କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ୍‌

ତୁମ୍‌କୁରୁ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ଙ୍କ ବିରୋଧରେ କର୍ଣ୍ଣାଟକ ତୁମ୍‌କୁରୁ ଜିଲ୍ଲାରେ ମାମଲା ରୁଜୁ ହୋଇଛି। କୃଷକଙ୍କୁ ନେଇ ସେପ୍ଟେମ୍ବର ୨୧ରେ କଙ୍ଗନା କରିଥିବା ଏକ ଟ୍ୱିଟ୍‌ ତାଙ୍କ ପାଇଁ ଏହି ଅଡ଼ୁଆ ସୃଷ୍ଟି କରିଛି। ଏହି ଟ୍ୱିଟ୍‌କୁ ନେଇ ମଙ୍ଗଳବାର ଦିନ ପୋଲିସ୍‌ କଙ୍ଗନାଙ୍କ ବିରୋଧରେ ଏକ  ମାମଲା ରୁଜୁ କରିଛି।

ଏହି ଟ୍ୱିଟ୍‌କୁ ନେଇ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଗତ ସପ୍ତାହରେ ତୁମ୍‌କୁରୁ କୋର୍ଟ Kyatasandra ପୋଲିସ୍‌ ଷ୍ଟେସନକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ଆଡ୍‌ଭୋକେଟ୍‌ ଏଲ୍‌ ରମେଶ ନାଏକ କଙ୍ଗନାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଆଧାର କରି କୋର୍ଟ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

ରମେଶ ନାଏକ ନ୍ୟୁଜ୍‌ ଏଜେନ୍ସ IANSକୁ ସୂଚନା ଦେଇ କହିଛନ୍ତି, ‘ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀଙ୍କ ବିରୋଧରେ ମୁଁ କରିଥିବା ମାମଲା କୌଣସି ପବ୍ଲିସିଟି ପାଇଁ ନୁହେଁ। ସେ(କଙ୍ଗନା) ଯାହା କରୁଛନ୍ତି, ତାହା ଠିକ୍‌ ନୁହେଁ ଏହା ମୁଁ ତାଙ୍କୁ କହିବାକୁ ଚାହୁଁଛି। ଯଦି କୃଷକମାନେ ସରକାରଙ୍କ କୌଣସି ପଲିସି ବିରୋଧରେ ରାସ୍ତା ଉପରକୁ ଓହ୍ଲାଉଛନ୍ତି, ଏହାର ଅର୍ଥ ଏହା ନୁହେଁ ଯେ, ସେମାନେ ଆତଙ୍କବାଦୀ, ଯେମିତି ସେ(କଙ୍ଗନା) ଭାବୁଛନ୍ତି। ମୁଁ ଏମିତି ଅନେକ ବିକ୍ଷୋଭରେ ସାମିଲ ହୋଇଛି। ଏହାର ଅର୍ଥ କ’ଣ ମୁଁ ଆତଙ୍କବାଦୀ ? ଏହି ଉପରେ ମୁଁ ସ୍ପଷ୍ଟୀକରଣ ଚାହୁଁଛି। ତେଣୁ ମୁଁ ଏହି କେସ୍‌ ଲଢ଼ୁଛି। ’

ସୂଚନାଥାଉ କି, କୃଷି ବିଲ୍‌କୁ ନେଇ ସେପ୍ଟେମ୍ବର ୨୧ରେ କଙ୍ଗନା ଏକ ଟ୍ୱିଟ୍‌ କରିଥିଲେ। ଏଥିରେ ସେ ଲେଖିଥିଲେ, ଯେଉଁ ଲୋକମାନେ CAA ସମ୍ପର୍କରେ ଭୁଲ୍‌ ତଥ୍ୟ ଓ ଗୁଜବ ପ୍ରଚାର କରିଥିଲେ ସେମାନଙ୍କ ପାଇଁ ହିଂସା ସୃଷ୍ଟି ହୋଇଥିଲା। ଆଉ ସେହି ଲୋକମାନେ ହିଁ ବର୍ତ୍ତମାନ କୃଷି ବିଲ୍‌ ସମ୍ପର୍କରେ ଭୁଲ୍‌ ତଥ୍ୟ ପ୍ରଚାର କରି ଦେଶରେ ଆତଙ୍କ ସୃଷ୍ଟି କରୁଛନ୍ତି, ସେମାନେ ଆତଙ୍କବାଦୀ।

