ପ୍ରଭାସଙ୍କ ସହ ଭାଇରାଲ ହେଉଥିବା ୱେଡିଂ ଫଟୋକୁ ନେଇ ମୁହଁ ଖୋଲିଲେ ଅନୁଷ୍କା

ମୁମ୍ବାଇ: ବାହୁବଳୀ ଷ୍ଟାର ପ୍ରଭାସ ଓ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କୁ ନେଇ ପୁଣି ଚର୍ଚ୍ଚା । ନିକଟରେ ଅନୁଷ୍କା ଟ୍ୱିଟରରେ #AskAnushka session ହୋଷ୍ଟ କରିଥିଲେ। ଯେଉଁଥିରେ ସେ ନିଜ ଫିଲ୍ମ ଓ ପ୍ରଭାସଙ୍କ ବିଷୟରେ କହିଥିଲେ।

ଉଭୟଙ୍କ(ପ୍ରଭାସ-ଅନୁଷ୍କା)ଯୋଡ଼ିକୁ ଫ୍ୟାନ୍ସମାନେ ପସନ୍ଦ କରୁଥିବାରୁ ଆଉ ଏକ ଫିଲ୍ମ ପ୍ରଭାସଙ୍କ ସହ କରିବାକୁ ନେଇ ଜଣେ ପ୍ରଶଂସକ ଅନୁଷ୍କାଙ୍କୁ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ଅନୁଷ୍କା କହିଥିଲେ, ଫିଲ୍ମର କାହାଣୀ ପାଇଁ ସ୍କ୍ରିପ୍ଟରେ ଯଦି ଏଭଳି ଯୋଡ଼ିର ଆବଶ୍ୟକତା ପଡ଼େ… ମୁଁ ନିଶ୍ଚିତ…ଆପଣମାନଙ୍କ ଭଲ ପାଇବା ପାଇଁ ମୁଁ ଧନ୍ୟବାଦ ଦେବାକୁ ଚାହେଁ।

ଆଉ ଜଣେ ପ୍ରଶଂସକ ଅନୁଷ୍କା ଓ ପ୍ରଭାସଙ୍କ ଭାଇରାଲ ହେଉଥିବା ଏକ ବିବାହ ଫଟୋ ଶେଆର କରିଥିଲେ । ଏହି ଫଟୋଟି ବହୁତ ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ଘଟଣାପରେ ଉଭୟ ବିବାହକୁ ନେଇ ମଧ୍ୟ ଗୁଜବ ଖବର ପ୍ରଚାର ହୋଇଥିଲା ।

ତେବେ ଏସବୁଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଅନୁଷ୍କା। ଏହି ଫଟୋ ଏକ ଫିଲ୍ମ ଶୁଟିଂ ସମୟର ବୋଲି ସେ କହିଛନ୍ତି । ଅନୁଷ୍କା କହିଛନ୍ତି, ଶଟ ବିଷୟରେ ଆଲୋଚନା ବେଳେ ଏହି candid ଫଟୋଟି ଉଠାଯାଇଥିଲା। ଯାହାକି ପରେ ଫିଲ୍ମ ‘Michi’ର ଏକ ସୁନ୍ଦର ପୋଷ୍ଟର ହୋଇଥିଲା ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଭାଇରାଲ ହେଉଥିବା ଏହି ଫଟୋଟି ହେଉଛି ଫିଲ୍ମ ‘Michi’ ଶୁଟିଂ ସେଟର ଫଟୋ। ପ୍ରଥମ ଥର ପାଇଁ ଏହି ଫିଲ୍ମରେ ପ୍ରଭାସ ଓ ଅନୁଷ୍କା ଏକାଠି ଅଭିନୟ କରିଥିଲେ।

ଆହୁରି ପଢନ୍ତୁ:  ଯଦି ବାହୁବଳୀ ଷ୍ଟାର ପ୍ରଭାସ ପ୍ରପୋଜ କରନ୍ତି…କ’ଣ ଉତ୍ତର ଦେବେ ପୂଜା ?

ଆହୁରି ପଢ଼ନ୍ତୁ

ଫିଲ୍ମ ଅଭିନେତାଙ୍କୁ ହତ୍ୟା ! ସୋଫାରେ ପଡ଼ିଥିଲା ରକ୍ତଭିଜା ମୃତଦେହ

ଏଣିକି ମହାରାଷ୍ଟ୍ରରେ ବିନା ଅନୁମତିରେ ପଶି ପାରିବନି ସିବିଆଇ

ସୈଫ୍‌ଙ୍କୁ ପସନ୍ଦ କରୁଥିଲେ ପରିନୀତି, ଏକଥା ଜାଣନ୍ତି କରିନା

ସିମେଣ୍ଟ ପାଇପ୍‌ରେ ରହୁଥିଲେ ଏହି ବଲିଉଡ୍‌ ଅଭିନେତା

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧.୫କୋଟି ଦେଲେ ପ୍ରଭାସ

ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଜେରାବେଳେ ସାମ୍ନାକୁ ଆସିଲା ଜଣେ ଅଭିନେତାଙ୍କ ନାଁ

ବାପାଙ୍କ ଥିଏଟରରେ ଶ୍ରମିକ ହୋଇ କାମ କରୁଥିଲେ ଶମି କପୁର, ମାସକୁ ମିଳୁଥିଲା ଏତିକି ଟଙ୍କା

ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

ଫ୍ୟାନ୍ସଙ୍କୁ ନେହାଙ୍କ ସର୍‌ପ୍ରାଇଜ୍‌, ଶେଆର କଲେ ରୋକା ସେରିମୋନି ଭିଡିଓ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

You might also like