ପ୍ରସିଦ୍ଧ ତେଲୁଗୁ ହାସ୍ୟ ଅଭିନେତା ଭେନୁ ମାଧବଙ୍କ ପରଲୋକ

ସିକନ୍ଦରାବାଦ: ପ୍ରସିଦ୍ଧ ତେଲୁଗୁ ହାସ୍ୟ ଅଭିନେତା ଭେନୁ ମାଧବଙ୍କ ପରଲୋକ ହୋଇ ଯାଇଛି।  ଆଜି ମଧ୍ୟାହ୍ନରେ ସିକନ୍ଦରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ୩୯ ବର୍ଷୀୟ ଏହି ହାସ୍ୟ ଅଭିନତାଙ୍କୁ ଆଇସିୟୁର ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ଦୀର୍ଘଦିନ ହେବ ସେ କିଡ୍‌ନୀ ଓ ଲିଭର୍‌ ଜନିତ ରୋଗରେ ପୀଡ଼ିତ ଥିଲେ।

ପୂର୍ବରୁ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଗୁଜବ ପ୍ରଚାର ହୋଇଥିଲା। ଯାହାକୁ ସେ ଗଣମାଧ୍ୟମ ସମ୍ମୁଖରେ ଖଣ୍ଡନ କରିଥିଲେ।

ତେଲେଙ୍ଗାନାର କୋଡାଡ୍‌ ସହରରେ ଜନ୍ମଗ୍ରହଣ କରିଥିବା ଭେନୁ ଫିଲ୍ମରେ ଅଭିନୟ କରିବା ପୂର୍ବରୁ ଜଣେ ପ୍ରଖ୍ୟାତ ମିମିକ୍ରି ଆର୍ଟିଷ୍ଟ ଥିଲେ। ‘ସମ୍ପ୍ରଦାୟମ୍‌’ ଫିଲ୍ମ  ଜରିଆରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ।  ସେ ଅନେକ ସୁପରହିଟ୍‌ ଫିଲ୍ମରେ ତାଙ୍କ ଅଭିନୟ ଯାଦୁରେ ଦର୍ଶକଙ୍କୁ ମତୁଆଲ କରିଥିଲେ। ‘ସୁସ୍ୱାଗଥମ୍‌’ ‘ଥୋଲି ପ୍ରେମା’ ଓ ‘ଥାମ୍ମୁଡୁ’ ଭଳି ସୁପରହିଟ୍‌ ଫିଲ୍କରେ ଅଭିନୟ କରି ସେ ବହୁତ କମ୍‌ ଦିନରେ ଲୋକଙ୍କ ପ୍ରିୟ ଅଭିନେତା ହୋଇପାରିଥିଲେ।

ସୂଚନାଥାଉ କି, ଗତ କିଛି ବର୍ଷ ହେବ କୌଣସି ତେଲୁଗୁ ଫିଲ୍ମରେ ସେ ଅଭିନୟ କରି ଥିବା ଦେଖିବାକୁ ମିଳି ନ ଥିଲା।

ଆହୁରି ପଢ଼ନ୍ତୁ

You might also like