ସୁସ୍ଥ ହୋଇ ଘରକୁ ଫେରିଲେ ରଜନୀକାନ୍ତ

ହାଇଦ୍ରାବାଦ: ସୁସ୍ଥ ହୋଇ ଘରକୁ ଫେରିଲେ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ। ଆଜି ହାଇଦ୍ରାବାଦସ୍ଥିତ ଅପୋଲୋ ହସ୍‌ପିଟାଲୁ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି। ଉଚ୍ଚରକ୍ତଚାପ ସହିତ ଅସନ୍ତୁଳନ ରକ୍ତ ସଂଚାଳନ ସମସ୍ୟା ଯୋଗୁ ଡିସେମ୍ବର ୨୫ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆଜି ରଜନୀଙ୍କ ସୁସ୍ଥ ହେବା ନେଇ ଆପୋଲୋର ଡାକ୍ତରି ଟିମ୍‌ ଘୋଷଣା କରିଛନ୍ତି। ଏଥିସହିତ ଅଧିକ ପରିଶ୍ରମଯୁକ୍ତ କାର୍ଯ୍ୟ ନ କରି ରେଷ୍ଟ ନେବା ପାଇଁ ପରାମର୍ଶ ଡାକ୍ତରମାନେ ରଜନୀଙ୍କୁ ପରାମର୍ଶ ଦେଇଛନ୍ତି।

ଏନେଇ  ହାଇଦ୍ରାବାଦ ଅପୋଲ ହସ୍‌ପିଟାଲ ପକ୍ଷରୁ ଏକ ସୂଚନା ଜାରି କରାଯାଇଛି। ଏଥିରେ ଲେଖାଯାଇଛି “ ହାଇପରଟେନ୍‌ସନ୍‌ ଓ ଅତ୍ୟଧିକ କ୍ଲାନ୍ତ ସମସ୍ୟା ଯୋଗୁ ଡିସେମ୍ବର ୨୫ ତାରିଖରେ ରଜନୀକାନ୍ତ ଡାକ୍ତରଖାନାରେ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। ଏକ ଡାକ୍ତରୀ ଦଳ ଦ୍ୱାରା ଅତି ଯତ୍ନର ସହ ତାଙ୍କର ଚିକିତ୍ସା ଚାଲିଥିଲା। ଏବେ ତାଙ୍କର ରକ୍ତଚାପ ସ୍ଥିର ରହିଛି ଏବଂ ସେ ଆଗ ଅପେକ୍ଷା ସୁସ୍ଥ ଅନୁଭବ କରୁଛନ୍ତି। ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତୀ ଯୋଗୁ ସେ ଆଜି ତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଛି।” ଏଥିସହିତ ଅତ୍ୟଧିକ ମାନସିକ ଚାପନ ନନେବା ସହିତ ଗୋଟିଏ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ରେଷ୍ଟ ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର। ତା ସହିତ କରୋନା ଭୟ ଥିବା ଭଳି କୌଣସି କାର୍ଯ୍ୟ ନକରିବାକୁ  ପରାମର୍ଶ ଦିଆଯାଇଛି।

ଡିସେମ୍ବର ୨୫ ଡାକ୍ତରଖାନାରେ ଭର୍ତ୍ତି ହେଲେ

ତାଙ୍କ ଅସୁସ୍ଥତା ନେଇ ଡିସେମ୍ବର ୨୫ ତାରିଖରେ ଆପୋଲୋ ହସ୍‌ପିଟାଲର ଡାକ୍ତର ସୂଚନା ଦେଇ କହିଥିଲେ “ ରଜନୀକାନ୍ତ ଆଜି(ଡିସେମ୍ବର ୨୫) ସକାଳୁ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ବିଗତ ଦଶ ଦିନ ହେଲା ସେ ହାଦ୍ରାବାଦ୍‌ରେ ଏକ ଫିଲ୍ମ ଶୁଟିଂ କରୁଥିଲେ। ଶୁଟିଂ ଶେଟ୍‌ରେ କିଛି ଲୋକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। କିନ୍ତୁ ଡିସେମ୍ବର ୨୨ ତାରିଖରେ ରଜନୀକାନ୍ତଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିଲା।।

ସେବେଠାରୁ ସେ ନିଜକୁ ଆଇସୋଲେଟ୍ କରି ରଖିଥିଲେ। ଅତି ଯତ୍ନର ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନିରୀକ୍ଷଣ କରାଯାଉଥିଲା। ଯଦିଓ ତାଙ୍କ ଭିତରେ କରୋନାର କୌଣସି ଲକ୍ଷଣ ନଥିଲା ତେବେ ତାଙ୍କ ରକ୍ତରେ ଅସନ୍ତଳୁନ ପରୀଲକ୍ଷିତ ହୋଇଥିଲା। ଫଳରେ ଚେକ୍ କରିବା ଆବଶ୍ୟକ ପଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରକ୍ତଚାପ ନକମିବା ପର୍ଯ୍ୟନ୍ତ ସେ ଡାକ୍ତରଖାନାରେ ରହିବେ ଓ ଅତି ଯତ୍ନର ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରାଯିବ। ରକ୍ତଚାପ ଓ ଥକାପଣ ଥାଇ ମଧ୍ୟ ତାଙ୍କ ମଧ୍ୟରେ କରୋନାର କୌଣସି ଲକ୍ଷଣ ନାହିଁ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।”

