ଆଜି ପ୍ରିୟଙ୍କାଙ୍କ ନିର୍ବନ୍ଧ! ଚାଲିଛି ପ୍ରସ୍ତୁତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ବୟଫ୍ରେଣ୍ଡ୍‌ କୁହାଯାଉଥିବା ଆମେରିକୀୟ ଅଭିନେତା ତଥା ପପ୍‌ ଷ୍ଟାର ନିକ୍‌ ଜୋନ୍ସଙ୍କ ଏନ୍‌ଗେଜ୍‌ମେଣ୍ଟ୍‌ ବା ନିର୍ବନ୍ଧ ଖୁବ୍‌ ଶୀଘ୍ର ହେବାକୁ ଯାଉଛି। ତାହା ବି ପୁଣି ଆଜି।

ବର୍ତ୍ତମାନର ତାଜା ଖବର ମୁତାବକ,  ଆଜି ସନ୍ଧ୍ୟାରେ ମୁମ୍ବାଇରେ ଏକ ରୋକା ସେରିମୋନିରେ ସେମାନଙ୍କ ନିର୍ବନ୍ଧ ହେବ। ଆଉ ଏଥିପାଇଁ ଦେଶୀଗର୍ଲ ପ୍ରିୟଙ୍କାଙ୍କ ଘରକୁ ସକାଳୁ ଲୋକଙ୍କ ଯାଆସ ଲାଗି ରହିଛି। ଏପରିକି ପ୍ରିୟଙ୍କାଙ୍କ କଜିନ୍‌ ପରିଣୀତି ଚୋପ୍ରାଙ୍କୁ ମଧ୍ୟ ଆଜି ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଛି। ଶୁଣିବାକୁ ମିଳୁଛି ଯେ, ‘ନମସ୍ତେ ଇଂଲଣ୍ଡ’ ଫିଲ୍ମ ସୁଟିଂରେ ବ୍ୟସ୍ତ ରହୁଥିବା ପରିଣୀତି ସମୟ ବାହାର କରି ଭଉଣୀ ପ୍ରିୟଙ୍କାଙ୍କ ନିର୍ବନ୍ଧରେ ଯୋଗଦେବାକୁ କୁଆଡ଼େ ମୁମ୍ବାଇ ଆସିଛନ୍ତି। ଖାଲି ଏତିକି ନୁହେଁ ଗେଷ୍ଟମାନଙ୍କ ପାଇଁ ହୋଟେଲ୍‌ ମଧ୍ୟ ବୁକ୍‌ ହୋଇ ସାରିଥିବା ଜଣାପଡ଼ିଛି। ଗେଷ୍ଟ୍‌ ଲିଷ୍ଟରେ ଅଭିନେତା ରଣବୀର ସିଂ, ଡିଜାଇନର୍‌ ମନିଷ ମଲହୋତ୍ରା ଓ ନିର୍ଦ୍ଦେଶକ କରଣ ଜୋହରଙ୍କ ନାଁ ରହିଛି।

ଗତକାଲି ରାତିରେ ପ୍ରିୟଙ୍କା ଓ ନିକ୍‌ଙ୍କୁ ଜେଡବ୍ଲ୍ୟୁ ମାରିଅଟ୍‌ରେ ଡିନ୍‌ର କରୁଥିବା ଦେଖିବାକୁ ମିଳିଥିଲା। ପ୍ରିୟଙ୍କାଙ୍କ ମାଆ ମଧୁ ଚୋପ୍ରା ଓ ସିଦ୍ଧାର୍ଥ ଚୋପ୍ରାଙ୍କୁ ମଧ୍ୟ ସେମାନଙ୍କ ସହ ଦେଖିବାକୁ ମିଳିଥିଲା।

ଆହୁରି ମଧ୍ୟ ପଢ଼ନ୍ତୁ- ଯେତେ ଲୁଚାଇଲେ ଲୁଚୁନି, ଏହି ଅଭିନେତାଙ୍କ ସହ ଡିନର ଡେଟ୍‌ରେ ଗଲେ ପ୍ରିୟଙ୍କା

ଏହା ପୂର୍ବରୁ ଅନେକ ଥର ନିକ୍‌ ଓ ପ୍ରିୟଙ୍କାଙ୍କୁ ଏକାଠି ଦେଖିବାକୁ ମିଳିଛି। ସେମାନଙ୍କ ସମ୍ପର୍କ ବିଷୟରେ ଜାଣିବା ପାଇଁ ସମସ୍ତେ ଉତ୍ସୁକ। ନିକ୍‌ଙ୍କ ବୟସ ୨୫ବର୍ଷ ହୋଇଥିବା ବେଳେ ପ୍ରିୟଙ୍କା ବୟସରେ ନିକ୍‌ଙ୍କଠୁ ବହୁତ ବଡ଼। ଗତ ବର୍ଷ ମେଟ୍‌ ଗାଲାରେ ପ୍ରିୟଙ୍କାଙ୍କୁ ନିକ୍‌ଙ୍କ ସହ ଏକାଠି ଦେଖିବାକୁ ମିଳିବା ପରେ ସେବେଠୁ ଉଭୟଙ୍କୁ ନେଇ ଚର୍ଚ୍ଚା।

You might also like