ଶାହରୁଖ୍ ଓ ଆମିର ଖାନ୍ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ କଳା ଓ ସଂସ୍କୃତି କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବଲିଉଡ ଅଭିନେତା ଶାହାରୁଖ ଖାନ ଏବଂ ଆମିର ଖାନଙ୍କ ସହ ଅନେକ କଳାକାରଙ୍କୁ ଭେଟି ଗାନ୍ଧିଙ୍କ ନୀତି-ଆଦର୍ଶକୁ ସାରା ବିଶ୍ୱରେ ପ୍ରଚାର ପ୍ରସାର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୋଦି।
ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ ଅବସରରେ କଳା କ୍ଷେତ୍ରର ବ୍ୟକ୍ତିତ୍ୱଙ୍କୁ ଏକାଠି କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ ଶାହାରୁଖ। ସେହିପରି କଳାକ୍ଷେତ୍ରରେ ପରିଚିତ ବ୍ୟକ୍ତିତ୍ୱ ଭାବେ ତାଙ୍କ ଆଦର୍ଶ ପ୍ରସାର ଲାଗି ଅନେକ କିଛି କରିପାରିବୁ ବୋଲି କହିଥିଲେ ଅଭିନେତା ଆମିର ଖାନ୍।