ପତି-ପତ୍ନୀ ହେଲେ ନିକ୍-ପ୍ରିୟଙ୍କା

ଯୋଧପୁର ଉମୈଦ୍ ଭବନ ପ୍ୟାଲେସ୍‌ରେ ବିବାହ

ଯୋଧପୁର : ପତି-ପତ୍ନୀ ହେଲେ ପ୍ରିୟଙ୍କା ଓ ନିକ୍। ରାଜସ୍ଥାନର ଯୋଧପୁର ଉମୈଦ୍ ଭଓ୍ୱନ ପ୍ୟାଲେସରେ ଅାଡମ୍ବର ସହକାରେ ଉଭୟଙ୍କ  ବିବାହ  ସଂପନ୍ନ ହୋଇଛି। ଗତକାଲି ଖ୍ରୀଷ୍ଟିଅାନ ନୀତିରେ ବିବାହ ହୋଇଥିବା ବେଳେ ଅାଜି ହିନ୍ଦୁ ରୀତିନୀତି ଅନୁସାରେ ଅାଉ ଥରେ ବିବାହ ହେଉଛି।

ବିବାହ ଉତ୍ସବକୁ କିଛି ଘନିଷ୍ଠ ବନ୍ଧୁଙ୍କୁ ବି ନିମନ୍ତ୍ରଣ କରାଯାଇଛି। କେବଳ ମେହେନ୍ଦୀ ଓ ହଳଦି ଉତ୍ସବର ଫଟୋ ସୋଶାଲ ମିଡିଅାରେ ସେୟାର କରିଛନ୍ତି। ପ୍ରିୟଙ୍କା ପାରମ୍ପରିକ ଗହଣା ଓ ରଙ୍ଗୀନ ପୋଷାକରେ ଝଲସୁ ଥିବା ବେଳେ ଧଳା କୁର୍ତ୍ତା ଓ ପାଇଜାମା ପିନ୍ଧି ପୁରା ଦେଶୀ ଲୁକ୍‌ରେ ଅଛନ୍ତି ନିକ୍।

ପ୍ରିୟଙ୍କା କଜିନ୍ ତଥା ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ନିକ୍‌ଙ୍କ ପରିବାର ସଦସ୍ୟଙ୍କୁ ବି ଖୁସି ମୁଡ୍‌ରେ ଦେଖିବାକୁ ମିଳିଛି। ଉଭୟଙ୍କ ପରିବାର ସଦସ୍ୟଙ୍କ ବ୍ୟତୀତ କିଛି ଘନିଷ୍ଠ ବନ୍ଧୁ ବିବାହ ଉତ୍ସବରେ ସାମିଲ ହୋଇଛନ୍ତି।

ବିବାହ ବେଳେ ପାରମ୍ପରିକ ଅାତସବାଜିରେ କିଛି ସମୟ ପାଇଁ ରଙ୍ଗୀନ ହୋଇଯାଇଥିଲା ଯୋଧପୁର ଅାକାଶ। ଅାଜି ହିନ୍ଦୁ ରୀତିନୀତି ଅନୁସାରେ ପୁଣି ବିବାହ ହେଉଛି। ତେବେ କେବେ ବିବାହ ଫଟୋ ଅାସୁଛି ତାକୁ ନେଇ ଉତ୍କଣ୍ଠାରେ ପ୍ରିୟଙ୍କାଙ୍କ ଫ୍ୟାନ୍।

ଚଳିତ ବର୍ଷ କିଛି ସେଲିବ୍ରେଟି କପଲଙ୍କ ବିବାହ ଉତ୍ସବକୁ ନେଇ ଚର୍ଚ୍ଚା ଲାଗିରହିଛି। ବିରାଟ-ଅନୁଷ୍କାଙ୍କ ପରେ କିଛି ଦିନ ତଳେ ବିବାହ ବନ୍ଧନରେ ଅାବଦ୍ଧ ହୋଇଥିଲେ ବଲିଉଡ୍‌ର ହଟ୍ କପଲ ଦୀପିକା ଓ ରଣବୀର। ଅାଉ ଏବେ ପ୍ରିୟଙ୍କା-ନିକ୍ ବିବାହକୁ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି।

You might also like