଗଙ୍ଗା ମୈଲୀ’ରେ ନାୟକ ଭାବେ ଅଭିନୟ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜୀବ କପୁର ଏକା ଧାରରେ ଜଣେ ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକ ଥିଲେ। ୧୯୮୩ରେ ‘ଏକ ଜାନ୍ ହେଁ ହମ୍’ ଥିଲା ତାଙ୍କର ଡେବ୍ୟୁ ଫିଲ୍ମ। ଆସମାନ୍, ଲଭର ବୟ, ଜବରଦସ୍ତ ଭଳି ସିନେମାରେ ଦର୍ଶକ ରାଜୀବଙ୍କ ଦମଦାର ଅଭିନୟକୁ ଦେଖିଛନ୍ତି ଦର୍ଶକ।
Absolutely heartbroken to hear about the demise of Rajiv Kapoor. A soul gone too soon. My thoughts and prayers are with the Kapoor family in this difficult time. Om Shanti🙏🏻 pic.twitter.com/Z98vvR0cxk
— Sanjay Dutt (@duttsanjay) February 9, 2021
ଶେଷ ଥର ପାଇଁ ରାଜୀବ କପୁର ୧୯୯୦ ମସିହାରେ ‘ଜିମ୍ମେଦାର’ ଚଳଚ୍ଚିତ୍ରରେ ନଜର ଆସିଥିଲେ। ତାସହ ୧୯୯୧ର ହିଟ୍ ଫିଲ୍ମ ହୀନାର ପ୍ରଯୋଜନା ସମେତ ଏକାଧିକ ଫିଲ୍ମରେ ନିର୍ଦ୍ଦେଶନା ଭାର ବି ସମ୍ଭାଳିଛନ୍ତି ରାଜୀବ କପୁର୍। ୧୯୯୬ରେ ରାଜୀବ କପୁର ‘ପ୍ରେମ୍ ଗନ୍ଥ’ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ସେ ୧୯୯୯ ମସିହାରେ ‘ଆ ଅବ୍ ଲୌଟ୍ ଚଲେଁ’ ଫିଲ୍ମର ପ୍ରଯୋଜନା କରିଥିଲେ।
ବରିଷ୍ଠ ଅଭିନେତା ରାଜୀବ କପୁରଙ୍କ ପରଲୋକ। ୫୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରାଜୀବ। ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ। #RajivKapoor #Actor #Mumbai #India pic.twitter.com/8TniZJhKNA
— ଓଟିଭି (@otvkhabar) February 9, 2021