ଡିସେମ୍ବର ୧୪ ତାରିଖରେ ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ରଜନୀକାନ୍ତଙ୍କ ଫିଲ୍ମ ଅନ୍ନାଥ୍ଥେର ଶୁଟିଂ ଆରମ୍ଭ ହୋଇଥିଲା। ଡିସେମ୍ବର ୨୩ ତାରିଖରେ ଶୁଟିଂ ସେଟ୍‌ରେ ୯ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ରଜନୀକାନ୍ତ ପ୍ରମୋଟର ରିଆଜ ଅହମଦଙ୍କ ସୂଚନା ଅନୁସାରେ, ସମସ୍ତଙ୍କର କରୋନା ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୮ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ରଜନୀ ନେଗେଟିଭ୍ ହୋଇଥିଲେ।

ଏନେଇ ସୂଚନା ଦେଇ ରିୟାଜ୍ ଅହମଦ କହିଥିଲେ “ ଶୁଟିଂ ସେଟ୍‌ରେ ୮ ଜଣ ସଦସ୍ୟ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ରଜନୀକାନ୍ତ ଚେନ୍ନାଇକୁ ଫେରିବେ କି ହାଇଦ୍ରାବାଦରେ ନିଜେ କ୍ୱାରେଣ୍ଟିନ୍‌ରେ ରହିବେ ତାହା ସ୍ପଷ୍ଟ ହୋଇନାହିଁ। ଯାହା ହେବ ପରେ ଜଣାପଡ଼ିବା ବୋଲି ରିୟାଜ୍ କହିଛନ୍ତି।”

ସୂଚନା ଥାଉକି, ରଜନୀକାନ୍ତଙ୍କ ଫିଲ୍ମକୁ ସୁରିଥାଇ ଶିବା ନିର୍ଦ୍ଦେଶନା ଦେଇଥିଲା ବେଳେ ନୟନତାରା, କୀର୍ତି ସୁରେଶ, ଖୁସ୍‌ବୁ ମୀନା, ପ୍ରକାଶ ରାୟ ଏବଂ ସୁରୀ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ସନ୍‌ ପିକ୍‌ଚର ଏହି ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଡି ଇମାନ।

ରଜନୀଙ୍କ ରାଜନୀତି

ଦକ୍ଷିଣ ଫିଲ୍ମ ଦୁନିଆରେ ଏହି ବାଦ୍‌ଶାହ ଏବେ ରାଜନୀତିରେ ପାଦ ଥାପିବାକୁ ମନ ବଳାଇଛନ୍ତି। ଏନେଇ ୨୦୨୧ ଜାନୁଆରିରେ ସେ ନିଜର ଦଳ ଗଠନ କରିବେ। ଏନେଇ ଡିସେମ୍ବର ୩୧ ତାରିଖରେ ସମସ୍ତ ସୂଚନା ଦେବେ ବୋଲି ଡିସେମ୍ବର ୩ ତାରିଖରେ ଗଣମାଧ୍ୟମକୁ ସୂଚନା ଦେଇ  କହିଥିଲେ ରଜନୀକାନ୍ତ।

ଦଳ ଗଠନ ନେଇ ରଜନୀକାନ୍ତ କହିଥିଲେ, ଏବେ ତାମିଲନାଡୁକୁ ପରିବର୍ତ୍ତନ କରିବାର ସମୟ ଆସିଛି। ଯଥା ସମ୍ଭବ ଆମେ ଲୋକଙ୍କ ପାଇଁ କାମ କରିବୁ। ଯଦି ଏହି ସମୟରେ ଆମେ ନକରିପାରିବୁ ତେବେ ଚ୍ୟାଲେଞ୍ଜ ଆଉ ଦ୍ୱିତୀୟ ଥର ଆସିବ ନାହିଁ। ରାଜନୀତିରେ ବିଜୟ ହେଲେ ଏହା ଲୋକମାନଙ୍କର ବିଜୟ ହେବ। ସେ ଏକ ପବିତ୍ର ସରକାର ଦେବେ।  ଯଦି ଏହି ସମୟରେ ତାଙ୍କ ସରକାର କାମ  ନକରିପାରିବ ତେବେ ଆଉ ଦ୍ୱିତୀୟ ଥର ଆସିବ ନିର୍ବାଚନ ଲଢ଼ିବେ ନାହିଁ ଜନତାଙ୍କ ପ୍ରତିଶ୍ରୁତି ଦେଇଥିଲେ ରଜନୀକାନ୍ତ।

ସୂଚନା ଥାଉକି, ବର୍ଷ ଆରମ୍ଭରୁ ହିଁ ବିବାଦକୁ ଆସିଥିଲେ ରଜନୀ। ବେୟର ଗ୍ରିଲ୍ସଙ୍କ ସହିତ କର୍ଣ୍ଣାଟକର ବାନ୍ଦିପୁର ଟାଇଗର୍‌ ରିଜର୍ଭ ପାର୍କରେ  Man Vs Wild ଶୁଟିଂ କରୁଥିବା ବେଳେ ଏହାକୁ ବିରୋଧ କରି ତାଙ୍କର ଗିରଫ୍ ଦାବି କରିଥିଲେ ପ୍ରକୃତି ପ୍ରେମୀ।

You might also like