ପରଦାକୁ ଆସିଲା ଅକ୍ଷୟ କୁମାର ଓ ରଜନୀକାନ୍ତଙ୍କ ଜବରଦସ୍ତ ଆକ୍ସନ ଫିଲ୍ମ 2.0

ମୁମ୍ବାଇ: ଆଜି ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ହାଇବଜେଟ୍ ହିନ୍ଦୀ ଫିଲ୍ମ ‘ଟୁ ପଏଣ୍ଟ ଜିରୋ’। ସାରା ବିଶ୍ୱର ୧୦ ହଜାରରୁ ଅଧିକ ହଲ୍‌ରେ ଫିଲ୍ମକୁ ରିଲିଜ୍‌ କରାଯାଇଛି। ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିଛନ୍ତି ଅକ୍ଷୟ କୁମାର ଓ ରଜନୀକାନ୍ତ। ଆଜି ଚେନ୍ନାଇ ସମେତ ଭାରତର ବିଭିନ୍ନ ସ୍ଥାନରେ ଫିଲ୍ମ ରିଲିଜ୍ ହୋଇଛି।

୨୦୧୦ ବ୍ଲକ ବଷ୍ଟର୍ ମୁଭି ରୋବଟ୍‌ର ସିକ୍ୟୁଏଲ୍ ହେଉଛି ଟୁ ପଏଣ୍ଟ ଜିରୋ। ଯେଉଁଥିରେ ବୈଜ୍ଞାନିକ ଭୂମିକାରେ ରଜନୀକାନ୍ତ ନଜର ଆସିଛନ୍ତି। ତେବେ ଭିଲିଏନ୍ ଅବତାରରେ ଖିଲାଡି କୁମାରଙ୍କୁ ଦେଖିବାକୁ ମିଳିଛି।

ଜିଆଣ୍ଟ ଲୁକ୍‌ରେ ଅକ୍ଷୟଙ୍କ ଫାଇଟ୍ ସିନ୍ ବେସ୍ ଚିତାକର୍ଷକ ହୋଇଛି। ହେଲେ ପୂର୍ବ ପାର୍ଟରେ ଥିବା ରୋବଟ୍ ଚିଟି ଏହି ଫିଲ୍ମରେ ବି ନଜର ଆସିବେ। ଫୁଲ୍ ଅଫ୍ ଆକ୍ସନ୍, ଫାଇଟ୍, ୟୁନିକ୍ ଡାଇଲଗ ଏବଂ ତା ସାଙ୍ଗକୁ ଦୁଇ ସୁପରଷ୍ଟାରଙ୍କୁ ଗୋଟିଏ ଫ୍ରେମ୍‌ରେ ଦର୍ଶକ ଦେଖିପାରିବେ। ହିନ୍ଦୀ, ତାମିଲ, ତେଲୁଗୁ ଏବଂ ଇଂରାଜୀରେ ଫିଲ୍ମଟି ରିଲିଜ୍ ହୋଇଛି।

You might also like