ଫ୍ୟାମିଲି ଭଳି ସର୍ଟ ଫିଲ୍ମକୁ ପିଏମ୍‌ଙ୍କ ପ୍ରଶଂସା

ଭୁବନେଶ୍ୱର: କରୋନା ଭାଇରସ୍ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି। ସରକାରଙ୍କ ଠାରୁ ଆରମ୍ଭ କରି ବଲିଉଡ ତାରକା ପର୍ଯ୍ୟନ୍ତ ସମସ୍ତେ ସହଯୋଗ କରୁଛନ୍ତି। ସୋନି ଟିଭି ଏକ ସର୍ଟ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଛି ଯେଉଁଥିରେ ସାମାଜିକ ଦୂରତାର ବାର୍ତ୍ତା ଦିଆଯାଇଛି। ଏହି ସର୍ଟ ଚଳଚ୍ଚିତ୍ରର ନାଁ ‘ଫ୍ୟାମିଲି’। ଏଥିରେ ଅମିତାଭ ବଚ୍ଚନ, ରଜନୀକାନ୍ତ, ଆଲିଆ ଭଟ୍ଟ, ରଣବୀର କପୁର, ପ୍ରିୟଙ୍କା ଚୋପ୍ରା, ଚିରଞ୍ଜୀବୀ ଏବଂ ମୋହନଲାଲ ମଧ୍ୟ ଅଭିନୟ କରିଛନ୍ତି। ସୋନି ଟିଭି ଏ ବିଷୟରେ ଟ୍ୱିଟ୍‌ କରିଥିଲେ। ଟ୍ୱିଟ୍‌କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ଦେଇଛନ୍ତି। ପିଏମ ମୋଦି ଏହି ସର୍ଟ ଚଳଚ୍ଚିତ୍ରର ପ୍ରଶଂସା କରିଛନ୍ତି ଏବଂ ଏହାକୁ ଦେଖିବାକୁ ମଧ୍ୟ କହିଛନ୍ତି।

ସୋନି ଟିଭିର ଟ୍ୱିଟକୁ ରିଟ୍ୱିଟ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ଆପଣ ଦୂରରେ ରହି ମଧ୍ୟ social ହୋଇପାରିବେ। ପ୍ରାସଙ୍ଗିକ ବାର୍ତ୍ତା ସହିତ ଏହା ଏକ ଭଲ ଭିଡିଓ। ଥରେ ନିଶ୍ଚୟ ଦେଖନ୍ତୁ।’

ଭାରତରେ କରୋନା ଭାଇରସ ପଜିଟିଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ମଙ୍ଗଳବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ ରୋଗୀଙ୍କ ସଂଖ୍ୟା ୪୪୨୧କୁ ବୃଦ୍ଧି ପାଇଥିବାବେଳେ ଏପଭର୍ଯ୍ୟନ୍ତ ୧୧୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହିତ ୩୨୬ଜଣଙ୍କର ଚିକିତ୍ସା କରାଯାଇଛି।

You might also like