• translate
Rajalaxmi Sahoo

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ମଡେଲ୍‌ ପୁନମ୍‌ ପାଣ୍ଡେଙ୍କ ସ୍ୱାମୀ ସାମ୍‌ ବମ୍ବେଙ୍କୁ ମଙ୍ଗଳବାର ଗୋଆରେ ପୋଲିସ୍‌ ଗିରଫ କରିଛି। ପୁନମ୍ ସ୍ୱାମୀ‌ ସାମ୍‌ଙ୍କ ବିରୋଧରେ ମାର୍‌ପିଟ୍‌, ଧମକ ଭଳି ଅଭିଯୋଗ ଆଣିବା ପରେ ପୋଲିସ୍‌ ତା‌ଙ୍କୁ ଗିରଫ କରିଛି।

ଏହି ଘଟଣା ସାଉଥ୍‌ ଗୋଆର କାନାକୋନାରେ ଘଟିଥିଲା, ଯେଉଠି ପୁନମ୍‌ ଏକ ଫିଲ୍ମ ପାଇଁ ଶୁଟିଂ କରୁଥିଲେ।

ପୋଲିସ୍‌ ସୂଚନା ମୁତାବକ, ପୁନମ୍‌ ଅଭିଯୋଗ ଆଣିଛନ୍ତି ଯେ, ସ୍ୱାମୀ ସାମ୍‌ ତାଙ୍କୁ ଦୁର୍ବ୍ୟବହାର କରିବା ସହ ମାର୍‌ପିଟ୍‌ କରିଥିଲେ। ଏପରିକି ସେ ତାଙ୍କୁ ଧମକ ମଧ୍ୟ ଦେଇଥିଲେ। ପୁନମ୍‌ଙ୍କ ଅଭିଯୋଗ ଆଧାରକ୍ରମେ ସାମ୍‌ଙ୍କୁ ଗିରଫ କରାଯାଇଛି।

ସେପ୍ଟେମ୍ବର ୧୦ରେ ‌ ପୁନମ୍‌ ଓ ସାମ୍‌ ସୋସିଆଲ୍‌ ମିଡିଆରେ ସେମାନଙ୍କର ବିବାହ ନେଇ ଘୋଷଣା କରିଥିଲେ। ଏହାପରେ ଉଭୟଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ସେମାନେ ଗୋଆକୁ ହନିମୁନ୍‌ ପାଇଁ ଯାଇଥିଲେ।

Other Stories