ରିଲିଜ୍‌ ପୂର୍ବରୁ ୩୨୦ କୋଟି ଟଙ୍କା ଆୟ କଲାଣି ‘ସାହୋ’

ନୂଆଦିଲ୍ଲୀ: ରିଲିଜ୍ ପୂର୍ବରୁ ହିଁ ୩୨୦ କୋଟି ଟଙ୍କା ଆୟ କରି ସାରିଲାଣି ଫିଲ୍ମ ସାହୋ। କଥାଟା ବିଶ୍ୱାସ ହେଉନଥିଲେ ବି ସତ।

ମିଳିଥିବା ସୂଚନା ମୁତାବକ, ସିନେମାର ନିର୍ମାତା ସାହୋର ଥିଏଟ୍ରିକାଲ ରାଇଟସ୍ ଫର୍ ଅଲ୍ ଲାଙ୍ଗୁଏଜ୍ ବାବଦକୁ ୩୨୦ କୋଟି ଆଦାୟ କରିସାରିଲେଣି। ଏବେ ଫିଲ୍ମର ସାଟେଲାଇଟ୍ ଏବଂ ଓଟିଟି ପ୍ଲାଟଫର୍ମ ରାଇଟସ୍ ବିକ୍ରି ହେବା ବାକି ଅଛି।

pic credit- internet

ଚଳିତ ମାସ ୩୦ ତାରିଖରେ ଏହି ହାଇବଜେଟ୍ ଦକ୍ଷିଣ ଭାରତୀୟ ସିନେମା ସାହୋ ମୁକ୍ତିଲାଭ କରିବାକୁ ଯାଉଛି।

 ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ ଷ୍ଟାର ଶ୍ରଦ୍ଧା କପୁର ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସିନେମାର ଟ୍ରେଲର୍ ରିଲିଜ୍ ହେବା ପରେ ସିନେପ୍ରେମୀମାନେ ଏହାକୁ ଦେଖିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଆକ୍ସନ, ଷ୍ଟଣ୍ଟ, ଭିଏଫଏକ୍ସରେ ଭରା ଏହି ସିନେମା ୩୫୦ କୋଟି ଟଙ୍କାରେ ନିର୍ମିତ ହୋଇଛି।

pic credit-internet

ଏହି ଆକ୍ସନ ଥ୍ରିଲର ଫିଲ୍ମରେ ପ୍ରଭାସ ଓ ଶ୍ରଦ୍ଧାଙ୍କ ସହ ଜ୍ୟାକି ଶ୍ରଫ୍, ଚଙ୍କି ପାଣ୍ଡେ, ନିଲ୍ ନିତିନ୍ ମୁକେଶ, ମହେଶ ମଞ୍ଜରେକର୍ ପ୍ରମୁଖ ନଜର ଆସିବେ।

ସୌଜନ୍ୟ- ୟୁଟ୍ୟୁବ୍

 

ଆହୁରି ପଢ଼ନ୍ତୁ

ତିରୁପତିରେ ବିବାହ ବାର୍ଷିକୀ ପାଳିଲେ ଦୀପିକା-ରଣବୀର

୧୪୪ କୋଟିରେ ଏମିତି ଘର କିଣିଲେ ପ୍ରିୟଙ୍କା-ନିକ୍‌

ନିର୍ଦ୍ଦେଶକଙ୍କ ସହ ହାତାହାତି ହେଲେ ବଲିଉଡ୍‌ ଖିଲାଡି ଅକ୍ଷୟ କୁମାର, ଭିଡିଓ ଭାଇରାଲ

ଆଇସିୟୁରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର

ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଓଡିଆ ଝିଅ

ଫ୍ୟାନଙ୍କୁ ଏମିତି ଧନ୍ୟବାଦ ଜଣାଇଲେ ଆୟୁଷ୍ମାନ୍

ବଲିଉଡ୍‌ରେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ଜଲ୍ଓ୍ୱା

ଭୁବନେଶ୍ୱରରେ ବଲିଉଡ୍ ଅଭିନେତ୍ରୀ ଜରିନ୍ ଖାନ୍

ଷ୍ଟେଜ୍‌ରେ ଡାନ୍ସ କରୁଥିବାବେଳେ ତଳେ ପଡ଼ିଗଲେ ନେହା

ଓଡ଼ିଶା କୁଇନ୍‌-୨୦୧୯: ଚୂଡାନ୍ତ ପର୍ଯ୍ୟାୟକୁ ୨୧ ସୁନ୍ଦରୀ ମନୋନୀତ

ଫଟୋଗ୍ରାଫରଙ୍କଠାରୁ ଲୁଚି ଦୌଡ଼ିଲେ ସାରା, ଭିଡିଓ ଭାଇରାଲ

ବନ୍ଦ ହୋଇଯିବ ଦୀପିକାଙ୍କ ଏହି ଶୋ’ !

You might also like