ପ୍ରଭୁଦେବା ଓ ଶଙ୍କରଙ୍କୁ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ରାଷ୍ଟ୍ରପତି ଭବନରେ ପଦ୍ମ ସମ୍ମାନ ପ୍ରଦାନ କରିଛନ୍ତି। ଅଭିନେତା ତଥା ଡ୍ୟାନସର ପ୍ରଭୁଦେବା, ବିଶିଷ୍ଟ ଗାୟକ ଶଙ୍କର ମହାଦେବନ ଏବଂ ବରିଷ୍ଠ ସାମ୍ବାଦିକ କୁଲଦୀପ ନାୟର (ମରଣୋତ୍ତର) ଓ ଉଦ୍ୟୋଗପତି ଜନ୍‌ ଚ୍ୟାମ୍ବର୍ସ ପ୍ରମୁଖଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଛି।

ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ୧୧୨ ଜଣଙ୍କୁ ପଦ୍ମ ପରୁସ୍କାର ପାଇଁ ମନୋନୀତ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୯୪ ଜଣ ପଦ୍ମଶ୍ରୀ, ୧୪ ଜଣ ପଦ୍ମଭୂଷଣ ଏବଂ ୪ ଜଣଙ୍କୁ ପଦ୍ମ ବିଭୂଷଣ ପାଇଁ ମନୋନୀତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ୨୧ ଜଣ ମହିଳା,୧୧ ଜଣ ବିଦେଶୀ ଏବଂ ଜଣେ ପ୍ରବାସୀ ଭାରତୀୟ ଥିଲେ।

ମନୋରଞ୍ଜନ କ୍ଷେତ୍ରରେ ମନୋଜ ବାଜପେୟୀ, ପ୍ରଭୁଦେବା, ବିଶିଷ୍ଟ ଗାୟକ ଶଙ୍କର ମହାଦେବନଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ଅଭିନେତା ମୋହନଲାଲ୍‌ଙ୍କୁ ସିନେମା ଜଗତରେ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ୪୦ବର୍ଷର ଫିଲ୍ମ କ୍ୟାରିୟରରେ ମୋହନଲାଲ୍ ୩୫୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି।

ଏହା ବ୍ୟତତୀ ଭେଟେରାନ୍‌ ଆକ୍ଟର କାଦର୍‌ ଖାନ୍‌ଙ୍କୁ ସିନେ ଜଗତରେ ତାଙ୍କର ଅତୁଳନୀୟ ଅବଦାନ ଲାଗି ମରଣୋତ୍ତର ଭାବେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ପ୍ରଭୁଦେବା, ମୋହନଲାଲ୍ ବିଶ୍ୱନାଥନ୍ ଓ ମ୍ୟୁଜିକ୍‌ ମାଷ୍ଟର ଶଙ୍କର ମହାଦେବନ୍‌ ପୁରସ୍କାର ନେବା ସମୟର ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ଏଥିସହ କଳା, ସାମାଜିକ କାର୍ଯ୍ୟ, ବିଜ୍ଞାନ ଓ ଇଞ୍ଜିନିୟରିଂ, ବାଣିଜ୍ୟ, ଚିକିତ୍ସା, ସାହିତ୍ୟ ଓ ଶିକ୍ଷା, କ୍ରୀଡ଼ା ଓ ନାଗରିକ ସେବା ଆଦି କ୍ଷେତ୍ରରେ ଆଜି ୪୭ ଜଣଙ୍କୁ ଏହି ପୁରସ୍କାର ଦିଆଯାଇଥିଲା।

You might also like