ଲିକ୍ଡ ନ୍ୟୁଡ୍ ଭିଡିଓର ଖୁଲାସା କଲେ ରାଧିକା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଧିକା ଆପ୍ଟେ ନିଜର ଚମତ୍କାର ଅଭିନୟ ଦ୍ୱାରା ଲକ୍ଷ ଲକ୍ଷ ହୃଦୟ ଉପରେ ରାଜ କରୁଛନ୍ତି। ରାଧିକାଙ୍କ ବଳିଷ୍ଠ ଅଭିନୟ ଓ ତାଙ୍କର ବୋଲ୍ଡ ଷ୍ଟାଇଲ୍ ଯୋଗୁଁ ସେ ବେଶ ଜଣାଶୁଣା। ସେ ଇଣ୍ଡଷ୍ଟ୍ରିର ସବୁଠାରୁ ବୋଲ୍ଡ ଅଭିନେତ୍ରୀମାନଙ୍କ ମଧ୍ୟରେ ଗଣିତ। ରାଧିକା ଆପ୍ଟେ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ଅନେକ ସ୍ମରଣୀୟ ଭୂମିକାରେ ଆସିଛନ୍ତି, ଯାହା ମାଧ୍ୟମରେ ସେ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ତେବେ ଏସବୁ ଭିତରେ ବି ସେ ଅନେକ ଥର ବିବାଦ ଘେରକୁ କରିଆସିଛନ୍ତି। ଯେତେବେଳେ ରାଧିକା ଆପ୍ଟେଙ୍କ ଏକ ନଗ୍ନ ଭିଡିଓ ଲିକ୍ ହେଲା ସେତେବେଳେ ସେ ବହୁତ ଟ୍ରୋଲ ହୋଇଥିଲେ, ଯାହାର ଖୁଲାସା ସେ ବର୍ତ୍ତମାନ କରିଛନ୍ତି।

Source : Navbharat Times

ଗ୍ରାଜିଆ ମାଗାଜିନ ସହିତ ଏକ ବାର୍ତ୍ତାଳାପରେ ରାଧିକା ଆପ୍ଟେ ଏହି ଭିଡିଓ ବିଷୟରେ କହିଛନ୍ତି ଏବଂ ଭିଡିଓ ଲିକ୍ ହେବା ପରେ ତାଙ୍କୁ କିପରି ଘରୁ ବାହାରିବା ନେଇ ସମସ୍ୟା ହୋ‍ଇଥିଲା ସେ ବିଷୟରେ ମଧ୍ୟ ଜଣେଇଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ ଫିଲ୍ମ ‘କ୍ଲିନ୍ ସେଭ୍’ର ଏକ ଭିଡିଓ ଲିକ୍ ହୋଇଯାଇଥିଲା, ଯାହା ତାଙ୍କ ଉପରେ ବହୁତ ଖରାପ ପ୍ରଭାବ ପକାଇଥିଲା। ସେ କହିଛନ୍ତି- “ମୋର ୱାଚ୍‌ମ୍ୟାନ ଓ ଡ୍ରାଇଭର ମଧ୍ୟ ମୋତେ ଚିହ୍ନି ଦେଇଥିଲେ। ଭିଡିଓ ଲିକ୍ ହେବା ପରେ ଘରୁ ବାହାରିବା ମୋ ପାଇଁ ମଧ୍ୟ କଷ୍ଟସାଧ୍ୟ ହୋଇଯାଇଥିଲା। ମୁଁ ଚାରି ଦିନ ଧରି ଘରୁ ବାହାରି ନ ଥିଲି।”

ରାଧିକା ଆହୁରି କହିଛନ୍ତି- “ତଥାପି, ଭାଇରାଲ ଭିଡିଓ ଦେଖି କେହି ବି କହିପାରିଥାନ୍ତେ ଯେ ଏଥିରେ ଉପସ୍ଥିତ ଥିବା ଝିଆ ସେ ନୁହଁନ୍ତି ବୋଲି। ” ଏହି ଭିଡିଓଟି ଅଭିନେତ୍ରୀଙ୍କ ଚଳଚ୍ଚିତ୍ର ‘କ୍ଲିନ୍ ସେଭ୍’ ର ଥିଲା। କିନ୍ତୁ, ରାଧିକାଙ୍କ ଅନୁଯାୟୀ, ସେ ଭିଡିଓରେ ଥିବା ଝିଅ ସେ ନଥିଲେ। ଏହା ସହିତ ସେ ସିନେମା ‘ପାର୍ଚ୍ଡ’ କଥା ମଧ୍ୟ ଉଠେଇଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ଏହି ଅଭିନୟ ସେତେବେଳେ ମିଳିଥିଲା ଯେତେବେଳେ ତାଙ୍କୁ ଏହାର ଆବଶ୍ୟକ ଥିଲା।

‘ପାର୍ଚ୍ଡ’ରେ ତାଙ୍କ ଭୂମିକା ବିଷୟରେ ରାଧିକା କହିଛନ୍ତି- “ମୋତେ ପ୍ରକୃତରେ ଏହି ପ୍ରକାରର ଭୂମିକା ଦରକାର ଥିଲା, କାରଣ ଯେତେବେଳେ ତୁମେ ବଲିଉଡରେ ଥାଅ, ତୁମକୁ ତୁମର ଶରୀର ସହିତ କଣ କରିବାକୁ ପଡିବ ସର୍ବଦା କୁହାଯାଏ ଏବଂ ମୁଁ ସବୁବେଳେ ଭାବୁଥିଲି ଯେ ମୁଁ ମୋ ଶରୀର ସହିତ କିଛି ବି କରିବି ନାହିଁ। ନଗ୍ନ ଦୃଶ୍ୟ ଦେବା ଟିକେ ଭୟାନକ ଥିଲା କାରଣ ମୁଁ ସେ ସମୟରେ ମୁଁ ମୋ ଶରୀରର ପ୍ରତିଛବି ସହିତ ସଂଘର୍ଷ କରୁଥିଲି। ପରଦାରେ ନଗ୍ନ ହେବା ଟିକେ ଭୟଭୀତ ଥିଲା।”

You might also like