ପ୍ରଧାନମନ୍ତ୍ରୀଙ୍କୁ ଖୁସି କରିଦେଲେ ଏହି ଅଭିନେତ୍ରୀଙ୍କ ପୁଅ
ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋଶାଲ୍ ମିଡିଆରେ ପ୍ରାୟ ସମୟ ସକ୍ରିୟ ରହନ୍ତି। ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗରେ ସେ ଟ୍ୱିଟରରେ ଭିଡିଓ ଶେଆର୍ କରନ୍ତି। ଏମିତି ଏକ ଭିଡିଓ ସେ ଅକ୍ଟୋବର ୧୬ ତାରିଖରେ ଶେଆର କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ବଲିଉଡ୍ ଅଭିନେତ୍ରୀ ଗୁଲ୍ ପନାଗଙ୍କ ପୁଅ ନିହାଲଙ୍କର ଏକ ଭିଡିଓକୁ ଶେଆର୍ କରି ତାଙ୍କୁ ଆଶୀର୍ବାଦ ଦେଇଥିଲେ।
ଗୁଲ୍ ପନାଗ ଏକ ଭିଡିଓ ଟ୍ୱିଟର୍ରେ ଶେଆର୍ କରିଥିଲେ। ଏଥିରେ ସେ ଓ ତାଙ୍କ ପୁଅ ଥିଲେ। ଭିଡିଓରେ ଗୁଲ୍ ପନାଗ ତାଙ୍କ ପୁଅଙ୍କୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ଏକ ପତ୍ରିକା ଦେଖାଇ ଇଏ କିଏ ବୋଲି ପଚାରୁଛନ୍ତି। ତା’ପରେ ନିହାଲ କହୁଛନ୍ତି, ମୋଦି। ତା’ପରେ ଗୁଲ୍ ତାଙ୍କୁ କହୁଛନ୍ତି, ମୋଦି ନୁହେଁ ମୋଦିଜୀ। ଏହି ଭିଡିଓ ଶେଆର୍ କରି ଗୁଲ୍ ଲେଖିଥିଲେ ଯେ ଏବେ ତାଙ୍କ ପୁଅ ମୋଦିଜୀଙ୍କୁ ପତ୍ରିକା ଓ ଖବରକାଗଜରେ ଦେଖି ଚିହ୍ନି ପାରୁଛି।
ଗୁଲ୍ ପନାଗଙ୍କ ଏହି ଭିଡିଓକୁ ରି-ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଲେଖିଥିଲେ, ‘ବହୁତ ସୁନ୍ଦର। ଛୋଟ ନିହାଲକୁ ମୋର ଆର୍ଶୀବାଦ ଦେବ। ମୁଁ ନିଶ୍ଚିତ ଯେ ଆପଣଙ୍କ ମଧ୍ୟରେ ସେ ଜଣେ ବଢ଼ିଆ ଗୁରୁ ଓ ମାର୍ଗଦର୍ଶକ ପାଇବେ।’
Extremely adorable!
Do convey my blessings to young Nihal. Wishing him the very best, in whatever he seeks to do. I am also sure he will find an amazing mentor and guide in you, @GulPanag. https://t.co/CQN5hMPg7Z
— Narendra Modi (@narendramodi) October 17, 2019