ବିବାହ ପୂର୍ବରୁ ନିକ୍‌ଙ୍କ ସହ ଛୁଟି କଟାଉଛନ୍ତି ପ୍ରିୟଙ୍କା

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଭାବି ସ୍ୱାମୀ ନିକ୍‌ ଜୋନ୍ସ୍‌ଙ୍କ ସହ ଏବେ କାର୍ଲିଫର୍ନିଆରେ ଛୁଟି କଟାଉଛନ୍ତି। ସୋମବାର ନିକ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋ ପାଇଁ ସେ ପ୍ରିୟଙ୍କାଙ୍କୁ କ୍ରେଡିଟ ଦେଇଛନ୍ତି। ଫଟୋରେ ଦେଖାଯାଉଛି ସେ ହାତରେ ଏକ ବିୟର ବୋତଲ ଧରି ସୁନ୍ଦର ପାହାଡ଼ର ରୂପକୁ ଉପଭୋଗ କରୁଛନ୍ତି। ପାଖରେ ଥିବା ଏକ ଗଛରେ ତାଙ୍କ ବ୍ୟାଗ ମଧ୍ୟ ରହିଛି। ଯେଉଁ ସମୟରେ ପ୍ରିୟଙ୍କା ତାଙ୍କର ଏହି ଫଟୋଟି ନେଇଛନ୍ତି।

ନିକ୍‌ କାର୍ଲିଫର୍ନିଆର ଏହି ମାମୁଥ୍‌ ପାହାଡକୁ ଆଗରୁ ଅନେକ ଥର ଯାଇଛନ୍ତି। ହେଲେ ପ୍ରଥମ ଥର ପାଇଁ ସେ ପ୍ରିୟଙ୍କାଙ୍କୁ ତାଙ୍କ ସହିତ ଏହି ଯାତ୍ରାରେ ସାମିଲ କରିଛନ୍ତି। ଏହା ପୂର୍ବରୁ ଉଭୟ ମେକ୍ସିକୋରେ ମଧ୍ୟ କିଛି ସମୟ ଏକାଠି ରହିଥିଲେ। ପ୍ରିୟଙ୍କା ଓ ନିକ୍‌ ଉଭୟ ୧୮ ଅଗଷ୍ଟରେ ପାରମ୍ପରିକ ରୀତିରେ ସେମାନଙ୍କର ନିର୍ବନ୍ଧ କରାଇଥିଲେ। ପ୍ରିୟଙ୍କାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ସେମାନଙ୍କ ବନ୍ଧୁ ଓ ପରିବାର ବର୍ଗଙ୍କ ଉପସ୍ଥିତିରେ ଏହି ନିର୍ବନ୍ଧ ହୋଇଥିଲା। ଯାହାର ଫଟୋଗୁଡ଼ିକୁ ଉଭୟ ସୋଶାଲ୍‌ ମିଡିଆରେ ଶେୟାର କରିଥିଲେ।

ଆମେରିକାର ଏକ ମାଗାଜିନର ରିପୋର୍ଟ ଅନୁସାରେ, ପ୍ରିୟଙ୍କା ଭାରତୀୟ ରୀତିନୀତିରେ ଚଳିତ ବର୍ଷ ଶେଷ ଆଡକୁ ବିବାହ କରିବା ପାଇଁ ଚାହାନ୍ତି। ଏହାସହିତ ନିକ୍‌ ମଧ୍ୟ ତାଙ୍କୁ ଏଥି ପାଇଁ ବେଶ୍‌ ସହାୟତା କରିଛନ୍ତି। ପ୍ରିୟଙ୍କା ବର୍ତ୍ତମାନ “ଦି ସ୍କାଏ ଇଜ୍‌ ପିଙ୍କ୍‌” ଚଳଚ୍ଚିତ୍ରର ସୁଟିଂ କରୁଛନ୍ତି। ଯେଉଁଥିରେ ଫରହାନ୍‌ ଅଖତାର ଓ ଜାଇରା ୱାସିମ୍‌ ତାଙ୍କ ସହିତ ନଜର ଆସିବେ। ଏହା ସହିତ ତାଙ୍କର ଆଗାମୀ ହଲିଉଡ୍‌ ସିନେମା “ କାୱ ବୟେ ନିଞ୍ଜା ଭିକିଙ୍ଗ”ରେ ମଧ୍ୟ ସେ ଆଗକୁ ନଜର ଆସିବେ।

You might also like