ଏହି ଟ୍ୱିଟ୍‌କୁ ନେଇ କଙ୍ଗନାଙ୍କୁ ଟ୍ୱିଟର ୟୁଜର୍ସମାନେ ଅନେକ ଟ୍ରୋଲ୍‌ ମଧ୍ୟ କରିଥିଲେ। କିଛି ଲୋକ ଏହା ମଧ୍ୟ କହିଥିଲେ ଯେ , ସେ କୃଷକଙ୍କୁ ଅପମାନ କରିଛନ୍ତି। ଏହାକୁ ନେଇ ଅନେକ ସ୍ଥାନରେ କୃଷକମାନେ ବିରୋଧ ପ୍ରଦର୍ଶନ ମଧ୍ୟ କରିଥିଲେ। ହେଲେ ଏହି ଘଟଣାକୁ ନେଇ କଙ୍ଗନା କହିଥିଲେ ଯେ, ସେ କୃଷକଙ୍କୁ ଅପମାନ କରି ନାହାନ୍ତି।

ଆହୁରି ପଢ଼ନ୍ତୁ

ସାଙ୍ଗଙ୍କ ସହ ଖାଇବାକୁ ଗଲେ ବିଲ୍‌ କିଏ ଦିଅନ୍ତି? ଶାହାରୁଖ ଦେଲେ ଏମିତି ଉତ୍ତର

କୋରିଓଗ୍ରାଫର୍‌ ରେମୋ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ଅଭିଯୋଗ

ବିବାହ ପରେ ଏକାଠି ଗୀତ ଗାଇଲେ ରୋହନ୍‌-ନେହା, ଭିଡିଓ ଭାଇରାଲ୍‌

କୁଆଡ଼େ ଗଲେ ଦୀପିକାଙ୍କ ପୂର୍ବତନ ମ୍ୟାନେଜର ?

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ରାଜେଶ୍‌ଙ୍କ ସହ କାମ କରି ବେଶ୍‌ ଖୁସି ଭୂମିକା

ଦଶହରାରେ କର୍ମଚାରୀଙ୍କୁ କାର ଗିଫ୍ଟ ଦେଲେ ଏଇ ବଲିଉଡ୍‌ ଅଭିନେତ୍ରୀ

‘ପ୍ରି-ୱେଡିଂ ଫେଷ୍ଟିଭିଟିଜ୍’ ଫଟୋ ଶେଆର କଲେ ଅଭିନେତ୍ରୀ କାଜଲ

ବିରାଟଙ୍କୁ ଚିୟର କରିବାକୁ ଲାଲ୍‌ ଡ୍ରେସ୍‌ରେ ଷ୍ଟାଡିୟମ୍‌ ପହଞ୍ଚିଲେ ଅନୁଷ୍କା

ନୋରାଙ୍କୁ ପ୍ରେମ ନିବେଦନ କଲେ ଟେରିନ୍ସ!

ଡ୍ରଗ୍ସ କିଣୁଥିବା ବେଳେ ଟିଭି ଅଭିନେତ୍ରୀଙ୍କୁ ଗିରଫ କଲା ଏନ୍‌ସିବି

ନିଆରା ଢଙ୍ଗରେ ଦୁର୍ଗା ପୂଜା ଶୁଭେଚ୍ଛା ଜଣାଇଲେ ଓଲିଉଡ୍‌ ଅଭିନେତ୍ରୀ

You might also like