ମୁମ୍ବାଇ: ପ୍ରସିଦ୍ଧ ବ୍ୟବସାୟୀ ତଥା ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ତାଙ୍କ ପ୍ରଥମ ପତ୍ନୀଙ୍କ ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ଶିଳ୍ପା ଶେଟ୍ଟୀଙ୍କ ଜନ୍ମଦିନରେ ଭାଇରାଲ ହୋଇଥିବା ଥ୍ରୋବ୍ୟାକ୍ ଷ୍ଟୋରୀ ଦେଖିବା ପରେ ରାଜ କୁନ୍ଦ୍ରା ଅତ୍ୟନ୍ତ ବିବ୍ରତ ହୋଇ ପଡିଥିଲେ। ଏହା ପରେ ସେ ତାଙ୍କ ପ୍ରଥମ ପତ୍ନୀ କବିତା କୁନ୍ଦ୍ରାଙ୍କୁ ଛାଡପତ୍ର ଦେବାର କାରଣ ସ୍ପଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ। ଛାଡପତ୍ରର ୧୫ ବର୍ଷ ପରେ ରାଜ କୁନ୍ଦ୍ରା ପ୍ରଥମ ଥର ପାଇଁ ଏହାକୁ ନେଇ ଖୋଲାଖୋଲି କହିଛନ୍ତି। ସେ ଏକ ସାକ୍ଷାତକାରରେ ଦାବି କରିଛନ୍ତି ଯେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ କାରଣରୁ ସେ କବିତାଙ୍କୁ ଛାଡପତ୍ର ଦେଇ ନାହାଁନ୍ତି। ଦୁହେଁ ଅଲଗା ହେବାର ପ୍ରକୃତ କାରଣ ହେଲା, କବିତା ତାଙ୍କ ଭଉଣୀର ସ୍ୱାମୀ ଅର୍ଥାତ୍ ତାଙ୍କ ଭିଣେଇଙ୍କ ସହିତ ସମ୍ପର୍କ ରଖୁଥିବା ସେ କହିଛନ୍ତି।

ନିକଟରେ ପିଙ୍କ୍‌ଭିଲାଙ୍କ ସହ ବାର୍ତ୍ତାଳାପରେ ରାଜ କୁନ୍ଦ୍ରା ତାଙ୍କ ପୂର୍ବତନ ପତ୍ନୀଙ୍କ ବିଷୟରେ ଅନେକ ଖୁଲାସା କରିଛନ୍ତି। ଏହି ସାକ୍ଷାତକାରରେ ସେ କହିଛନ୍ତି- “ମୁଁ, ମୋର ପିତାମାତା ଏବଂ ଭଉଣୀ ଗୋଟିଏ ଘରେ ରହୁଥିଲୁ। ମୋ ଭିଣେଇ ମଧ୍ୟ ଆମ ସହିତ ରହୁଥିଲେ। ସେ ତାଙ୍କର ଏକ କାମ ପାଇଁ ଭାରତରୁ ୟୁକେ ଆସିଥିଲେ। ମୁଁ କାମ ପାଇଁ ବାରମ୍ବାର ବାହାରକୁ ଯାଉଥିଲି। ଏହି ସମୟ ମଧ୍ୟରେ ସେ (କବିତା) ମୋ ଭିଣେଇଙ୍କ ଅତି ନିକଟତର ହୋଇଥିଲେ, ଦୁହେଁ ଅଧିକାଂଶ ସମୟ ଏକାଠି ବିତାଉଥିଲେ। ମୋ ପରିବାର ସଦସ୍ୟମାନଙ୍କୁ ଏହା ଅଡୁଆ ଲାଗୁଥିଲା। ଏପରିକି ମୋର ଡ୍ରାଇଭର ମଧ୍ୟ ଅନୁମାନ କରୁଥିଲେ ଯେ ଦୁହିଁଙ୍କ ମଧ୍ୟରେ କିଛି ଚାଲିଛି। କିନ୍ତୁ, ଏନେଇ ମୋର ତାଙ୍କ ଉପରେ କୌଣସି ସନ୍ଦେହ ନ ଥିଲା।

