ପୁଣି ଟ୍ରଲ୍ ହେଲେ ପ୍ରିୟଙ୍କା: ଜାଣନ୍ତି, ଏଥର କ’ଣ କାରନାମା କଲେ ଦେଶୀ ଗର୍ଲ ?
ମୁମ୍ବାଇ: ବଲିଉଡ୍ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସୋଶାଲ୍ ମିଡ଼ିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। କେତେବେଳେ ତାଙ୍କ ଅଭିନୟକୁ ନେଇ ସେ ପ୍ରଶଂସା ସାଉଁଟନ୍ତି ତ କେତେବେଳେ ମଜାମସ୍ତି କରି ଟ୍ରଲ୍ର ଶିକାର ହୁଅନ୍ତି। ଏବେ ପୁଣିଥରେ ଦେଶୀ ଗର୍ଲ କିଛି ଏମିତି କାରନାମା କରିଛନ୍ତି ଯାହାକୁ ନେଇ ସୋଶାଲ ମିଡିଆରେ ତାଙ୍କୁ ଟ୍ରଲ୍ କରାଯାଉଛି।
ଗତ ୧୮ତାରିଖରେ ପ୍ରିୟଙ୍କା ତାଙ୍କ ୩୭ତମ ଜନ୍ମଦିନ ପାଳନ କରିଛନ୍ତି। ଏଥିପାଇଁ ସେ ପୂରା ପରିବାର ସହ ମିଆମିରେ ପହଞ୍ଚିଥିଲେ। ତେବେ ଜନ୍ମଦିନରେ ପ୍ରିୟଙ୍କା ଉଠାଇଥିବା ଏକ ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଫଟୋରେ ପ୍ରିୟଙ୍କା ସ୍ୱାମୀ ନିକ୍ ଏବଂ ମାଆ ମଧୁ ଚୋପ୍ରାଙ୍କ ସହ ବସି ସିଗାରେଟ୍ ଟାଣୁଥିବାର ନଜର ଆସିଛନ୍ତି। ଏଥିପାଇଁ ଫ୍ୟାନ୍ସ ତାଙ୍କୁ ଟ୍ରଲ୍ କରିଛନ୍ତି।
ଜଣେ ଟ୍ୱିଟର୍ ବ୍ୟବହାରକାରୀ ପ୍ରିୟଙ୍କାଙ୍କୁ ଟ୍ରଲ୍ କରି ଲେଖିଛନ୍ତି- ‘ଦିଦିଙ୍କର ଆଜମା ଅଛି ଏବଂ ସେ ସିଗାରେଟ୍ ଟାଣନ୍ତି, ଏମିତି କେମିତି ହେବ ଦିଦି?’
Didi ko Asthma bh hai or cigarette bh fukne hai aise kaise chlega Didi #PriyankaChopra #diwali pic.twitter.com/nHKFw3fGLY
— Kabir singh (@tappusena0) July 21, 2019
ସୂଚନା ଅନୁଯାୟୀ, ଦୀପାବଳି ସମୟରେ ବାଣ ଫୁଟାଇ ପରିବେଷ ପ୍ରଦୂଷଣ ନକରିବା ପାଇଁ ବଲିଉଡ୍ର କିଛି କଳାକାର ତାଙ୍କ ପ୍ରଶଂସକମାନଙ୍କୁ ନିବେଦନ କରିଥିଲେ। ଏଥିରେ ଦେଶି ଗର୍ଲ ମଧ୍ୟ ସାମିଲ୍ ଥିଲେ। ପ୍ରୟଙ୍କା ନିଜେ ଜଣେ ଆଜମା ରୋଗୀ, ତେଣୁ ଆଜମା ରୋଗୀମାନଙ୍କ ହିତକୁ ଦୃଷ୍ଟିରେ ରଖି ସେ ପ୍ରଶଂସକମାନଙ୍କୁ ବାଣ ନଫୁଟାଇବା ପାଇଁ କହିଥିଲେ। ହେଲେ ଏବେ ତାଙ୍କୁ ସର୍ବସମ୍ମୁଖରେ ସିଗାରେଟ୍ ଟାଣୁଥିବାର ଦେଖି ଲୋକେ ତାଙ୍କୁ ଟ୍ରଲ୍ କରିଛନ୍ତି।
ଆଉ ଜଣେ ଟ୍ୱିଟର ବ୍ୟବହାରକାରୀ କଟାକ୍ଷ କରି ଲେଖିଛନ୍ତି, ‘ପ୍ରିୟଙ୍କା ଚୋପ୍ରା ଭାରତବାସୀଙ୍କୁ ବିନା ବାଣରେ ଦୀପାବଳି ପାଳନ କରିବାକୁ କୁହନ୍ତି। ଏବେ ସେ ଆସ୍ତମାରୁ ବଞ୍ଚିବା ପାଇଁ ବୋଧେ ଔଷଧ ନେଉଛନ୍ତି।’
Priyanka Chopra had appealed to people of India for crackerless #Diwali
Now what she is taking medicine to avoid Asthma.#PriyankaChopra pic.twitter.com/qS9AqbUlVu
— Prasanth Sivan (@PrasanthSivan10) July 21, 2019
ଜଣାଇ ଦେଉଛୁ ଯେ, ପ୍ରିୟଙ୍କାଙ୍କ ଅପ୍କମିଂ ଫିଲ୍ମ ‘ଦ ସ୍କାଏ ଇଜ୍ ପିଙ୍କ’ ଏବେ ରିଲିଜ୍ ଅପେକ୍ଷାରେ। ଫିଲ୍ମଟି ଅକ୍ଟୋବର ୧୧ରେ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମରେ ପ୍ରିୟଙ୍କା ଚୋପ୍ରାଙ୍କ ସହ ଫାରହାନ୍ ଅଖତର୍, ଜାୟରା ୱସିମ୍ ଏବଂ ରୋହିତ ସୁରେଶ ସରୀଫ୍ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ସୋନାଲି ବୋଷ ଦେଇଛନ୍ତି।