ରଜନୀକାନ୍ତଙ୍କ ଫିଲ୍ମ ପେଟ୍ଟାର ଟ୍ରେଲର ରିଲିଜ୍

ଥିରୁଭବନନ୍ତପୁରମ୍: ଆଜି ରିଲିଜ୍ ହୋଇଛି ରଜନୀକାନ୍ତ ଷ୍ଟାରର ଫିଲ୍ମ ପେଟ୍ଟାର ଟ୍ରେଲର। ରିଲିଜ ହେବାର ଗୋଟିଏ ଘଣ୍ଟା ମଧ୍ୟରେ ଏହା ୟୁଟ୍ୟୁବରେ ଭାଇରାଲ ହେବାରେ ଲାଗିଛି। ଏହି ଟ୍ରେଲରରେ ସୁପରଷ୍ଟାର ରଜନୀକାନ୍ତଙ୍କ ଦମଦାର ଆକ୍ସନ ଦେଖିବାକୁ ମିଳିଛି।

ପେଟ୍ଟାରେ ସୁପରଷ୍ଟାର ରଜନୀକାନ୍ତଙ୍କ ସହ ନଜର ଆସିବେ ନାୟିକା ତ୍ରିସା। ଏଥିସହିତ ଫିଲ୍ମରେ ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ଏକ ଦମ୍‌ଦାର୍ ଚରିତ୍ରରେ ଦେଖିବାକୁ ମିଳିବ।

ତେବେ ଆସନ୍ତା ଜାନୁୟାରୀ ୧୧ ତାରିଖରେ ଏହି ଫିଲ୍ମଟି ରିଲିଜ ହେବ। ରଜନୀକାନ୍ତଙ୍କ ଏହି ଫିଲ୍ମର ଗୋଟିଏ ଗୀତରେ ସମ୍ବଲପୁରୀ ଧୁନ୍ ଦେଖିବାକୁ ମିଳିଛି।

You might also like