ପ୍ରିୟଙ୍କାଙ୍କ ଯୋଗୁଁ ତାଙ୍କ ଭଉଣୀଙ୍କୁ କାମ ମିଳି ନ ଥିଲା!

ମୁମ୍ବାଇ: ଆଜିକାଲି ତାମିଲ, ତେଲୁଗୁ ଏବଂ ହିନ୍ଦୀ ସିନେମା ଅଭିନେତ୍ରୀ ତଥା ବିଶ୍ୱ ତାରକା ପ୍ରିୟଙ୍କା ଚୋପ୍ରାଙ୍କ ସମ୍ପର୍କୀୟ ଭଉଣୀ ମୀରା ଚୋପ୍ରାଙ୍କୁ ନେଇ ଅନେକ ଆଲୋଚନା ହେଉଛି। ଏହି ଅଭିନେତ୍ରୀଙ୍କ ‘ଟାଟୁ ମର୍ଡର୍ସ’ ନିକଟରେ OTT ପ୍ଲାଟଫର୍ମ ଡିଜନି ପ୍ଲସ୍ ହଟଷ୍ଟାରରେ ମୁକ୍ତିଲାଭ କରିଛି, ଯାହା ଦର୍ଶକଙ୍କ ମଧ୍ୟରେ ଖୁବ୍ ଭଲଭାବେ ଗ୍ରହଣ କରାଯାଇଛି। ଏହି ୱେବ୍ ଶୋ’ରେ ମୀରା ଚୋପ୍ରା ଜଣେ ପୋଲିସ୍ ମହିଳା ଭାବରେ ନଜର ଆସିଛନ୍ତି। ଯେଉଁଥିରେ ସେ ତାଙ୍କର ଚମତ୍କାର ଅଭିନୟ ଦ୍ଵାରା ଦର୍ଶକଙ୍କ ହୃଦୟ ଜିତିଛନ୍ତି। ତେବେ ମୀରା ଚୋପ୍ରାଙ୍କ କହିବା ଅନୁଯାୟୀ, ସିନେମା ଶିଳ୍ପରେ କାମ କରିବା ପାଇଁ କେବଳ ଯେ ଜଣେ ବିଶ୍ୱ ତାରକାଙ୍କ ଭଉଣୀ ହେବା ପର୍ଯ୍ୟାପ୍ତ ନୁହେଁ। ପ୍ରିୟଙ୍କା ଚୋପ୍ରାଙ୍କ ସମ୍ପର୍କୀୟ ହେବା ତାଙ୍କ କ୍ୟାରିୟର ପାଇଁ କଦାପି ସହାୟକ ହୋଇ ନାହିଁ ବୋଲି ସେ କହିଛନ୍ତି।

ମୀରା ଚୋପ୍ରା ଏକ ସାକ୍ଷାତକାରରେ ଇଣ୍ଡଷ୍ଟ୍ରିରେ ତାଙ୍କର ସଂଘର୍ଷମୟ କାହାଣୀ ବିଷୟରେ କହିଛନ୍ତି- “ଯେତେବେଳେ ମୁଁ ବଲିଉଡରେ ପାଦ ଦେଉଥିଲି, ସେତେବେଳେ କେବଳ ଗୋଟିଏ ଆଲୋଚନା ହୋଇଥିଲା ଯେ ପ୍ରିୟଙ୍କାଙ୍କ ଭଉଣୀ ମଧ୍ୟ ଆସୁଛନ୍ତି, କିନ୍ତୁ ସତ କହିବାକୁ ଗଲେ ମୋତେ କେବେବି ତାଙ୍କ ସହ ତୁଳନା କରିବାକୁ ପଡିନି। ତେବେ ଇଣ୍ଡଷ୍ଟ୍ରିରେ ମୋତେ ଯେଉଁ କାମ ମିଳିଛି ତାହା ପ୍ରିୟଙ୍କାଙ୍କ କାରଣରୁ ନୁହେଁ, ବରଂ ମୋ ଦକ୍ଷତା ଯୋଗୁଁ ମିଳିଛି। ମୋତେ ଯେତେବେଳେ କୌଣସି ସିନେ ନିର୍ମାତାଙ୍କ ଆବଶ୍ୟକ ଥିଲା, ସେମାନେ ମୋତେ ଏନେଇ କାଷ୍ଟ କରୁ ନ ଥିଲେ କି ମୁଁ ପ୍ରିୟଙ୍କା ଚୋପ୍ରାଙ୍କ ଭଉଣୀ ବୋଲି।”