‘ମୋ ଭିଣେଇ ଏବଂ ମୋ ପତ୍ନୀ ଦୁହେଁ ଏକାଠି ବାହାରକୁ ଯାଉଥିଲେ। ସେମାନେ ଗୋଟିଏ କୋଠରୀରେ ଘଣ୍ଟା ଘଣ୍ଟା ଧରି ରହୁଥିଲେ। ଯେତେବେଳେ ମୋ ଭଉଣୀ ମୋ ସହିତ ଏ ବିଷୟରେ କଥାବାର୍ତ୍ତା କଲେ, ମୁଁ ଭାବିଲି ସେ ନିଶ୍ଚିତ ସନ୍ଦେହ କରୁଛି। ମୋର ଭଉଣୀ ଓ ଭିଣେଇ କିଛି ଦିନ ପରେ ଭାରତ ଫେରି ଆସିଲେ, କାରଣ ଏଠାରେ ସମସ୍ତଙ୍କ ସହ ଗୋଟିଏ ଘରେ ରହିବା ଅସହଜ ହୋଇପଡିଲା। ମୋର ପୂର୍ବ ପତ୍ନୀ ଏବଂ ଭିଣେଇ ଘଣ୍ଟା ଏକାଠି ରହିବା ନେଇ ମୋ ପରିବାର ଲୋକ ମଧ୍ୟ ଅଶାନ୍ତି ଥିଲେ। ଦୁହେଁ ଚାଲିଯିବା ପରେ ମୁଁ ଜାଣିବାକୁ ପାଇଲି ଯେ କବିତା ଗର୍ଭବତୀ ଅଛନ୍ତି।

ରାଜ କୁନ୍ଦ୍ରା ଆହୁରି କହିଛନ୍ତି- ‘ପ୍ରସବ ପରେ ସେ ଅଜବ ଆଚରଣ କରିବା ଆରମ୍ଭ କଲେ। ବାଥରୁମକୁ ଯାଆନ୍ତି ଏବଂ ଘଣ୍ଟା ଘଣ୍ଟା ରୁହନ୍ତି। ଆମେ ଭାବୁଥିଲୁ ପ୍ରସବ ହେତୁ ଏପରି ହେଉଥିବ। କିନ୍ତୁ, ଦିନେ ମୋ ଭଉଣୀ ମୋତେ କାନ୍ଦି କାନ୍ଦି କହିଲା ଯେ ସେ ମୋ ଭିଣେଇଙ୍କଠାରୁ ଆଉ ଏକ ଫୋନ୍ ପାଇଛନ୍ତି, ଯେଉଁଥିରେ ଲଣ୍ଡନ ନମ୍ବରରୁ କଲ ଆସିଥାଏ। ମୁଁ ନମ୍ବର ନେଇ ତାଙ୍କ ଟାୱାର ଯାଞ୍ଚ କଲି। ନମ୍ବରର ନିକଟତମ ଟାୱାର ମୋ ଘର ନିକଟରେ ମିଳିଲା। ମୋର ହୋସ୍ ଉଡ଼ିଗଲା। ମୁଁ ବାଥ୍‌ରୁମ୍‌କୁ ଯାଇ କବିତାଙ୍କ ପୋଷାକରୁ ଆଉ ଏକ ମୋବାଇଲ୍ ପାଇଲି, ଯେଉଁଥିରୁ ମେସେଜ୍ ପଠାଯାଇଥିଲା।

ରାଜ କୁନ୍ଦ୍ରାଙ୍କ ଅନୁଯାୟୀ, ସେ ତାଙ୍କ ପ୍ରଥମ ପତ୍ନୀଙ୍କଠାରୁ ଯେଉଁ ବିଶ୍ୱାସଘାତକତା ମିଳିଥିଲା ତାଙ୍କୁ ଥରାଇ ଦେଇଥିଲା। ସେ କହିଛନ୍ତି ଯେ ସେ କେବେ ବି ସେହି ସମୟଗୁଡିକୁ ଭୁଲି ପାରିବେ ନାହିଁ। ତାଙ୍କ ଜୀବନ ବହୁତ ବିଚଳିତ ହୋଇଯାଇଥିଲା। ତାଙ୍କ ପୂର୍ବତନ ପତ୍ନୀ କବିତାଙ୍କ ସାକ୍ଷାତକାର ଭାଇରାଲ ହେବାବେଳେ ରାଜ କୁନ୍ଦ୍ରା ଏହି ବିବୃତ୍ତି ଦେଇଛନ୍ତି। ସେହି ଭାଇରାଲ ଭିଡିଓରେ କବିତା ଛାଡପତ୍ର ହେବାର କାରଣ ଶିଳ୍ପା ଶେଟ୍ଟୀ ବୋଲି କହିଛନ୍ତି।

Other Stories