ସେ ଆହୁରି ମଧ୍ୟ କହିଛନ୍ତି ଯେ “ଏହା ସତ ଯେ ପ୍ରିୟଙ୍କା ଚୋପ୍ରାଙ୍କ ସହ ସମ୍ପର୍କ ରହିବା ମୋ କ୍ୟାରିୟର ପାଇଁ କଦାପି ସହାୟକ ସହାୟତା ହୋଇ ନ ତହିଲେ ମଧ୍ୟ ମୁଁ ଏଥିରୁ ଲାଭ ପାଇଲି ଯେ ଲୋକମାନେ ମୋତେ ସିରିଏସ୍ ଭାବରେ ନେଇଥିଲେ। ସେ ମୋତେ ହାଲୁକା ଭାବେ ଗ୍ରହଣ କଲେ ନାହିଁ, କାରଣ ସେ ଜାଣିଥିଲେ ଯେ ମୁଁ ଏପରି ଏକ ପରିବାରରୁ ଆସିଛି ଯିଏ ସିନେମା ବିଷୟରେ କିଛି ଜାଣନ୍ତି। ମୁଁ କେବଳ ଏହି ଲାଭ ପାଇଥିଲି। ଅନ୍ୟଥା, ମୋତେ ବହୁତ ସଂଘର୍ଷ କରିବାକୁ ପଡିଲା। ସତ କହିବାକୁ ଗଲେ ମୋତେ କେବେ ବି ପ୍ରିୟଙ୍କା ଚୋପ୍ରା ଓ ପରିଣିତି ଚୋପ୍ରାଙ୍କ ସହିତ କରାଯାଇନି।”

ତେବେ ମୀରା ୨୦୦୫ରେ ତାମିଲ ଚଳଚ୍ଚିତ୍ରରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ସେ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ମୀରା ବିକ୍ରମ ଭଟ୍ଟଙ୍କର ୧୯୨୦: ଲଣ୍ଡନରେ ଅଭିନେତା ସର୍ମଣ ଜୋସୀଙ୍କ ସ‌ହ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ।

ଯଦି ତାଙ୍କର ସିନେମା ଦୁନିଆ କଥା ଆଲୋଚନା କରାଯାଏ ତେବେ ମୀରା ଚୋପ୍ରା ୨୦୦୫ରେ ଆନ୍‌ବେ ଆରୁୟିରେ (ତାମିଲ), ୨୦୦୬ରେ ବଙ୍ଗାରାମ୍ (ତେଲୁଗୁ), ୨୦୦୮ରେ ଜାମ୍ବବାନ (ତାମିଲ), ୨୦୦୮ରେ ଲୀ (ତାମିଲ), ୨୦୧୪ରେ ଗ୍ୟାଙ୍ଗ୍ସ ଅଫ୍ ଘୋଷ୍ଟ (ହିନ୍ଦୀ), ୨୦୧୫ରେ ମୋଗଲି ପୁଭୁ(ତେଲୁଗୁ/ହିନ୍ଦୀ),୨୦୧୬ରେ ୧୯୨୦ ଲଣ୍ଡନ (ହିନ୍ଦୀ), ୨୦୧୮ରେ ନାସ୍ତିକ (ହିନ୍ଦୀ) ଭଳି ସିନେମାରେ ତାଙ୍କ ଅଭିନୟର ଛିଟା ଛାଡିଛନ୍ତି।

You might also like